ଜାମୁ-କାଶ୍ମୀର ୨୫/୪ : ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଛି ସାତଟି ବଡ ପଦକ୍ଷେପ । ଯାହାକୁ ନେଇ ପାକିସ୍ତାନ ଛାନିଆ ।ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି । କିଏ ପୁଅକୁ ହରାଇଛି ତ ଆଉ କିଏ ନିଜର ସ୍ୱାମୀକୁ ହରାଇଛି । ୧୨ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଆକ୍ରମଣକୁ ନେଇ ସୀମାପାର ସଂଯୋଗ ବିଷୟରେ ଆଲୋଚନା କରାଯିବା ପରେ ସରକାର ତତକ୍ଷଣାତ୍ ପାଞ୍ଚଟି ପଦକ୍ଷେପ ଘୋଷଣା କରିଥିଲେ ଏବଂ ଗତକାଲି ଗୁରୁବାର ଆଉ ଦୁଇଟି ପଦକ୍ଷେପ ଘୋଷଣା କରାଛନ୍ତି ।
ଆସନ୍ତୁ ନଜର ପକାଇବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଥିବା ୭ଟି ବଡ ପଦକ୍ଷେପ ଉପରେ :
୧.ଭାରତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ତୁରନ୍ତ ବାତିଲ କରିଛି । ସରକାର କହିଛନ୍ତି ଯେ ପାକିସ୍ତାନ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବ ।
୨.ବୁଧବାର ଠାରୁ ସମନ୍ୱିତ ଚେକ୍ ପୋଷ୍ଟ ଅଟାରୀକୁ ବନ୍ଦ କରିଦିଆଯାଇଛି । ଯେଉଁମାନେ ପ୍ରମାଣପତ୍ର ସହିତ ପାର୍ ହୋଇଥିଲେ ସେମାନଙ୍କୁ ମେ ୧ତାରିଖ ପୂର୍ବରୁ ସେହି ରାସ୍ତା ଦେଇ ଫେରିବାକୁ ଅନୁମତି ଦିଆଯାଇଛି।
୩.ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ତୁରନ୍ତ ସ୍ଥଗିତ କରିବାର ଘୋଷଣା କରିଛି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଭିସା ବାତିଲ କରାଯାଇଛି । ସାର୍କ ଅଧୀନରେ ଭିସା ସୁବିଧା ମଧ୍ୟ ଉଚ୍ଛେଦ କରାଯାଇଛି।
୪.ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ଉଚ୍ଚାୟୋଗରେ ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାମାନଙ୍କୁ ବ୍ୟକ୍ତିଗତ ଭାବରେ ଅଣ-ଅନୁଗ୍ରହୀ ଘୋଷଣା କରାଯାଇଛି ଏବଂ ଦେଶ ଛାଡିବାକୁ ଗୋଟିଏ ସପ୍ତାହ ସମୟ ଦିଆଯାଇଥିଲା । ଭାରତ ମଧ୍ୟ ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗରୁ ନିଜର ପ୍ରତିରକ୍ଷା କର୍ମଚାରୀମାନଙ୍କୁ ଫେରିଆସିବାକୁ ଘୋଷଣା କରିଛି ।
୫.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟିର ବୈଠକ ପରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ବିଳମ୍ବିତ ସାରେ କହିଥିଲେ ଯେ ମେ ୧ ସୁଦ୍ଧା କୂଟନୈତିକ ସମ୍ପର୍କକୁ ଆହୁରି ହ୍ରାସ କରାଯିବ । ଏହା ଅଧୀନରେ ପାକିସ୍ତାନୀ ଏବଂ ଭାରତୀୟ ଦୂତାବାସରେ ମୋଟ ନିଯୁକ୍ତିପ୍ରାପ୍ତ ଲୋକଙ୍କ ସଂଖ୍ୟା ୫୫ ରୁ ୩୦ କୁ ହ୍ରାସ କରାଯିବ ।
୬.ସରକାର ଗୁରୁବାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବାକୁ ତୁରନ୍ତ ସ୍ଥଗିତ କରିଛନ୍ତି । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡିବାକୁ କୁହାଯାଇଛି । କିନ୍ତୁ, ଯେଉଁମାନଙ୍କର ମେଡିକାଲ ଭିସା ଅଛି ସେମାନେ କେବଳ ଏପ୍ରିଲ ୨୯ ପର୍ଯ୍ୟନ୍ତ ରହିପାରିବେ ।
୭.ସୀମା ସୁରକ୍ଷା ବାହିନୀ ବା ବିଏସଏଫ୍ ପଞ୍ଜାବର ଅଟାରୀ, ହୁସେନିୱାଲା ଏବଂ ସାଦକିରେ ରିଟ୍ରିଟ୍ ସମାରୋହ ସମୟରେ ଉତ୍ସବ ପ୍ରଦର୍ଶନକୁ ହ୍ରାସ କରିବା ପାଇଁ ଏକ ନିଷ୍ପତ୍ତି ନେଇଛି । ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଭାରତୀୟ ଗାର୍ଡ କମାଣ୍ଡର, ପ୍ରତିପକ୍ଷ ଗାର୍ଡ କମାଣ୍ଡରଙ୍କ ସହିତ ହାତ ମିଳାଇବାକୁ ସ୍ଥଗିତ ରଖାଯାଇଛି । ସମାରୋହ ସମୟରେ ଫାଟକଗୁଡ଼ିକ ବନ୍ଦ ରହିବ । ବିଏସଏଫ୍ କହିଛି କି, ଏହି ପଦକ୍ଷେପ ସୀମାପାର ଶତ୍ରୁତା ଉପରେ ଭାରତର ଗମ୍ଭୀର ଚିନ୍ତାକୁ ପ୍ରତିଫଳିତ କରେ ଏବଂ ଏହି କଥାକୁ ପ୍ରମାଣିତ କରିଥାଏ କି, ଶାନ୍ତି ଏବଂ ଉତ୍ତେଜନା କେବେବି ଏକାଠି ସହାବସ୍ଥାନ କରିପାରିବେ ନାହିଁ ।