Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ

utkala khabar
Last updated: May 2, 2025 11:57 am
utkala khabar
Published May 2, 2025
Share
SHARE

ନୂଆଦିଲ୍ଲୀ  ୦୨/୫ :ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା । ବର୍ଷା ସାଙ୍ଗକୁ ତାଣ୍ଡବ ରଚିଛି ଝଡ ପବନ । କାଳବୈଶାଖୀ ବର୍ଷା ପବନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ମା ଏବଂ ତିନି ପିଲାଙ୍କ ଜୀବନ ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଦିଲ୍ଲୀରେ ଗତ କାଲି ରାତିରୁ ବର୍ଷା ହେଉଛି । ଆଜି ସକାଳୁ ମଧ୍ୟ ଧୂଳିଝଡ଼ ସହ ବର୍ଷା ହୋଇଛି।ବର୍ଷା ଯୋଗୁ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଯାତାୟାତ ମଧ୍ୟ ପୁରା ଠପ୍ ହୋଇପଡିଛି ।

ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ୪୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ୧୦୦ରୁ ଅଧିକ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଆଗାମୀ କିଛି ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ଜାରି ରହିପାରେ । ଏହା ସହ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ଶୁକ୍ରବାର ସକାଳୁ ଦିଲ୍ଲୀ ଓ ନିକଟବର୍ତ୍ତୀ ଅଞ୍ଚଳରେ ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି । ଏହା ଦିଲ୍ଲୀ-ଏନସିଆରରେ ଦୃଶ୍ୟମାନତା କମ୍ ହେବା ସହ ବିମାନ ଚଳାଚଳରେ ବାଧା ସୃଷ୍ଟି କରିଛି । ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଏୟାରଲାଇନ୍ସ କମ୍ପାନୀମାନେ ଯାତ୍ରୀମାନଙ୍କୁ ସେମାନଙ୍କ ବିମାନର ସ୍ଥିତି ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯାତ୍ରୀମାନେ ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ଦେଖାଯାଇଛି ।  କିଛି ବିମାନ ରଦ୍ଦ ହେବା ଆଶଙ୍କା ମଧ୍ୟ ରହିଛି । ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ଯାତ୍ରୀଙ୍କୁ ସମୟସୂଚୀ ଅନୁଯାୟୀ ଅପଡେଟ୍ ଦେବା ପାଇଁ ଚେଷ୍ଟା କରୁଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ଆଗାମୀ କିଛି ଘଣ୍ଟା ମଧ୍ୟ ବର୍ଷା ଜାରି ରହିପାରେ, ଯାହା ବିମାନ ଚଳାଚଳକୁ ଆହୁରି ପ୍ରଭାବିତ କରିପାରେ । ଏହି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଧୈର୍ଯ୍ୟ ଧରି ଏୟାରଲାଇନ୍ସ ସହ ଯୋଗାଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଛି ।  ଏହା ସହ ସହରରେ ଟ୍ରାଫିକ ଓ ଜଳନିଷ୍କାସନ ସମସ୍ୟା ମଧ୍ୟ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ସାମାଲ କରିବା ପାଇଁ ପଦକ୍ଷେପ ନେଉଥିବା ଜଣାପଡ଼ିଛି ।

You Might Also Like

ଆଜିଠୁ ପୁଣି ୪ ଦିନ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

ପହଲଗାମରେ ପହଞ୍ଚିଲା NIA ଟିମ୍, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ, ବିନ୍ଦୁସାଗର କୂଳରେ ତିଳତର୍ପଣ

ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ଭବିଷ୍ୟତ ବାଣୀ , ସୁନା ଭରି ହେବ ଲକ୍ଷେ ତିରିଶ

ଆତଙ୍କବାଦୀ ହମଲା ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ୭ଟି ବଡ ପଦକ୍ଷେପ

TAGGED:#UTKALA KHABARDelhi AirportHeavy rainfallNational newsNew Delhi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?