ଶ୍ରୀନଗର ୨୪/ ୪ : ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଗହଳିରେ ଛଟପଟ ହେଉଥିବା ପହଲଗାମ ସହରର ରାସ୍ତାଗୁଡ଼ିକ ଏବେ ଜନଶୂନ୍ୟ ଦୃଶ୍ୟ ଦେଖିବାକୁ ମିଳୁଛି। ସେହିପରି ଜମ୍ମୁ-କଶ୍ମୀରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି। ଗତ ୩୬ ଘଣ୍ଟା ମଧ୍ୟରେ ହଜାର ହଜାର ପର୍ଯ୍ୟଟକ ରାଜ୍ୟ ଛାଡ଼ି ପଳାଇଛନ୍ତି ଏବଂ ସେମାନେ ଯେକୌଣସି ପରିବହନ ବ୍ୟବସ୍ଥା କରିପାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗରର ସୂଚନା ଅନୁଯାୟୀ, ପହଲଗାମର ବୈଶାରଣ ଘାଟିରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ମଙ୍ଗଳବାର ରାଜ୍ୟରେ ପ୍ରାୟ ଏକ ଲକ୍ଷ ପର୍ଯ୍ୟଟକ ଥିଲେ। ଏହି ଭୟଙ୍କର ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୁରୁବାର ସକାଳେ ସେମାନଙ୍କ ମଧ୍ୟରୁ ମାତ୍ର କିଛି ହଜାର ଲୋକ ଘରକୁ ଫେରିବା ପାଇଁ ଯାତ୍ରା ବ୍ୟବସ୍ଥା କରିବାରେ ବ୍ୟସ୍ତ ଥିଲେ।
ରାଜ୍ୟରେ ପାଖାପାଖି ୧୨ ହଜାର କୋଟି ଟଙ୍କାର ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିଙ୍କ କହିବାନୁଯାୟୀ, ମଙ୍ଗଳବାର ଅପରାହ୍ନରୁ ୧୨ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ବାତିଲ ହୋଇଛି। ରାଜ୍ୟର ପାଖାପାଖି ୧୨ ହଜାର କୋଟି ଟଙ୍କାର ପର୍ଯ୍ୟଟନ କ୍ଷେତ୍ରସହ ଜଡ଼ିତ ବ୍ୟକ୍ତିଙ୍କ କହିବା ନୁଯାୟୀ, ମଙ୍ଗଳବାର ଅପରାହ୍ନରୁ ୧୨ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ ବାତିଲ ହୋଇଛି। କାଶ୍ମୀର ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ସଭାପତି ବାବର ଚୌଧୁରୀ କହିଛନ୍ତି ଯେ ଅଗଷ୍ଟ ମାସ ସୁଦ୍ଧା ପ୍ରାୟ ୧.୨ ନିୟୁତ ପର୍ଯ୍ୟଟକ ଉପତ୍ୟକା ବୁଲିବା ଏବଂ ସ୍ଥାନୀୟ ହୋଟେଲ ଏବଂ ଗେଷ୍ଟ ହାଉସରେ ରହିବା ପାଇଁ ଆଗୁଆ ବୁକିଂ କରିଥିଲେ । ମଙ୍ଗଳବାର ଆକ୍ରମଣ ପରେ ପର୍ଯ୍ୟଟକମାନେ ସେମାନଙ୍କ ବୁକିଂ ବାତିଲ କରିବା ଆରମ୍ଭ କରିଥିଲେ ଏବଂ ବୁଧବାର ସନ୍ଧ୍ୟା ସୁଦ୍ଧା ଜଣେ ବି ପର୍ଯ୍ୟଟକ ଜମ୍ମୁ-କଶ୍ମୀର ଯିବାକୁ ଆଗ୍ରହୀ ନଥିଲେ।
ଆମେରିକାର ବୈଦେଶିକ ବିଭାଗ ଦେଶର ନାଗରିକମାନଙ୍କୁ ରାଜ୍ୟକୁ ନ ଆସିବା ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଚୌଧୁରୀଙ୍କ କହିବା ଅନୁଯାୟୀ, ନିକଟରେ ରାମବନରେ ହୋଇଥିବା ଭୂସ୍ଖଳନ ଏପ୍ରିଲ ଶେଷ ଏବଂ ମେ’ ପ୍ରାରମ୍ଭରେ ପର୍ଯ୍ୟଟନକୁ ପ୍ରଭାବିତ କରିସାରିଛି। ବୈଶାରଣ ଘଟଣା ଦ୍ୱିଗୁଣିତ ଝଟକା ସାଜିଥିଲା। ବିଶେଷ କରି ଶୀତ ଋତୁରେ ଭଲ ରହିବା ପରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆମେ ଆଶା କରିଥିଲୁ। ବସନ୍ତ ଋତୁ ମଧ୍ୟ ଜୋରଦାର ଭାବେ ଆରମ୍ଭ ହୋଇଥିଲା। କେବଳ ଟ୍ୟୁଲିପ୍ ଗାର୍ଡେନ୍ ଖୋଲିବାର ୨୬ ଦିନ ମଧ୍ୟରେ ୮.୫ ଲକ୍ଷ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ପର୍ଯ୍ୟଟକମାନଙ୍କ ପାଇଁ ଆରମଦାୟକ ରହିବାକୁ ସୁନିଶ୍ଚିତ କରିବା ପାଇଁ ଆମେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ପାଇଁ ପ୍ରସ୍ତୁତି କରୁଥିଲୁ | ଆମର ସମସ୍ତ ଆଶା ଧୂଳିସାତ ହୋଇଯାଇଛି ବୋଲି ସେ କହିଛନ୍ତି।