Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

utkala khabar
Last updated: April 28, 2025 11:04 am
utkala khabar
Published April 28, 2025
Share
SHARE

ଜାମୁ-କାଶ୍ମୀର ୨୮/୪ : ପୁଣି ଫାୟାରିଂ LOCରେ  । ଗତରାତିରୁ LOCରେ ପାକିସ୍ତାନ ସେନା ପୋଷ୍ଟରୁ ପୁଣି ଗୁଳିମାଡ଼ । ଲଗାତାର ଚତୁର୍ଥ ଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । କଡ଼ା ଜବାବ ଦେଲା ଭାରତୀୟ ସେନା । କୁପୱାଡା ଓ ପୁଞ୍ଚ ଜିଲ୍ଲାରେ ପାକିସ୍ତାନ ପଟୁ ଗତରାତିରୁ ଗୁଳିମାଡ଼ କରାଯାଇଛି । ଏହି ଆକ୍ରମଣର କଡ଼ା ଜବାବ ଦେଇଛି ଭାରତୀୟ ସେନା । ଏପ୍ରିଲ୍ ୨୭-୨୮ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ କୁପୱାରା ଏବଂ ପୁଞ୍ଚ ଜିଲ୍ଲାର ବିପରୀତ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳିଚାଳନା ଆରମ୍ଭ କରିଥିଲେ । ଭାରତୀୟ ସେନା ମଧ୍ୟ ଏହାର ଜବାବ ଦିଆଯାଉଛି ।

ପୁଲୱାମା ଘଟଣା ପରେ ଜମ୍ମୁ ଓ କଶ୍ମୀରରେ ହୋଇଥିବା ସବୁଠାରୁ ଖରାପ ଆକ୍ରମଣ ହେଉଛି ପହଲଗାମ ଆତଙ୍କବାଦୀ ଆକ୍ରମଣ । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟ ଉତ୍ତେଜନା ଲାଗି ରହିଛି । ଏହାପରେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ପ୍ରଥମ ଥର ଟାର୍ଗେଟେଡ୍ ଫାୟାରିଂ କରିଛି । ଅସ୍ତ୍ରବିରତିର ଉଲ୍ଲଂଘନ କରି ୪ ଦିନ ହେଲା ଏଲଓସିର ବିଭିନ୍ନ ସେକ୍ଚରରେ ଗୁଳିମାଡ଼ କରୁଛି ପାକିସ୍ତାନ ସେନା । ଯାହାର ଭାରତୀୟ ସେନା ପକ୍ଷରୁ ଦୃଢ଼ ମୁକାବିଲା କରାଯାଉଛି । ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ସହ ପାକିସ୍ତାନ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଅଟାରୀ- ୱାଘା ଚେକପୋଷ୍ଟକୁ ବନ୍ଦ କରାଯାଇଛି । ନୂଆଦିଲ୍ଲ ସ୍ଥିତ ପାକିସ୍ତାନ ହାଇକମିସନରେ ଥିବା ଅଲୋଡା କର୍ମଚାରୀଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

You Might Also Like

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ତେଜିବାରେ ଲାଗିଛି ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରାୟ ୧୨ ଲକ୍ଷ ଆଡଭାନ୍ସ ବୁକିଂ ବାତିଲ

୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି

ଦିନରେ ଅଭିନୟ କଲେ, ରାତିରେ ଝୁଲିପଡିଲେ କିନ୍ନର ଅର୍ଚ୍ଚିତା

TAGGED:#UTKALA KHABARIndian armyJamu kashmirPahalgam Attack
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?