Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ କାହିଁକି ଭୁକେ କୁକୁର?
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ବିଶେଷ

କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ କାହିଁକି ଭୁକେ କୁକୁର?

utkala khabar
Last updated: April 22, 2025 4:46 pm
utkala khabar
Published April 22, 2025
Share
SHARE

ଲୋକେ ଆଜିକାଲି ଘରେ ଗୃହ ପାଳିତ ପଶୁ ରଖିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ଲୋକେ ପ୍ରାୟତଃ ଘରେ କୁକୁର ପାଳିଥା’ନ୍ତି। ଭିନ୍ନ ଭିନ୍ନ ପ୍ରଜାତିର କୁକୁର ରଖିବାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି। କୁକୁର ମଣିଷର କାର୍ଯ୍ୟକଳାପକୁ ବହୁତ ଭଲଭାବରେ ବୁଝିଥାଏ। ଯଦି ଜଣେ ବ୍ୟକ୍ତି ହଠାତ୍ ଅଧିକ ଚଳପ୍ରଚଳ କରିବା ଆରମ୍ଭ କରେ, ହାତ ଉଠାଏ କିମ୍ବା ବାରମ୍ବାର ତାଙ୍କ ଆଖିକୁ ଚାହେଁ, ତେବେ କୁକୁରକୁ ଏହା ଆକ୍ରମଣାତ୍ମକ କିମ୍ବା ଭୟଭୀତ କରିବା ଆଚରଣ ଲାଗିପାରେ। ଏଭଳି ପରିସ୍ଥିତିରେ ଭୟ ଓ ସତର୍କତା କାରଣରୁ ସେ ଭୁକିବାକୁ ଲାଗେ। ଅପରପକ୍ଷେ, ଯେତେବେଳେ ଜଣେ ବ୍ୟକ୍ତି ଧୀରସ୍ଥିର ଏବଂ ସ୍ନେହର ସହ କୁକୁର ପାଖକୁ ଆସେ, ସେତେବେଳେ ସେ ମଧ୍ୟ ସୁରକ୍ଷିତ ଅନୁଭବ କରିଥାଏ ଏବଂ ଶାନ୍ତ ରହିଥାଏ। ତେବେ ଆପଣ ଲକ୍ଷ୍ୟ କରିଥିବେ, କୁକୁରମାନେ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଉପରେ ଭୁକିଥାନ୍ତି। ଆସନ୍ତୁ ଜାଣିବା ଏହାର କାରଣ..

କେବଳ କିଛି ଲୋକଙ୍କ ଉପରେ କାହିଁକି ଭୁକେ କୁକୁର

ଆପଣ ଜାଣିଥିବେ ଯେ, କୁକୁରମାନଙ୍କର ଗନ୍ଧ ବାରିବାର ଶକ୍ତି ଖୁବ୍‌ ତୀବ୍ର ଥାଏ। ସେମାନେ କେବଳ ଭିନ୍ନ ଭିନ୍ନ ମଣିଷଙ୍କ ଗନ୍ଧ ବାରିପାରନ୍ତି ନାହିଁ, ବରଂ ସେମାନଙ୍କ ପ୍ରତି ପ୍ରତିକ୍ରିୟାଶୀଳ ମଧ୍ୟ ହୋଇଥାଆନ୍ତି। ଯଦି କାହା ପୋଷାକରୁ ତୀବ୍ର ସୁଗନ୍ଧ ଆସେ, କୌଣସି ପଶୁ ଗନ୍ଧ କିମ୍ବା ଅଜବ ଗନ୍ଧ ହୁଏ, ତେବେ କୁକୁର ଅସହଜ ଅନୁଭବ କରେ ଏବଂ ତାକୁ ବିପଦର ଆଶଙ୍କା ହୋଇଥାଏ। ଏଭଳି ପରିସ୍ଥିତିରେ ସେ ଭୁକି ନିଜର ଅସନ୍ତୋଷ ତଥା ଭୟ ପ୍ରକାଶ କରିଥାଏ।

