ସାଉଦି ଆରବ ୨୨/୪ : ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣରେ ମୋଦି ସାଉଦି ଆରବ ଯାଇ ଜେଦ୍ଦାରେ ପହଞ୍ଚିବେ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ସାଉଦି ଆରବ ଓ ପ୍ରଥମ ଜେଦ୍ଦା ଗସ୍ତ ।
ପୂର୍ବରୁ ୨୦୧୬ ଓ ୨୦୧୯ରେ ମୋଦି ସାଉଦି ଆରବ ଗସ୍ତ କରିଥିଲେ ।
ଗସ୍ତ ପୂର୍ବରୁ ମୋଦି ଏକ୍ସରେ କହିଛନ୍ତି, ସାଉଦି ଆରବ ଜେଦ୍ଦା ଗସ୍ତ କରୁଛି, ଏଠାରେ ବିଭିନ୍ନ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗ ଦେବି । ଭାରତ-ସାଉଦି ଆରବର ସହଭାଗିତାର ସୀମାହୀନ ସୁଯୋଗ ରହିଛି ।
ଅସ୍ଥିରତା ପୂର୍ଣ୍ଣ ବିଶ୍ୱ ମଧ୍ୟରେ ସ୍ଥିରତାର ସ୍ତମ୍ଭ ଭାବରେ ଆମ ସମ୍ପର୍କ ସୁଦୃଢ଼ ରହିଛି ବୋଲି ମୋଦି କହିଛନ୍ତି ।
ଜେଦ୍ଦାରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଓ ପ୍ରଧାନମନ୍ତ୍ରୀ ମୋଦି ଭାରତ-ସାଉଦି ଆରବ ଷ୍ଟ୍ରାଟାଜିକ୍ ପାର୍ଟନରସିପ୍ କାଉନିଲ ବୈଠକରେ ଯୋଗ ଦେବେ। ଏଥିରେ ଅନେକ ଏମଓୟୁ ସ୍ୱାକ୍ଷର ହେବା ସମ୍ଭାବନା ରହିଛି ।
ମହାକାଶ, ଶକ୍ତି, ସ୍ୱାସ୍ଥ୍ୟ, ବିଜ୍ଞାନ, ସଂସ୍କୃତି ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷର ହୋଇପାରେ ।
