Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

utkala khabar
Last updated: April 17, 2025 10:57 am
utkala khabar
Published April 17, 2025
Share
SHARE

ଆଇପିଏଲ ୧୭/୦୪ : ଆଇପିଏଲ୍ ୨୦୨୫ର ପ୍ରଥମ ସୁପର ଓଭର ମ୍ୟାଚ୍‌ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ। ୩୨ତମ ରୋମାଞ୍ଚକର ଓ ମ୍ୟାଚ୍‌ରେ ଟ୍ରିଷ୍ଟନ ଷ୍ଟବ୍ସ ସୁପର ଓଭରରେ ଛକା ମାରି ଦିଲ୍ଲୀକୁ ପଞ୍ଚମ ବିଜୟ ଦେଇଛନ୍ତି। ତେବେ ଦିଲ୍ଲୀ ବିଜୟରେ ହିରୋ ସାଜିଛନ୍ତି ମିଚେଲ୍ ଷ୍ଟାର୍କ।  ଏହି ବାମହାତୀ ଦ୍ରୁତ ବୋଲର ଶେଷ ଓଭରରେ ୮ ରନ ଦେଇ ମ୍ୟାଚ୍‌କୁ ଟାଇ କରିଥିଲେ। ଏହା ପରେ ରାଜସ୍ଥାନ ସୁପର ଓଭରରେ ୧୧ ରନ କରିପାରିଥିଲା। ନିଜର ଷଷ୍ଠ ମ୍ୟାଚ୍‌ରୁ ଦିଲ୍ଲୀ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ସପ୍ତମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ଭୋଗିଛି।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୮୮ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ ରାହୁଲ ୩୮ ରନ ଓ ଅଧିନାୟକ ଅକ୍ଷର ପଟେଲ୍ ଦ୍ରୁତ ୩୪ ରନ କରିଥିଲେ।   ଜବାବରେ ରାଜସ୍ଥାନ ୪ ଓ୍ଵିକେଟ୍ ହରାଇ ସମାନ ୧୮୮ ରନ କରି ପାରିଥିଲା। ଜୟସ୍ଵାଲ ଓ ନୀତିଶ ରାଣାଙ୍କ ଅର୍ଦ୍ଧଶତକ ବୃଥା ହୋଇଛି।

୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସର ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ଅଧିନାୟକ ସଞ୍ଜୁ ସାମସନ ଭଲ ଆରମ୍ଭ ଦେଇଥିଲେ। ତେବେ ସଞ୍ଜୁ ସାମସନ ୧୯ ବଲରୁ ୩୧ ରନ କରି ଆହତ କାରଣରୁ ରିଟାୟର୍ଡ ହଟ୍ ହୋଇଥିଲେ। ୭୬ ରନ ସ୍କୋରରେ ରିୟାନ ପରାଗ(୮) ରନ ପୁଣି ନିରାାଶ କରିଥିଲେ। ଏହା ପରେ ଜୟସ୍ଵାଲ ଓ ନୀତିଶ ରାଣା ଇନିଂସକୁ ଆଗକୁ ବଢାଇଥିଲେ। ଜୟସ୍ଵାଲ ୩୭ ବଲରୁ ୩ ଚୌକା ଓ ୪ ଛକା ବଳରେ ୫୧ ରନ କରିଥିଲେ।

ଏହା ପରେ ନୀତିଶ ରାଣା ଓ ଧ୍ରୁବ ଜୁରେଲ ଚତୁର୍ଥ ଓ୍ଵିକେଟ୍‌ରେ ୪୯ ରନ ଯୋଡ଼ିବାରୁ ଦଳର ସ୍ଥିତି ମଜବୁତ ହୋଇଥିଲା। ନୀତିଶ ବିସ୍ଫୋରକ ବ୍ୟାଟିଂ କରି ୨୮ ବଲ୍‌ରୁ ୫୧ ରନ କରିଥିଲେ। ରାଣାଙ୍କ ଆଉଟ୍ ପରେ ମ୍ୟାଚ୍‌ ରୋମାଞ୍ଚକର ମୋଡ ନେଇଥିଲା।ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୩୧ ରନ ଦରକାର ଥିଲା। ତେବେ ଦିଲ୍ଲୀ ବୋଲର ଘାତକ ବୋଲିଂ କରି ରାଜସ୍ଥାନ ବ୍ୟାଟରଙ୍କୁ ହାତ ଖୋଲା ସଟ୍ ଖେଳିବାକୁ ଦେଇ ନ ଥିଲେ। ଆଉ ଶେଷ ଓଭରରେ ୯ ରନ ଦରକାର ଥିଲା। ତେବେ ମିଚେଲ୍ ଷ୍ଟାର୍କ ଶାଣିତ ବୋଲିଂ କରି ମାତ୍ର ୮ ରନ ଦେଇ ମ୍ୟାଚ୍‌କୁ ଟାଇ ରଖିଥିଲେ। ରାଜସ୍ଥାନ ୪ ଓ୍ଵିକେଟ୍ ହରାଇ ୧୮୮ ରନରେ ଅଟକିଥିଲା ଏବଂ ମ୍ୟାଚ୍ ଟାଇ ରହିଥିଲା।ଏହା ପରେ ସୁପର ଓଭରରେ ରାଜସ୍ଥାନ ୧୧ ରନ କରିଥିଲା। ଯାହାକୁ ଦିଲ୍ଲୀ ହାସଲ କରି ନେଇଛି।

You Might Also Like

ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର

ଭାରତର ପ୍ରଚଣ୍ଡ ଆକ୍ରମଣରେ ଛାନିଆ ପାକିସ୍ତାନ, ଯୁଦ୍ଧ ଛାଡି ଭୟରେ ଲୁଚିଲେନି ସେନା

‘ଭୁବନେଶ୍ୱରରୁ ଆବୁଧାବି’କୁ ସିଧାସଳଖ ଉଡ଼ିବ ବିମାନ

ମେ ୮ ତାରିଖରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ବିଚ୍ ରାସ୍ତାରେ ବୁଲିଲା ଖଣ୍ଡା, ଯୁବକଙ୍କୁ ରାସ୍ତାରେ ଗୋଡ଼ାଇଲେ ଦୁର୍ବୃତ୍ତ

TAGGED:#sports#UTKALA KHABARDelhi capitalsRajasthan RoyalsSports NewsSuper over ipl2025
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?