ଅତୀତର ଅଭିଜ୍ଞତା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ କୁକୁର

ଅନେକ ସମୟରେ କୁକୁରମାନଙ୍କ ଆଚରଣ ସେମାନଙ୍କର ଅତୀତର ଅଭିଜ୍ଞତା ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ଯଦି କେହି ସେମାନଙ୍କୁ ଅତୀତରେ ଡରାଇଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ସମାନ ଗନ୍ଧ କିମ୍ବା ସମାନ ବେଶଭୂଷାରେ ତା’ ସାମ୍ନାକୁ ଆସେ ତେବେ କୁକୁରଟି ଅତୀତ ଅଭିଜ୍ଞତା ଦ୍ଵାରା ଭୟଭୀତ ହୋଇପାରେ ଏବଂ ପ୍ରତିକ୍ରିୟାଶୀଳ ହୋଇ ଭୁକିବା ଆରମ୍ଭ କରିପାରେ। ସେହିପରି ଯଦି କାହା ସହିତ ତା’ର ଅଭିଜ୍ଞତା ସକରାତ୍ମକ ଥାଏ, ତେବେ ସେ ତାଙ୍କୁ ଦେଖି ଖୁସି ଅନୁଭବ କରେ, ଲାଞ୍ଜ ହଲାଏ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଥାଏ।

ନୂଆ ଲୋକଙ୍କୁ ଭୟ କରେ କୁକୁର

ନିଜ ଅଞ୍ଚଳର ସୁରକ୍ଷାକୁ ନେଇ କୁକୁରମାନେ ଅତ୍ୟନ୍ତ ସତର୍କ ଥାଆନ୍ତି। ସେମାନେ ନିଜ ଘର, ଗଳି କିମ୍ବା ଆଖପାଖ ଅଞ୍ଚଳକୁ ନିଜର ଜମି ବୋଲି ଭାବନ୍ତି ଏବଂ ଯେତେବେଳେ କେହି ଅଜଣା ଲୋକ ସେଠାକୁ ଆସନ୍ତି, ସେତେବେଳେ ସେମାବେ ତାଙ୍କୁ ଚେତାବନୀ ଦେବା ପାଇଁ ଭୁକିଥା’ନ୍ତି। ଯଦି କୌଣସି କୁକୁର ପିଲାଦିନରୁ ଭିନ୍ନ ଭିନ୍ନ ଲୋକ ଏବଂ ପରିବେଶ ସହିତ ପରିଚିତ ହୋଇନାହିଁ, ତେବେ ସେ ନୂଆ ଲୋକଙ୍କୁ ଭୟ କରିପାରେ ଏବଂ ଏହି ଭୟ ତାକୁ ଭୁକିବାକୁ ବାଧ୍ୟ କରେ।

ନିଶ୍ଚିତ ବୁଝନ୍ତୁ କୁକୁରର ବ୍ୟବହାର

ଯେକୌଣସି କୁକୁରର ବ୍ୟବହାରକୁ ବୁଝିବା ଏବଂ ସୁଧାରିବା ପାଇଁ ଏହା ଜରୁରୀ ଯେ, ତାକୁ ପିଲାଦିନରୁ ଭିନ୍ନ ଭିନ୍ନ ଲୋକ, ପରିବେଶ ଏବଂ ଅଭିଜ୍ଞତା ସହ ସାମ୍ନା କରାଇବା ଉଚିତ। ଯେତେବେଳେ ସେ ସଠିକ୍ ଆଚରଣ କରୁଛି ସେତେବେଳେ ତାକୁ ସ୍ନେହ କିମ୍ବା ପୁରସ୍କାର ଦେଇ ଉତ୍ସାହିତ କରନ୍ତୁ, ଯଦ୍ବାରା ସେ ବୁଝିପାରିବେ ଯେ ଶାନ୍ତ ଏବଂ ସହଯୋଗପୂର୍ଣ୍ଣ ରହିବା ଭଲ।

You Might Also Like

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଜାଣନ୍ତୁ କେତେ ରହିଛି ?

ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିରେ ଜଣେ ମୃତ, ୭ ଆହତ

ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

ଲଞ୍ଚ ହେଲା ରୟାଲ ଏନଫିଲ୍ଡ ହଣ୍ଟର 350

TAGGED:#special story#UTKALA KHABARDogs barkPeopleSpesial News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?