ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ସୀତାର ନବମୀ ପାଳନ କରାଯାଏ । ଆଜି ହେଉଛି ସେହି ପବିତ୍ର ସୀତା ନବମୀ । ପୌରାଣିକ ପ୍ରଥା ଅନୁଯାୟୀ ବିଶ୍ଵାସ କରାଯାଏ ଯେ, ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ସୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ଏହାକୁ ସୀତା ନବମୀ ବ୍ୟତୀତ ଜାନକୀ ନବମୀ ମଧ୍ୟ କୁହାଯାଇଥାଏ । ତେବେ ଆସନ୍ତୁ ଏହି ତିଥିର ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି ବିଷୟରେ ଜାଣିବା ।
ମେ ୫ ତାରିଖ ଅର୍ଥାତ୍ ଆଜି ହେଉଛି ସେହି ପବିତ୍ର ଦିନ । ଏହି ତିଥି ପ୍ରାୟ ରାମନବମୀର ଠିକ୍ ଗୋଟେ ମାସ ପରେ ପାଳିନ କରାଯାଇଥାଏ । ଏହି ଦିନରେ ଯଦି ଆମେ ମା’ ସୀତା ଏବଂ ରାମଙ୍କୁ ପୂଜାର୍ଚ୍ଚନା କରିବା ତେବେ ତାଭ୍କ ବିଶେଷ କରୁଣା ଲାଭ ହୋଇଥାଏ । ଏହି ଦିନରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ଅପରା କୁଣା ବର୍ଷା ହୋଇଥାଏ । ବିଶ୍ଵାସ ରହିଛି ଯେ, ଏହି ଦିନରେ ମାତା ସୀତାଙ୍କୁ ଆରାଧନା କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂରିଭୁତ ହୋଇଥାଏ । ଏହା ଛଡା ମା’ ଲକ୍ଷ୍ମୀଙ୍କ କରୁଣା ମଧ୍ୟ ପ୍ରାପ୍ତ ହୋଇଥାଏ ।
ବିଶ୍ଵାସ କରାଯାଇଆସୁଛି ଯେ, ଏହି ଦିନରେ ମା’ଙ୍କୁ ପୂଜା କଲେ ୧୬ମହାଦାନ ଫଳର ଅଧିକାରୀ ହେବେ । ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇବା ପାଇଁ ସୀତା ନବମୀକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହିତ ମହିଳାମାନେ ଉପବାସ ରଖନ୍ତି ଏବଂ ସାରା ଜିବନ ଖିସି ରହିବା ପାଇଁ ପ୍ରାର୍ଥନା କରନ୍ତି ।