- ପହଲଗାମ ନରସଂହାର ପଛରେ ଲସ୍କରର ହାତ ରହିଥିଲା। ଏବେ ତା’ର ଟପ କମାଣ୍ଡର ଅଲତାଫ ବାନ୍ଦିପୋରାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛି।
ପହଲଗାମ ୨୫/୪ : ପହଲଗାମ ନରସଂହାର ପରେ ଆତଙ୍କବାଦ ନିରୋଧ ଅପରେସନକୁ ଜୋରଦାର କରିଥିବା ଭାରତୀୟ ସେନାକୁ ପ୍ରଥମ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ଟପ କମାଣ୍ଡର ଅଲତାଫ ଲାଲି ନିହତ ହୋଇଛି। ପହଲଗାମ ନରସଂହାର ପଛରେ ଲସ୍କରର ହାତ ରହିଥିଲା। ଏବେ ତା’ର ଟପ କମାଣ୍ଡର ଅଲତାଫ ବାନ୍ଦିପୋରାରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛି। ଏବେ କେବଳ ଗୋଟିଏ ମୁଣ୍ଡ ଗଡ଼ି ଥିବା ବେଳେ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ସୁରକ୍ଷାକର୍ମୀଙ୍କ ଉଦ୍ୟମ ଜାରି ରହିଛି।
ଶୁକ୍ରବାର ସକାଳେ ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ପହଲଗାମ ହମଲାକାରୀଙ୍କୁ ଖୋଜୁ ଥିବା ସୁରକ୍ଷାକର୍ମୀ ଏହି ଖବର ମିଳିବା ମାତ୍ରେ ଅପରେସନ ଆରମ୍ଭ କରି ଦେଇଥିଲେ। ଭାରତୀୟ ସ୍ଥଳ ସେନା ଓ ଜମ୍ମୁ-କଶ୍ମୀର ପୁଲିସ୍ ମିଳିତ ଭାବେ ବାନ୍ଦିପୋରାରେ ପହଞ୍ଚିଥିଲା। ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ିବା କ୍ଷଣୀ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏଥିରେ ଅଲତାଫ ପ୍ରାଣ ହରାଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ଅଲତାଫ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।