Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏୟାରଷ୍ଟ୍ରାଇକ ପରେ ଭାରତର ପ୍ରମୁଖ ବିମାନବନ୍ଦର ବନ୍ଦ, ଆଗାମୀ ନିର୍ଦ୍ଦେଶ ଯାଏଁ ବିମାନ ବାତିଲ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଏୟାରଷ୍ଟ୍ରାଇକ ପରେ ଭାରତର ପ୍ରମୁଖ ବିମାନବନ୍ଦର ବନ୍ଦ, ଆଗାମୀ ନିର୍ଦ୍ଦେଶ ଯାଏଁ ବିମାନ ବାତିଲ

utkala khabar
Last updated: May 7, 2025 12:03 pm
utkala khabar
Published May 7, 2025
Share
SHARE

ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଉଛି ଭାରତ । ମଙ୍ଗଳବାର ରାତି ୧.୩୦ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରିଛି । ଏହି ଆକ୍ରମଣର ନା’ ଅପରେସନ ସିନ୍ଦୂର’ ରଖାଯାଇଛି । ପାକିସ୍ତାନ ଏବଂ ପିଓକେରେ ଥିବା ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ଭାରତର ୫ଟି ବିମାନବନ୍ଦରରୁ ଉଡାଣ ବନ୍ଦ କରିଦିଆଯାଇଛି । ଜମ୍ମୁ, ଶ୍ରୀନଗର, ଅମ୍‌ତସର ଭଳି ବିମାନବନ୍ଦରରୁ ଉଡ଼ାଣ ଆଗାମୀ ଆଦେଶ ଯାଏଁ ବନ୍ଦ ରହିଛି ।ପାକିସ୍ତାନ ଓ ପିଓକେରେ ଆତଙ୍କୀ ଠିକଣା ଉପରେ ‘ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିବା ପରେ ଉତ୍ତର ପଶ୍ଚିମ ଭାରତର ଅନେକ ବିମାନ ବନ୍ଦରକୁ ଆଗାମୀ ଆଦେଶ ପାଇଁ ବନ୍ଦ କରାଯାଇଛି । ରିପୋର୍ଟ ମୁତାବକ, ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ସହିତ ପ୍ରମୁଖ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଛି ।

ଏୟାର ଇଣ୍ଡିଆ ଆଜି ଅପରାହ୍ନ ୧୨ଟା ଯାଏଁ ଏସବୁ ସହରକୁ ଯାଉଥିବା ବିମାନ ଉଡ଼ାଣ ବାତିଲ କରିଛି । ଏଥିରେ ଜମ୍ମୁ, ଶ୍ରୀନଗର, ଯୋଧପୁର, ଲେହ, ଭୁଜ, ଜାମନଗର, ଚଣ୍ଡୀଗଡ ଏବଂ ରାଜକୋଟ ସାମିଲ ରହିଛି । ଅମୃତସର ଯିବାକୁ ଥିବା ଦୁଇଟି ବିମାନକୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି ।ଇଣ୍ଡିଗୋ ଏବଂ ସ୍ପାଇସ ଜେଟ ଏୟାରଲାଇନ୍ସ ମଧ୍ୟ ନିଜ ଫ୍ଲାଇଟ୍ସ ବାତିଲ କରିଛି। ଉତ୍ତର ଭାରତର ବିମାନ ବନ୍ଦର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ପାକିସ୍ତାନ ଏବଂ POKରେ ଆତଙ୍କବାଦୀଙ୍କ ଶିବିର ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ସ୍ପାଇସ ଜେଟ ଯାତ୍ରୀମାନଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।ସାରା ଦେଶ ଶୋଇଥିବା ବେଳେସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍‌ଲା ସିନ୍ଦୂରରେ ନେଇଛି ସେନା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ପାକ୍ ଅଧିକୃତ କାଶ୍ମୀରରେ ପଶି ଭାରତୀୟ ସେନା ୯ଟି ସ୍ଥାନରେ ଜୋରଦାର ଆକ୍ରମଣ କରିଛି । ଏଥିରେ ଅନେକ ଆତଙ୍କବାଦୀ କ୍ୟାମ୍ପ ସହ ୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

 

You Might Also Like

ଅପରେସନ ସିନ୍ଦୂର ଦେଖି ଡରିଗଲାଣି ଚୀନ

ସ୍କୁଲ ପରିସରରୁ ୨୦ ଫୁଟିଆ ଅହିରାଜ ଉଦ୍ଧାର

ଦିଲ୍ଲୀଠାରୁ ପ୍ରତିଶୋଧ ଲକ୍ଷ୍ୟରେ ଆଜି ଖେଳିବ ଲକ୍ଷ୍ନୌ

ପଣସର ଦମଦାର ଫାଇଦା, ଜାଣନ୍ତୁ

ରୋହିତ ଏବଂ ବିରାଟ ଖେଳିବେନି ଦିନିକିଆ ବିଶ୍ଵକପ-୨୦୨୭ ମ୍ୟାଚ

TAGGED:#UTKALA KHABARAirportFlightsNational newsSindoor Operation
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?