ସ୍ପେନ ୫/୬ : ସ୍ପେନ୍ର ପ୍ରିନସେସ୍ ଲିୟୋନାର ଏବଂ ସ୍ପେନ୍ର ଷ୍ଟାର ଫୁଟବଲ ପ୍ଲେୟାର ପ୍ଲାବୋ ଗାଭିଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ବିଷୟରେ । ଯେଉଁମାନଙ୍କ ପ୍ରେମକୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା । ସ୍ପେନ୍ ରାଜସିଂହାସନର ଉତ୍ତରାଧିକାରୀ ହେଉଛନ୍ତି ପ୍ରିନସେସ୍ ଲିୟୋନାର । ରାଜକୀୟ ଚାଲିଚଳନ ଏବଂ ଅଚଳାଚଳ ଧନ ସମ୍ପତ୍ତିକୁ ନେଇ ଏହି ପରିବାର ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରାଜକୁମାରୀ ଲିୟୋନାରଙ୍କ ସୁନ୍ଦରତା । କାରଣ ବଲିଉଡ୍ କି ହଲିଉଡ୍ର କେଉଁ ହିରୋଇନ୍ ଠାରୁ କମ୍ ନୁହଁନ୍ତି ସେ । ବିଶେଷକରି ରାଜପରିବାରର କୌଣସି ଭିତିରି କଥା ବହାରକୁ ଆସିନଥାଏ । ହେଲେ ପ୍ରିନସେସ୍ ଲିୟୋନାରଙ୍କ ପ୍ରେମ କାହାଣୀ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ।
ସ୍ପେନ୍ର ନ୍ୟାସନାଲ ଟିମ୍ ପାଇଁ ସେଣ୍ଟ୍ରାଲ ମିଡଫିଲ୍ଡର ଭାବରେ ଖେଳନ୍ତି ଷ୍ଟାର ଫୁଟବଲର ପ୍ଲାବୋ ମାର୍ଟିନ ପେଜ୍ ଗାଭିରା । ପ୍ରିନସେସ୍ ଲିୟୋନୋରଙ୍କ ଠାରୁ ଗୋଟିଏ ବର୍ଷ ବଡ଼ ଗାଭି । ଫିପା ଓ୍ବାଲ୍ଡକପ୍ ୨୦୨୨ବେଳେ ପ୍ରିନସେସ୍ ଲିୟୋନୋର ଗାଭିଙ୍କ ଖେଳ ଶୈଳୀକୁ ଦେଖି ତାଙ୍କ ଉପରେ ଫିଦା ହୋଇଯାଇଥିବା କୁହାଯାଏ । ପରେ ଲିୟୋନୋର ଓ ଗାଭିଙ୍କ ଭିତରେ ସମ୍ପର୍କକୁ ନେଇ ଗୁଜବ ଆରମ୍ଭ ହୁଏ । ସେହି ଗୁଜବ ୨୦୨୪ରେ ଆହୁରି ବେଶି ହୁଏ । କାରଣ ରାଜମହଲରେ ରୟାଲ ଫ୍ୟାମିଲି ଜାତୀୟ ଫୁଟବଲ୍ ଟିମ୍କୁ ଗାଭିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ସେହି ସମୟରେ ପ୍ରିନସେସ୍ ଲିୟୋନୋର ଓ ଗାଭି କିଛି ସମୟ ପର୍ଯ୍ୟନ୍ତ ପରସ୍ପର ସହ ହାତ ମିଳାଇ ଫଟୋ ଉଠାଇଥିଲେ । ଆଉ ସେହି ଫଟୋକୁ ନେଇ ଆରମ୍ଭ ହୋଇଥିଲା ଅନେକ କଳ୍ପନାଜଳ୍ପନା ଆଉ ଚର୍ଚ୍ଚା । ଦୁହିଁଙ୍କ ଭିତରେ କିଛି ଥିବା ମଧ୍ୟ କୁହାଯାଉଥିଲା ।
ଆଉ ଏହା ବି ମଧ୍ୟ କୁହାଯାଉଥିଲା କି, ଗାଭି ପ୍ରିନସେସ୍ ଲିୟୋନୋରଙ୍କ ପ୍ରେମକୁ ପ୍ରତ୍ୟାଖାନ କରିଛନ୍ତି । କାରଣ ପେଲାୟା ନାମକ ଜଣେ ଯୁବତୀଙ୍କୁ ଗାଭି ଭଲପାଆନ୍ତି । ପେଲାୟା ଏବେ ପାଠ ପଢ଼ୁଥିବାବେଳେ ତାଙ୍କୁ ୨୨ ବର୍ଷ । ହେଲେ ସୋସିଆଲ ମିଡିଆରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ୁନାହିଁ ।