ଅକ୍ଷୟ ତୃତୀୟା ହିନ୍ଦୁମାନଙ୍କ ପାଇଁ ସବୁଠାରୁ ବଡ ପର୍ବ ବୋଲି ମାନାଯାଇଥାଏ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ପ୍ରଥା ରହିଛି ଯେ ଅକ୍ଷୟ ତୃତୀୟା ପରଠାରୁ ଧାନ ଚାଷ ହେବା ଆରମ୍ଭ କରାଯାଏ । ଧନଧାନ୍ୟର ଦେବୀ ଲକ୍ଷ୍ମୀ ହୋଇଥାନ୍ତି । ତେଣୁ ଅକ୍ଷୟ ତୃତୀୟାରେ ମା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କୁ ଆରାଧନା କରାଯାଇଥାଏ । ଏହି ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହି ବର୍ଷ ଅକ୍ଷୟ ତୃତୀୟାରେ ଅତ୍ୟନ୍ତ ଶୁଭ ସଂଯୋଗ ରହିଛି । ଅକ୍ଷୟ ତୃତୀୟା ପାଇଁ ତାରିଖ ଏବଂ ଶୁଭ ସମୟ ସମ୍ପର୍କରେ ଆସନ୍ତୁ ଜାଣିବା ।
୩୦ଏପ୍ରିଲକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯିବ । ଅକ୍ଷୟ ତୃତୀୟା ତିଥି ୨୯ତାରିଖ ସନ୍ଧ୍ୟା ୫.୩୧ରୁ ଆରମ୍ଭ ହୋଇ ୩୦ତାରିଖ ରାତି ୨.୧୨ରେ ଶେଷ ହେବ । ପୂଜା ପାଇଁ ଶୁଭବେଳା ସକାଳ ୬.୧୧ରୁ ଅପରାହ୍ନ ୧୨.୩୬ ପର୍ଯ୍ୟନ୍ତ ରହିବ । ଏହି ଶୁଭ ମୁହୁର୍ତ୍ତରେ ପୂଜା କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।
ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଅତ୍ୟନ୍ତ ଶୁଭ ସଂଯୋଗ ରହିଛି । ଏହି ଦିନରେ ସୱାର୍ଥ ସିଦ୍ଧି ଯୋଗ ସହିତ ଶୋଭନ ଯାତ୍ରା ଏବଂ ରବି ଯୋଗ ମଧ୍ୟ ରହିଛି । ଏଭଳି ଦିନରେ ମା ଲକ୍ଷ୍ମୀଙ୍କ ଆରାଧନା କଲେ ସମସ୍ତ ସିଦ୍ଧିପ୍ରାପ୍ତ ହୋଇଥାଏ । ଏହା ବ୍ୟତୀତ ସୌଭାଗ୍ୟ ଓ ସମୃଦ୍ଧି ହୋଇଥାଏ । ୩୦ ଏପ୍ରିଲ୍ ଅପରାହ୍ନ ୧୨.୦୨ ମିନିଟ୍ ସମୟ ପର୍ଯ୍ୟନ୍ତ ଶୋଭନ ଯୋଗ ରହିଛି । ଠିକ୍ ସେହିପରି ସନ୍ଧ୍ୟା ୪.୧୮ମିନିଟ୍ ସମୟରୁ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ଗୋଟିଏ ରାତି ପର୍ଯ୍ୟନ୍ତ ରବି ଯୋଗ ରହିବ ।