Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

utkala khabar
Last updated: May 10, 2025 12:00 pm
utkala khabar
Published May 10, 2025
Share
SHARE

ବିରାଟ  ଅବନିତଙ୍କ ଫଟୋ ଲାଇକ୍ କରିବା ଜାଣି ରାଗିଛନ୍ତି କି ଅନୁଷ୍କା। ଏବେ ଏକ ଭିଡିଓ ଭାଇରାଲ ହେବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ବେଙ୍ଗାଲୁରୁରେ ଏକ ରେସ୍ତୋରାଁ ବାହାରେ ଦେଖିବାକୁ ମିଳିଥିଲା। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓରେ ଦେଖାଯାଇଛି ଯେ, ବିରାଟ ପ୍ରଥମେ କାର୍‌ରୁ ବାହାରକୁ ଆସୁଛନ୍ତି।

ଏହା ପରେ ଅନୁଷ୍କା ବାହାରକୁ ଆସୁଥିବା ଦେଖି ସେ ତାଙ୍କ ଆଡକୁ ନିଜ ହାତ ବଢ଼ାଉଛନ୍ତି। ହେଲେ ଅନୁଷ୍କା ହାତ ନଧରି କାର୍‌ର କବାଟ ଧରି ବାହାରକୁ ଆସୁଛନ୍ତି। ଏହା ପରେ ବିରାଟଙ୍କ ପାଇଁ ଅପେକ୍ଷା ନକରି ଆଗକୁ ଚାଲିଯାଉଛନ୍ତି। ସବୁବେଳେ ହାତ ଧରି ଚାଲୁଥିବା ଅନୁଷ୍କା ଏଭଳି ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିରାଟ, ଟେଲି ଅଭ‌ିନେତ୍ରୀଙ୍କ ଫଟୋ ଲାଇକ୍ କରିବା ବିବାଦକୁ ନେଇ ଅନୁଷ୍କା ରାଗିଛନ୍ତି ବୋଲି ‌ଲୋକେ କହିବା ଆରମ୍ଭ କରିଛନ୍ତି। ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଇନଷ୍ଟାଗ୍ରାମରେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ୍ କରିଥିବାର କିଛି ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ବିରାଟ କୋହଲିଙ୍କ ଆକାଉଣ୍ଟ ନାମ ସେହି ପୋଷ୍ଟର “ଲାଇକ୍” ବିଭାଗରେ ଦୃଶ୍ୟମାନ ହେଉଥିଲା। କିଛି ଏହାକୁ ବିଶ୍ବାସ କରିପାରୁନଥିବା ବେ‌ଳେ ଭୁଲରେ ଏଭଳି ହୋଇଥାଇପାରେ ବୋଲି କହିଥିଲେ।

ସ୍ପଷ୍ଟୀକରଣ ଦେଇ ବିରାଟ କହିଥିଲେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ‘ଇନଷ୍ଟା ଫିଡ୍’ ସଫା କରିବା ସମୟରେ ବୋଧହୁଏ ‘ଆଲଗୋରିଦମ’ ଭୁଲବଶତଃ ଏକ ଏହା କରିଛି। ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କୌଣସି ଅନାବଶ୍ୟକ ଅନୁମାନ କରନ୍ତୁ ନାହିଁ। ଜିନିଷଗୁଡ଼ିକ ବୁଝିବା ପାଇଁ ଧନ୍ୟବାଦ।’

You Might Also Like

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

ଜାଣନ୍ତୁ କେମିତି ରହିବ ଆଜିର ଦିନ

ପୁଣି ବଢିଲା ସୁନା ଦର

ଦୁନିଆର ଏମିତି ଏକ ଦେଶ ଅଛି ଯେଉଁଠି ଆଦୌ ଇଣ୍ଟରନେଟ ବ୍ୟବହାର କରିବା ମନା

ଖରାଦିନରେ ମୁଁହ ପାଇଁ ଆଲମଣ୍ଡ ଅଏଲ କେତେ ଉପଯୋଗୀ ଜାଣନ୍ତୁ

TAGGED:#UTKALA KHABARAnushka SharmaAvneet kaurBengaluruDinner dateVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?