Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

utkala khabar
Last updated: April 19, 2025 12:34 pm
utkala khabar
Published April 19, 2025
Share
SHARE

ଜହ୍ନ ରାଇଜ । ପ୍ରତିଟି ବ୍ୟକ୍ତିର ସ୍ୱପ୍ନର ସ୍ଥାନ । ଗୀତ କବିତାରେ ବି ଶୁଣିଛେ ଅନେକ ଗାଥା । ଚନ୍ଦ୍ରରେ ସ୍ଥାୟୀ ବାସସ୍ଥାନ ଲାଗି ଯୋଜନା ବି ଚାଲିଛି । ରିସର୍ଚ୍ଚରେ ଲାଗିପଡିଛନ୍ତି ବିଶ୍ବର ବୈଜ୍ଞାନିକ । ଖାସ୍ କରି  ଅନ୍ତରୀକ୍ଷ ଏଜେନ୍ସିଙ୍କ ସବୁଠୁ ବଡ଼ ସ୍ବପ୍ନ । ଆଉ ସେହି ସ୍ବପ୍ନକୁ ସାକାର କରିବାକୁ ନାସାଠୁ ଆରମ୍ଭ କରି ଇସ୍ରୋ ଲାଗି ପଡ଼ିଛନ୍ତି ସବୁ ।

ଯଦି ଭବିଷ୍ୟତରେ ମଣିଷ ସତରେ ଚନ୍ଦ୍ରରେ ରହିବ ତା’ହେଲେ ପୃଥିବୀରୁ ଅନେକ କିଛି ସାଙ୍ଗରେ ନେବାକୁ ପଡିବ । ଯଦି ଉତ୍ସବ, ଭୋଜିଭାତର ଆସର ଜମିବ ସେବେ ଖୋଜାପଡ଼ିବ ଡ୍ରିଙ୍କ୍ସ । ଏହାକୁ ଦୃଷ୍ଟିରେ ରଖି ଜାପାନର ନାମୀଦାମୀ କମ୍ପାନି ତିଆରି କରୁଛି ବ୍ରୁଅରୀ Asahi Shuzo ‘ସାକେ’ ନାମକ ପାରମ୍ପରିକ ମଦ । ଯାହାକି ସଂପୂର୍ଣ୍ଣ ଚାଉଳରୁ ପ୍ରସ୍ତୁତ । ଏହା ହେଉଛି ଜାପାନର ସଂସ୍କୃତି ସହ ଜଡ଼ିତ ମାଦକ ଦ୍ରବ୍ୟଯୁକ୍ତ ପାନୀୟ । ତେବେ ରୋଚକ କଥା ହେଉଛି ଏହି କମ୍ପାନି ଏବେ ଚନ୍ଦ୍ରରେ ‘ସାକେ’ ପ୍ରସ୍ତୁତ କରିବାର ଯୋଜନା କରୁଛି ।

ଫେବ୍ରୁଆରିରେ ଟୋକିଓରେ ହୋଇଥିଲା ଖାସ୍ ଇଭେଣ୍ଟ । ଇଭେଣ୍ଟରେ କମ୍ପାନି Dassai Moon ଲଞ୍ଚ୍ କରିଥିଲା ‘ସାକେ’ ନାମକ ଏକ ବୋତଲ । ଯାହା ଖାସ୍ କରି ସ୍ପେଶରେ ତିଆରି କରାଯିବ ବୋଲି ମିଳିଥିଲା ସୂଚନା । ତାଜୁବର କଥା ହେଉଛି ୧୦୦ ଏମଏଲର ଗୋଟିଏ ବୋତଲର ଦାମ୍ ୧୧୦ ମିଲିୟନ୍ ୟେନ୍ । ମାନେ ପାଖାପାଖି ୭.୩୮ ଲକ୍ଷ ଆମେରିକା ଡଲାର । ଭାରତୀୟ ମୁଦ୍ରା ହିସାବରେ ଯାହାର ମୂଲ୍ୟ ୬ କୋଟି ଟଙ୍କା ହେବ। ପ୍ରଥମ ଲାଗି ଅନ୍ତରୀକ୍ଷରେ ତିଆରି ହେବାକୁ ଥିବା ଏହି ମଦ ଲଞ୍ଚ୍ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଆସିଛି ।

କମ୍ପାନି ପ୍ରେସିଡେଣ୍ଟ୍ ତଥା ସିଇଓ କାଜୁହିରୋ ସକୁରାଇଙ୍କ କହିବା କଥା ଗୋଟିଏ ଥର ପ୍ରୟାସରେ ଆମେ ସଫଳ । ତେବେ ଏହି ମଦକୁ ଆଗକୁ ଚନ୍ଦ୍ରରେ ଯେମିତି ପହଞ୍ଚାଯିବ ସେ ଚେଷ୍ଟାରେ ଅଛୁ । ଜୀବନ କିପରି ସୁଖମୟ ହୋଇପାରିବ ସେଥିପାଇଁ ଚେଷ୍ଟା କରୁଛୁ । ଏହି ଖାସ୍ ମିଶନର ଆରମ୍ଭ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS)ରୁ ହେବ । ଯେଉଁଠାରୁ ଚନ୍ଦ୍ରର ଗ୍ରାଭିଟି କଣ୍ଡିସନକୁ ରିକ୍ରିଏଟ୍ କରାଯିବ । ଏଥିପାଇଁ ଏହାର ବ୍ରୁଇଙ୍ଗ୍ ଇକ୍ୟୁପମେଣ୍ଟ ଏବଂ ଜରୁରି ସାମଗ୍ରୀକୁ ସେପ୍ଟେମ୍ବର ଭିତରେ ଚନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ସେହିଠାରୁ ହିଁ ଚନ୍ଦ୍ରରେ ‘ସାକେ’ ତିଆରି ଆରମ୍ଭ ହେବ ।

You Might Also Like

ଅମରୋଲିରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ହଟିଲେ ପାକିସ୍ତାନର ସେନାମୁଖ୍ୟ ମୁନିର ଅହମ୍ମଦ

ୱାକଫ ଆଇନ : ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ

ଆଜିଠୁ ଖୋଲିବାକୁ ଯାଉଛି କେଦାରନାଥ ମନ୍ଦିର

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

TAGGED:#UTKALA KHABARAlcoholic drinkDassai sake for moonInternational newsJapan
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?