Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ଟି ରାଜ୍ୟ ଗସ୍ତ

utkala khabar
Last updated: May 28, 2025 4:19 pm
utkala khabar
Published May 28, 2025
Share
SHARE

ଭାରତ ୨୮/୫ :  ଆସନ୍ତାକାଲିଠୁ ମୋଦୀଙ୍କ ମାରାଥନ ଗସ୍ତ । ୪ଟି ରାଜ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଦୁଇ ଦିନିଆ ଗସ୍ତରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ ଗସ୍ତ କରିବେ ମୋଦୀ । ଏଥିସହ ୬୯ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ମୋଦୀଙ୍କ ସିକିମ୍ ଯିବାକର କାର୍ଯ୍ୟକ୍ରମ ରହିଛି । ସିକିମ୍‌ରେ ‘ସିକିମ୍‌୫୦’ କାର୍ଯ୍ୟକ୍ରମରେ ସାମିଲ ହେବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ । ନମଚି ଜିଲ୍ଲାର ୭୫୦ କୋଟି ବ୍ୟୟରେ ନିର୍ମିତ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ ।

ଏହା ପରେ ସିକିମ୍‌ରୁ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୋଦୀ । କୁଚ ବେହେର ଜିଲ୍ଲାରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିଦିନ ସେଠାରୁ ବିହାର ଗସ୍ତରେ ବାହାରିବେ ମୋଦୀ । ବିହାରରେ ୧୨୦୦ କୋଟି ଟଙ୍କାର ନୂଆ ଟର୍ମିନାଲର ଉଦଘାଟନ କରିବେ । ଏଥିସହ ୧୪୧୦ କୋଟି ଟଙ୍କାରେ ନିର୍ମିତ ବିହାର ବିମାନବନ୍ଦରର ନୂଆ ସିଭିଲ ଏନ୍‌କ୍ଲେଭର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୁରୁବାର ବିବାହାରରେ ରାତ୍ରିଯାପନ କରିବେ । ୩୦ ତାରିଖ ୧୧ଟାରେ ପ୍ରଧାନମନ୍ତ୍ରୀ ବିହାର କର୍କାତ ଜିଲ୍ଲାରେ ୪୮ ହଜାର ୫୨୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

You Might Also Like

ସିବିଏସଇ ୧୦ମ ରେଜଲ୍ଟ ,ପାସ୍ ହାର ୯୩.୬୬ %

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ ଆଇସ ଫ୍ୟାକ୍ଟ୍ରି

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ଶ୍ରୀନଗରରେ ପହଞ୍ଚି ସେନା ମୁଖ୍ୟ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ

TAGGED:#UTKALA KHABAR4 States VisitIndia Prime MinisterNarendra ModiNatioanal News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?