ଭାରତ ୨୮/୪ : ଆଉ ଗୋଟିଏ ବଡ ଆକ୍ସନ ନେଲା ଭାରତ ପାକିସ୍ତାନ ଉପରେ । କଲା ଡିଜିଟାଲ ଷ୍ଟ୍ରାଇକ। ଭାରତରେ ଥିବା ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ। ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି ଭାରତ ସରକାର। ଶୋଏବ ଅଖତର, ଆର୍ଜୁ କାଜ୍ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍, ଜିଓ ନ୍ୟୁଜ୍ ଓ ଡନ୍ ନ୍ୟୁଜ୍ ସମେତ ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ସବୁ ଚ୍ୟାନେଲ। ଶୋଏବ ଅଖତର, ଆର୍ଜୁ କାଜ୍ମୀ, ସୟଦ ମୁଜାମ୍ମିଲ ଶାହ, ସମା ଟିଭି, ଏରି ନ୍ୟୁଜ୍, ଜିଓ ନ୍ୟୁଜ୍ ଓ ଡନ୍ ନ୍ୟୁଜ୍ ଚ୍ୟାନେଲ ବ୍ୟାନ ହୋଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ହମଲା ପରେ ବିଭ୍ରାନ୍ତି କର ଖବର ପ୍ରକାଶ କରୁଥିଲେ ଏହି ଚ୍ୟାନେଲ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ପାକିସ୍ତାନର ଟ୍ୱିଟର ଆକାଉଣ୍ଟକୁ ବ୍ୟାନ କରିଥିଲା ଭାରତ। ଏଥିସହ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରିଥିଲା ଭାରତ। ଫଳରେ ପାଣି ଟୋପେ ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ। ଏଥିସହ ଶନିବାର ବିନା କୌଣସି ସୂଚନାରେ ଝେଲମ ନଦୀ ପାଣି ଛାଡ଼ିବା ଫଳରେ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।
ପାକିସ୍ତାନର ଛକୋଟି ବର୍ଡରରୁ ମୁଜାଫରାବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୂରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ମୁଜାଫରାବାଦ୍ ଅଞ୍ଚଳରେ ୨୦ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ପାକିସ୍ତାନର ହାତିଆନ୍ ବାଲା ଜିଲ୍ଲାରେ ଜରୁରୀକାଳୀନ ଆଲର୍ଟ ଜାରି ହୋଇଛି।