Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ପହଲଗାମ ହାମଲା, ସୁରକ୍ଷା ଏଜେନ୍ସୀ ଜାରି କଲା ୩ ଆତଙ୍କବାଦୀଙ୍କ ସ୍କେଚ

utkala khabar
Last updated: April 23, 2025 3:58 pm
utkala khabar
Published April 23, 2025
Share
SHARE

ଜାମୁ-କାଶ୍ମୀର ୨୩/୪ : ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି । ଆତଙ୍କୀ ସାଧାରଣ ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ମାରିଛନ୍ତି, ତାହାର ପ୍ରତିଶୋଧ ନେବାକୁ ସମଗ୍ର ଦେଶ ଚାହିଁ ରହିଛି । ଏହାରି ମଧ୍ୟରେ ୩ ଆତଙ୍କୀଙ୍କ ସ୍କେଚ ଜାରି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ୩ ଆତଙ୍କବାଦୀଙ୍କ ସ୍କେଚ ପ୍ରସ୍ତୁତ କରାଯାଇଛି ।

ଆତଙ୍କବାଦୀଙ୍କୁ ଧରିବା ପାଇଁ ତନାଘନା ଚାଲିଛି । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସ ଆତଙ୍କୀକୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି କରିଛି । ସେନା ଓ ପୋଲିସ ପୋଷାକରେ ଆସିଥିଲେ ଆତଙ୍କବାଦୀ । ନାଁ ପଚାରି ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ ।

ସୂଚନାଯୋଗ୍ୟ, ପହଲଗାମ ରିସର୍ଟ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ସୁନ୍ଦର ଅଞ୍ଚଳ ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଶାନ୍ତ ପରିବେଶ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ । ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ପହଲଗାମରେ ପର୍ଯ୍ୟଟକଙ୍କ ଏକ ଗ୍ରୁପକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅମରନାଥ ଯାତ୍ରା ପୂର୍ବରୁ ଗତକାଲି ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ନୌସେନା ଓ ଜଣେ ଗୁଇନ୍ଦା ଅଧିକାରୀଙ୍କ ସମେତ ୨୭ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ଏହି ହମଲା ପଛରେ ଆତଙ୍କବାଦୀ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ । ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଛି NIA । ଏହି ଆକ୍ରମଣ ପରେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

You Might Also Like

ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତୁର୍କୀ, ତୀବ୍ରତା ୬.୦

୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦ୍ୱିତୀୟ ବିମାନ ଦୁର୍ଘଟଣା

ଗ୍ରୀଷ୍ମଦିନରେ ନିମ୍ବପତ୍ର ଜୁସ ପିଇବା ଅତ୍ୟନ୍ତ ଜରୁରୀ ଅଟେ

ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା

TAGGED:#UTKALA KHABARMassive SearchNational newsOperationSketchesThree Terrorists Released
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?