Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିରାଟ-ଜାହିର-ଯୁବରାଜଙ୍କ ପୁରୁଣା ଫଟୋ ଭାଇରାଲ ହେଲା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ବିରାଟ-ଜାହିର-ଯୁବରାଜଙ୍କ ପୁରୁଣା ଫଟୋ ଭାଇରାଲ ହେଲା

utkala khabar
Last updated: April 17, 2025 3:37 pm
utkala khabar
Published April 17, 2025
Share
SHARE

ଖେଳ ୧୭/୦୪ :  ଉଭୟ ପାଇଁ ପାଗଳ ଫ୍ୟାନ୍ସ । କିଛି ବି ଖବର ଆସିଲେ ପାଲଟିଯାଏ ଟ୍ରେଣ୍ଡ । ସେ କ୍ରିକେଟର-କଳାକାରଙ୍କ ପ୍ରେମ ସମ୍ପର୍କ ହେଉ କିମ୍ବା କ୍ୟାମେରାରେ କଏଦ ହୋଇଥିବା କିଛି ଖାସ୍‌ ମୁହୂର୍ତ୍ତ । ଏହା ସବୁବେଳେ ଲୋକଙ୍କ ଆଲୋଚନାକୁ ଖୋରାକ୍‌ ଯୋଗାଇଥାଏ । ଆଉ ଏଥର ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି, ଯୁବରାଜ ସିଂହ, ଜାହିର ଖାନଙ୍କ ଏକ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ । ଯାହାକି ୨୦୧୨ ମସିହାର ପୁରୁଣା ଫଟୋ ।

୨୦୧୨ରେ ଉଠାଯାଇଥିବା ଏହି ଫଟୋରେ ୩ ଜଣ ମଜାମସ୍ତି କରୁଥିବାର ନଜର ଆସିଛନ୍ତି  । ଯେଉଁଥିରେ ଯୁବରାଜ ତାଙ୍କର ଧଳା ଟି-ସାର୍ଟ ସହ ‘ଦେବ ଆନନ୍ଦଙ୍କ ଷ୍ଟାଇଲ’ ଟୋପି ସହିତ ନଜର ଆସିଛନ୍ତି । ମଜାଦାର ମୁହଁ କରି ନିଜର ସିଗନେଚର ଟ୍ୱିଷ୍ଟ ଯୋଡିଛନ୍ତି । ବିରାଟ କୋହଲି ଫଟୋର ମଝିରେ ରହିଛନ୍ତି । ସେ ହାଲୁକା ଦାଢୀ ରଖିଛନ୍ତି ଡିଫରେଣ୍ଟ ଲୁକ୍‌ରେ ନଜର ଆସିଛନ୍ତି ।

ଅନ୍ୟପଟେ ଫଟୋରେ ଜାହିର ଖାନ୍‌ ଏକ କଳା ଏବଂ ଧଳା ଚେକ ସାର୍ଟ ପିନ୍ଧିଛନ୍ତି । ଏବେ ପ୍ରଶ୍ନ ଆସୁଛି ଏମାନଙ୍କ ମଧ୍ୟରେ କଣ ରହିଛି ସମାନତା ? କ୍ରିକେଟ୍ ମଇଦାନରେ ଚାମ୍ପିଅନ୍ ହେବା ବ୍ୟତୀତ, ଯୁବରାଜ, ବିରାଟ ଓ ଜାହିରଙ୍କ ମଧ୍ୟରେ ସମାନତା ରହିଛି । ତାହା ହେଉଛି ତିନି ଷ୍ଟାର ତିନି ବଲିଉଡ୍ ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ ।

ଯୁବରାଜ ସିଂହ ହେଜେଲ କିଚ୍‌ଙ୍କୁ ବିବାହ କରିଛନ୍ତି । ହେଜେଲ ଜଣେ ଅଭିନେତ୍ରୀ । ଯିଏକି ‘ବଡିଗାର୍ଡ’ ଫିଲ୍ମରେ ନିଜ ଭୂମିକା ପାଇଁ ଜଣାଶୁଣା । ଦୁହେଁ ୨ ଡିସେମ୍ବର ୨୦୧୬ରେ ଗୋଆରେ ଏକ ଭବ୍ୟ ସମାରୋହରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେବେଠାରୁ ସେମାନଙ୍କର ପ୍ରେମ କାହାଣୀ ଏବେ ଏକ ସୁନ୍ଦର ପରିବାରରେ ପରିଣତ । ଏହି ଦମ୍ପତି ୨୫ ଜାନୁଆରୀ ୨୦୨୨ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ । ଅଗଷ୍ଟ ୨୦୨୩ରେ ତାଙ୍କର ଝିଅ ଜନ୍ମ ହୋଇଥିଲେ ।

ବିରାଟ କୋହଲି ଓ ଅନୁଷ୍କା ଶର୍ମା । ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି ସେଲିବ୍ରିଟି ମଧ୍ୟରୁ ଜଣେ । ଏମାନଙ୍କ ଲଭ୍‌ଷ୍ଟୋରୀ ଏକ ବିଜ୍ଞାପନ ସୁଟିଂ ସେଟରେ ଆରମ୍ଭ ହୋଇଥିଲା । ଏମାନେ କିଛି ବର୍ଷ ଡେଟିଂ କରିବା ପରେ ୨୦୧୭ରେ ଇଟାଲୀରେ ବିବାହ କରିଥିଲେ। ବର୍ତ୍ତମାନ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି – ଜାନୁଆରୀ ୨୦୨୧ରେ ଝିଅ ଭାମିକା ଜନ୍ମ ହୋଇଥିବା ବେଳେ ଫେବୃଆରୀ ୨୦୨୪ରେ ପୁଅ ଅକାୟ ଜନ୍ମ ନେଇଛନ୍ତି ।

 

You Might Also Like

ଜୀବନରେ ସଫଳତା ଚାହୁଁଛନ୍ତି, ତେବେ ଖାଆନ୍ତୁ ଡ୍ରାଏଫ୍ରୁଟ୍ସ

ଆଜି ଏହି ରାଶିର ଲୋକଙ୍କ ମନ ଖୁସି ରହିବ

ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ବିଜେପି ବିଧାୟକ ପଢିବେ ପାଠ, ପୁରୀ କର୍ମଶାଳାରେ ନଡ୍ଡା ଦେବେ କର୍ମୀଙ୍କୁ ଗୁରୁମନ୍ତ୍ର

ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜିର ଦାମ କେତେ ରହିଛି ଦେଖନ୍ତୁ

TAGGED:#UTKALA KHABARIndian cricketerSports NewsVirat kohliYuvraj singhZaheer khan
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?