ପାକିସ୍ତାନ ୦୯/୫ : ସୂହାଗର ବଦ୍ଲା ନେଉଛି ସିନ୍ଦୂର । ଆତଙ୍କୀ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଭାରତ । ଭାରତୀୟ ସେନାର ପ୍ରଚଣ୍ଡ ପ୍ରହାର ଦେଖି ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ପୁଣି ହମ୍ଲା କରିବାକୁ ଉଦ୍ୟମ କରି ଫେଲ୍ ମାରିଛି । ପାକିସ୍ତାନ ଭାରତର ୧୧ ସହର ଉପରେ ଡ୍ରୋନ ଆଟାକ କରିଥିଲା । ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଭଣ୍ଡୁର କରିଦେଇଛି । ଭାରତ ପାକିସ୍ତାନର ୫୦ରୁ ଅଧିକ ଡ୍ରୋନ ନଷ୍ଟ କରିଦେଇଛି । ଆଉ ପାକିସ୍ତାନର ଅନେକ ସହର ଉପରେ ଦୃଢ ଆକ୍ସନ ନେଇଛି । ଯାହାକୁ ନେଇ ଭୟରେ ଥରୁଛି ପାକିସ୍ତାନ ।
ଯୁଦ୍ଧ ଛାଡି ସେନା ଲୁଚି ପଳାଉଥିବା ଖବର ଆସିଛି । ଭାରତୀୟ ସେନା ପାକିସ୍ତାନକୁ ଚେତାବନୀ ଦେଇଛି କି ତାର ସବୁ ଷଡଯନ୍ତ୍ରର ମୁହଁତୋଡ ଜବାବ ଦେବ । ଏହା ପରେ ଭାରତ ପାକିସ୍ତାନ ଉପରେ ପ୍ରଚଣ୍ଡ ପ୍ରହାର କରିବା ଆରମ୍ଭ କରିଦେଇଥିଲା । ଆଉ ପାକିସ୍ତାନର ଅନେକ ବଡ ସହରକୁ ଟାର୍ଗେଟ କରିଥିଲା । ଯେଉଁଥିଲେ ଲାହୋର, ଇସଲାମାବାଦା,କରାଚି,ପେଶୱାର, ସିଆଲକୋଟ ଓ ମୁଜାଫରବାଦା ରହିଛି। ଭାରତର ପ୍ରଚଣ୍ଡ ପ୍ରହାର ଦେଖି ଭୟରେ ଥରୁଛି ପାକିସ୍ତାନ । ସେନା ଭିତରେ ଖେଳିଯାଇଛି ଆତଙ୍କର ବାତାବରଣ ।
ସେନା ଓ ତାଙ୍କ ପରିବାର ଲୋକଙ୍କ ମନରେ ଜୀବନ ଚାଲିଯିବାର ଭୟ ରହିଛି । ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ସେମାନେ ଭାବିସାରିଲେଣି କି ସେମାନଙ୍କ ଉପରେ କେଉଁ ମୁହୁର୍ତ୍ତରେ ଆକ୍ରମଣ ହୋଇପାରେ । ସୂତ୍ର ମୁତାବକ ଯୁଦ୍ଧ ଛାଡି ଯିଏ ଲୁଚିବାକୁ ବସିଲେଣି । ଭାରତୀୟ ସେନା ସହ ଲଢିବାକୁ ସେମାନେ ଭୟ କରୁଥିବା ସ୍ପଷ୍ଟ ଜଣାପଡୁଛି ।