Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେରିକମ୍ ପତି କରୁଙ୍ଗ ଅଙ୍ଖୋଲରଙ୍କୁ ଦେଲେ ଛାଡପତ୍ର
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ମେରିକମ୍ ପତି କରୁଙ୍ଗ ଅଙ୍ଖୋଲରଙ୍କୁ ଦେଲେ ଛାଡପତ୍ର

utkala khabar
Last updated: May 1, 2025 5:25 pm
utkala khabar
Published May 1, 2025
Share
SHARE

ଅଲିମ୍ପିକ୍ସ ପଦକ ବିଜୟିନୀ ତଥା ପାଞ୍ଚ ଥର ବିଶ୍ୱବିଜୟିନୀ  ମହାନ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍ ପତି କରୁଙ୍ଗ ଅଙ୍ଖୋଲର ଓରଫ ଓନଲରଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଉଭୟଙ୍କ ସହମତି ତଥା ପରିବାରବର୍ଗଙ୍କ ଉପସ୍ଥିତିରେ ମଣିପୁରର ପାରମ୍ପରିକ ରୀତିନୀତି ଅନୁସାରେ ଛାଡ଼ପତ୍ର ଚୂଡ଼ାନ୍ତ ହୋଇଥିଲା। ଏହାକୁ ଦେଢ଼ବର୍ଷରୁ ଅଧିକ ସମୟ ବିତିଗଲାଣି। ମେରିକମ୍ ଏବେ ଏଥିରେ ଆନୁଷ୍ଠାନିକ ମୋହର ମାରିଛନ୍ତି। ମେରିକମ୍ ପତି ଓନଲରଙ୍କଠାରୁ ଅଲଗା ରହୁଥିବା ଖବର ନିକଟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ସେହିଭଳି ଉଭୟଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ନାନା ପ୍ରକାର ଆଲୋଚନା ଓ ପର୍ଯ୍ୟାଲୋଚନା ହେଉଥିଲା। ଏଥିରେ ବିରାମ ଲଗାଇବାକୁ ଯାଇ ବୁଧବାର ପ୍ରେସ୍ ବିଜ୍ଞପ୍ତି ଜାରି କରି ଓନଲର ଓ ସେ ଆଉ ପତି-ପତ୍ନୀ ନଥିବା ମେରିକମ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବାକୁ ପ୍ରଶଂସକଙ୍କୁ କହିଛନ୍ତି ।

You Might Also Like

ଚହଲଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆରଜେ ମହବେଶ

ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

ଶ୍ରେୟସ ଆୟରଙ୍କୁ ବଡ଼ ଉପହାର ଦେଲା ଆଇସିସି, ପଛରେ ରହିଗଲେ ନ୍ୟୁଜିଲାଣ୍ଡ ଖେଳାଳି

ବିରାଟ-ଜାହିର-ଯୁବରାଜଙ୍କ ପୁରୁଣା ଫଟୋ ଭାଇରାଲ ହେଲା

TAGGED:confirmed her divorcehusband Onkholer KomMary KomOlympic bronze medalistUtakla khabarworld boxing champion
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?