Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

ବିବାହ କରିବାକୁ ଯାଉଛନ୍ତି କି ? ତେବେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ

utkala khabar
Last updated: May 13, 2025 7:55 am
utkala khabar
Published May 13, 2025
Share
SHARE

ଲଭ ହେଉ କିମ୍ବା ଆରେଞ୍ଜ ବିବାହ ପୁର୍ବରୁ ସମସ୍ତେ ଏହି ଚିନ୍ତାରେ ଥାଆନ୍ତି ଯେ ତାଙ୍କୁ ବିବାହ କରିବା ଦରକାର କି ନାହିଁ । କଣ ଏହା ଉଚିତ ସମୟ? କଣ ତାଙ୍କ ନିଷ୍ପିତ୍ତି ଠିକ ? କାରଣ ବିବାହ କେବଳ ଦୁଇ ଜଣଙ୍କ ଭିତରେ ହୋଇନଥାଏ । ଦୁଇ ପରିବାରଙ୍କ ଭିତରେ ମଧ୍ୟ ହୋଇଥାଏ । ଏହିଭଳି ପରିସ୍ଥିତିରେ ବହୁତ ଭାବିଚିନ୍ତି ଆଗକୁ ବଢ଼ିବା ଦରକାର । ଯଦି ଆପଣ ବିବାହ କରିବାକୁ ଯାଉଛନ୍ତି ତେବେ ପ୍ରଥମେ ନିଜକୁ ପଚାରନ୍ତୁ ଏହି ୭ଟି ପ୍ରଶ୍ନ । ଏହି ପ୍ରଶ୍ନ ଦ୍ବାରା ଆପଣ ଜାଣିପାରିବେ ଆପଣଙ୍କ ବିବାହର ନିଷ୍ପତି ଠିକ ନା ଭୁଲ ।

୧. ଆପଣ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି କି?
ଆପଣ ନିଜ ଇଚ୍ଛାରେ ବାହା ହେଉଛନ୍ତି ନା ପରିବାର ମାନଙ୍କ ଇଚ୍ଛାରେ,ଆପଣ ପୁର୍ଣ୍ଣ ଭାବରେ ବାହା ହେବାପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ, ଶାନ୍ତ ଏବଂ ସୁସ୍ଥ ମନରେ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ । କଣ ଆପଣ ବିବାହ ଭଳି ବହୁତ ବଡ ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ନା ଆପଣଙ୍କୁ ସମୟ ଦରକାର । ଏହି ପ୍ରଶ୍ନର ଉତ୍ତର ଯଦି ହଁ ଆସେ ତାହେଲେ ଆଗକୁ ବଢ଼ନ୍ତୁ ।

୨. ଠିକ ଜୀବନସାଥି ଚୟନ କରିଛନ୍ତି କି?

ପୁଅ ହୁଅନ୍ତୁ କିମ୍ବା ଝିଅ, ନିଜ ଜୀବନସାଥୀକୁ ନେଇ ମନରେ ବହୁତ ଇଚ୍ଛା ଏବଂ ସ୍ବପ୍ନ ଥାଏ । ଯଦି ଆପଣ ଯେଉଁଭଳି ଚାହୁଁଛନ୍ତି ସେହିଭଳି ଜୀବନସାଥି ମିଳି ଯାଆନ୍ତି, ତେବେ ଏହି ବିବାହ ପାଇଁ ଆପଣଙ୍କୁ ଆଗକୁ ବଢ଼ିବା ଉଚିତ । କିନ୍ତୁ ଆପଣଙ୍କୁ କଉଠି ଭି ଲାଗେ ତାଙ୍କ ସହିତ ଆପଣ ଜୀବନ ଅତିବାହିତ କରିପାରିବେ ନାହିଁ ତେବେ ଭାବିଚିନ୍ତି ଆଗକୁ ବଢ଼ିବା ଉଚିତ ।

୩. ଆପଣ ଫସି ଯାଇନାହାନ୍ତି ତ?

କେତେଥର ଆମେ ବହୁତ ଜଲଦିରେ ବିବାହର ନିଷ୍ପତ୍ତି ନେଇ ଯାଇଥାଉ କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଆମକୁ ଅନୁଭବ ହୋଇଥାଏ ଆଉ କିଛି ସମୟ ଅପେକ୍ଷା କରିବା ଦରକାର ଥିଲା । ଜୀବନସାଥୀଙ୍କର କେତେକ ଅଭ୍ୟାସ ଆପଣଙ୍କୁ ପସନ୍ଦ ଆସି ନଥାଏ । ଏମିତିରେ ଆପଣଙ୍କୁ ଥଣ୍ଡା ମୁଣ୍ଡରେ ଭାବିବାକୁ ପଡିଥାଏ । କିନ୍ତୁ ଛୋଟ ଛୋଟ ଅଭ୍ୟାସ ହୋଇଥିଲେ ତେବେ ସମୟ ସହିତ ଏହା ଠିକ ହୋଇଯାଇଥାଏ । ଯଦି ଏହାକୁ ଅଣଦେଖା ହୋଇପାରିବ ନାହିଁ ତେବେ ଆପଣଙ୍କୁ ଅଟକି ଯିବା ଆବଶ୍ୟକ ।

