Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚମୋଲିରେ ଖାଇକୁ ଖସିଲା କାର୍, ୫ ମୃତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଚମୋଲିରେ ଖାଇକୁ ଖସିଲା କାର୍, ୫ ମୃତ

utkala khabar
Last updated: April 19, 2025 11:35 am
utkala khabar
Published April 19, 2025
Share
SHARE

ଉତ୍ତରାଖଣ୍ଡ ୧୯/୪ :ଉତ୍ତରାଖଣ୍ଡ ଚମୋଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚମୋଲି ଜିଲ୍ଲାର ବିରହୀ ନିଜମୁଲା ମୋଟର ରାସ୍ତାରେ କାରଟି ଖାଇକୁ ଖସିପଡିଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା, ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।

ଖବର ମୁତାବକ, ବିରହୀ-ନିଜମୁଲା ମୋଟର ମାର୍ଗରେ ବରଯାତ୍ରୀ ଗାଡ଼ିଟି ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ରହିଥିଲେ । ଖାଇକୁ ଖସିପଡିବା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଦୁର୍ଘଟଣା ପରେ ପ୍ରଶାସନ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।
ପରେ ସମସ୍ତ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତ ୨୮ ତାରିଖ ଦିନ ବଦ୍ରିନାଥ ଠାରୁ ୩ କିଲୋମିଟର ଦୂର ମାନାରେ ଭୟଙ୍କର ହିମସ୍ଖଳନ ହୋଇଥିଲା। ଆର୍ମୀ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ର ଏକ କ୍ୟାମ୍ପ ଉପରେ ମାଡ଼ି ଯାଇଥିଲା ବରଫ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା ।  ଏହି ଉଦ୍ଧାର ଅଭିଯାନରେ ଏନଡିଆରଏଫ, ଏସଡିଆରଏଫ, ଆର୍ମୀ ଓ ଆଇଟିବିପି ଯବାନ ରେସକ୍ୟୁ ଅପରେସନରେ ସାମିଲ ଥିଲେ । ଉଦ୍ଧାର କାର୍ଯ୍ୟରେ ଏୟାରଫୋର୍ସର ଚିତା ଓ MI-17 ହେଲିକପ୍ଟର ନିୟୋଜିତ ହୋଇଥିଲା । ସମସ୍ତ ଶ୍ରମିକଙ୍କ ଉଦ୍ଧାର ସହ ଅଭିଯାନ ଶେଷ ହୋଇଥିଲା।

You Might Also Like

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ପାଇଁ ସ୍କୁଲ ଛୁଟି

ଦେଶରେ ୪ ହଜାର ଟପିଲା କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୂକମ୍ପ ଝଟକାରେ ଥରିଲା ଗ୍ରୀସ୍, ତୀବ୍ରତା ୬.୧

ଭଡା ବିମାନରେ ୪୦ ଘଣ୍ଟାର ଉଡ଼ାଣ, ରାଣା ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା

ଓଜନ କମାଇବ କଞ୍ଚା କଦଳୀ, ଜାଣନ୍ତୁ କିପରି ଡାଏଟରେ ସାମିଲ କରିବେ

TAGGED:#UTKALA KHABARChamaoliInternainal NewsTragic accidentUttarakhandWedding procession car
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?