Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଚେନ୍ନାଇ ଠାରୁ ୮୩ ରନରେ ହାରିଲା ଗୁଜରାଟ

utkala khabar
Last updated: May 26, 2025 11:33 am
utkala khabar
Published May 26, 2025
Share
SHARE

ଆଇପିଏଲ ୨୬/୫ : ଆଇପିଏଲ୍ ୨୦୨୫ରେ ତାର ଶେଷ ମ୍ୟାଚ୍ ଖେଳିଛି ଚେନ୍ନାଇ ସୁପର କିଙ୍ଗସ ଆଉ ଚମତ୍କାର ବିଜୟ ହାସଲ କରିଛି । ପଏଣ୍ଟ ତାଲିକା ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୮୩ ରନରେ ହରାଇଛି । ଧୋନିଙ୍କ ଟିମ୍ ପାଇଁ ଚଳିତ ବର୍ଷ ଅତି ଖରାପ ଥିଲା । ସେମାନେ ମୋଟ ୧୪ଟି ମ୍ୟାଚ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ତାଲିକାର ସବା ଶେଷ ଅର୍ଥାତ୍ ଦଶମ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ଗୁଜରାଟ ଏହି ପରାଜୟ ସତ୍ତ୍ବେ ପ୍ରଥମ ସ୍ଥାନ ବଜାୟ ରଖିଛି । ଶୁବମନ ଗିଲଙ୍କ ଦଳ ୧୪ଟି ମ୍ୟାଚରୁ ୯ଟି ବିଜୟ ସହ ୧୮ ପଏଣ୍ଟ ଲାଭ କରିଛି । ତେବେ ପଞ୍ଜାବ କିଙ୍ଗସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଗୋଟିଏ ଲେଖାଏଁ ମ୍ୟାଚ୍ ବାକି ଥିବା ବେଳେ ସେମାନେ ସମାନ ୧୭ ପଏଣ୍ଟରେ ଅଛନ୍ତି । ଯିଏ ଜିତିବ ୧୯ ପଏଣ୍ଟ ସହ ତାଲିକା ଶୀର୍ଷରେ ପହଞ୍ଚିବ ।

ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କନୱେ ଓ ବ୍ରେଭିସଙ୍କ ଅର୍ଦ୍ଧଶତକ ବଳରେ ୫ ୱିକେଟରେ ୨୩୦ ରନ୍ କରିଥିଲା । କନୱେ ୫୨, ବ୍ରେଭିସ ୫୭, ଆୟୁଷ ମାହାତ୍ରେ ୩୪, ଉର୍ଭିଲ ପଟେଲ ୩୭ ଏବଂ ଜାଡେଜା ଅପରାଜିତ ୨୧ ରନ୍ କରିଥିଲେ ।ପରେ ଗୁଜରାଟ ଦଳ ଯେମିତି ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଥିଲା । ଜାଡେଜା, ଅନଶୁଲ କମ୍ବୋଜ ଏବଂ ନୁର ଅହମ୍ମଦ ବଢ଼ିଆ ବୋଲି କରି ମାତ୍ର ୧୪୭ ରନରେ (୧୮.୩ ଓଭର) ଗୁଜରାଟକୁ ଅଲଆଉଟ୍ କରି ଦେଲେ । ଫର୍ମରେ ଥିବା ସାଇ ସୁଦର୍ଶନ ସର୍ବାଧିକ ୪୧ ରନ କରିଥିବା ବେଳେ ଆଉ କାହାର ପ୍ରଦର୍ଶନ ଭଲ ନଥିଲା । ଜାଡେଜା ୨ଟି ଏବଂ କମ୍ବୋଜ ଓ ନୁର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।ମ୍ୟାଚ୍ ଶେଷରେ ଅଧିନାୟକ ଧୋନି କହିଥିଲେ ଯେ ଏହି ସିଜିନ୍ ତାଙ୍କ ଦଳ ପାଇଁ ଆଦୌ ଭଲ ନଥିଲା ତେବେ ଶେଷ ମ୍ୟାଚ୍ ଜିତି ବେଶ୍ କିଛି ଆତ୍ମସନ୍ତୋଷ ମିଳିଛି ।

 

 

 

You Might Also Like

ଆରସିବିର ବ୍ୟାଟିଂ ବିସ୍ଫୋରଣ; କୋହଲିଙ୍କ ପରେ ନିର୍ଦ୍ଧୁମ ପିଟିଲେ ପାଟିଦାର

ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ

ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଭବ ସୂର୍ଯ୍ୟବଂଶୀ

ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

୬ଟି ସହରରେ ଖେଳାଯିବ ଅବଶିଷ୍ଟ ଆଇପିଏଲ ମ୍ୟାଚ

TAGGED:#Chennai Super Kings#ipl matchGujarat TitansIndian Premier League 2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?