୪. ଜୀବନସାଥିଙ୍କ ମଧ୍ୟରେ କଣ ସ୍ବତନ୍ତ୍ର ରହିଛି?
ସମ୍ପର୍କ ବନ୍ଧୁତ୍ବର ହେଉ ଅବା ପ୍ରେମର କିମ୍ବା ବିବାହର,ଯାହା ସହିତ ଆପଣ ଅଛନ୍ତି ତାଙ୍କ ସହିତ ରହିବାର ଏକ ସ୍ବତନ୍ତ୍ର କାରଣ ରହିବା ଦରକାର । ଯାହା ଦ୍ବାରା ଆପଣ ତାଙ୍କ ସହିତ ଜଡିତ ରହିପାରିବେ,ଯଦି ଏହାର କାରଣ ଜାଣି ପାରିଲେ ତେବେ ଜୀବନ ସାରା ସାଥୀରେ ରହିବା ସଫଳ ହୋଇଥାଏ ।

୫. କଣ ତାଙ୍କ ସହିତ ସାରା ଜୀବନ ଅତିବାହିତ କରିପାରିବେ?
ବିବାହର ପୂର୍ବଦିନରେ ମଧ୍ୟ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ । ଯାହା ସହିତ ଆପଣ ବିବାହ କରିବାକୁ ଯାଉଛନ୍ତି, କଣ ସାରା ଜୀବନ ତାଙ୍କ ସହିତ ରହିପାରିବ । ବିବାହ ଦୁଇ କିମ୍ବା ତିନି ଦିନ ପାଇଁ ହୋଇ ନଥାଏ । ପୂରା ଜୀବନ ତାଙ୍କ ସହିତ ବିତାଇ ପାରିବ କି ନାହିଁ ଏହି ପ୍ରଶ୍ନ ନିଜକୁ ନିଶ୍ଚୟ ପଚାରନ୍ତୁ । ଯଦି ଆପଣଙ୍କ ଅର୍ନ୍ତଆତ୍ମା ସକରାତ୍ମକ ଉତ୍ତର ଦେବ,ତାହେଲେ ଆଗକୁ ବଢ଼ନ୍ତୁ ।

୬.  କଣ ଆପଣ ତାଙ୍କୁ ଭଲ ପାଆନ୍ତି?
ବହୁତ ଲୋକ ଏମିତି ଭାବନ୍ତି ପ୍ରେମ ବିବାହରେ ଦୁହିଁଙ୍କ ମଧ୍ୟରେ ଭଲପାଇବା ଥାଏ । କିନ୍ତୁ କେତେଥର ପ୍ରେମ ବିବାହରେ ମଧ୍ୟ ବିବାହର ନିଷ୍ପତ୍ତି ନେଲାବେଳେ ଅନେକ କଥା ସାମନାକୁ ଆସିଥାଏ, ଏବଂ ଏହା ବାରମ୍ବାର ଅନୁଭବ କରାଇଥାଏ ଯେ ବୋଧେ ଆପଣ ବିବାହର ନିଷ୍ପତ୍ତି ଠିକ ନେଇ ନାହାଁନ୍ତି । ଏଥିପାଇଁ ଆଗକୁ ବଢ଼ିବା ପୁର୍ବରୁ ନିଜକୁ ଏହି ପ୍ରଶ୍ନ ନିଶ୍ଚୟ ପଚାରନ୍ତୁ କଣ ଆପଣ ତାଙ୍କୁ ଭଲ ପାଆନ୍ତି?\

୭.  ଆକର୍ଷଣ ଅଛି କି ନାହିଁ?
ଏହା ସତ ଯେ ପ୍ରକୃତ ପ୍ରେମ ହୃଦୟରୁ ହୋଇଥାଏ ଏବଂ ତାକୁ କୌଣସି ପ୍ରକାର ଆକର୍ଷଣର ଦରକାର ପଡି ନଥାଏ । କିନ୍ତୁ ଆପଣଙ୍କ ଭିତରେ ନିଜ ଜୀବନସାଥୀକୁ ନେଇ ଖାସ ଆକର୍ଷଣ ରହିବା ଆବଶ୍ୟକ ଯାହା ବାରମ୍ବାର ଆପଣଙ୍କୁ ତାଙ୍କ ସହିତ ବାନ୍ଧିକରି ରଖିଥାଏ । ଏହା କମ ହେବା କାରଣରୁ ସମ୍ପର୍କରେ ମଧୁରତା କମି ଯାଇଥାଏ ।

You Might Also Like

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

ତହବୁର ରାଣାକୁ ହୋଇପାରେ ଖୁବ ଶୀଘ୍ର ଫାଶୀଦଣ୍ଡ

ବ୍ରେକଅପ ପରେ ଏହି ଯୁବକଙ୍କ ପ୍ରେମରେ ପଡିଲେ ତାରା ସୁତାରିୟା

୪ ଦିନିଆ ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା, ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ

କେମିତି କଟିବ ଆଜିର ଦିନଟି

TAGGED:#special news#special story#UTKALA KHABARMarrige
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?