ଆଇପିଏଲ ୦୬/୫ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଉତ୍ତରପ୍ରଦେଶର ଅମରୋହା ପୁଲିସ ତଦନ୍ତ କରୁଛି। ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲରେ ଖେଳୁଥିବା ସାମିଙ୍କୁ ମେ ୪ ତାରିଖ ଅପରାହ୍ନରେ ଇ-ମେଲ୍ ଜରିଆରେ ଏହି ଧମକ ମିଳିଥିଲା।
ଏହି ଧମକ ସମ୍ପର୍କରେ ପୁଲିସକୁ ତୁରନ୍ତ ସୂଚନା ଦିଆଯିବା ପରେ ଅମରୋହା ଜିଲ୍ଲାର ସାଇବର କ୍ରାଇମ ଥାନାରେ ଏତଲା ରୁଜୁ କରାଯାଇଥିଲା।ସାମିଙ୍କ ଭାଇ ହସିବ ରାଜପୁତ ସିନ୍ଦରଙ୍କୁ ପ୍ରେରକ ବୋଲି ଦର୍ଶାଇ ଅଭିଯୋଗ ଦାଖଲ କରିଥିଲେ, ଯିଏ କି ବରିଷ୍ଠ କ୍ରିକେଟରଙ୍କ ଠାରୁ ୧ କୋଟି ଟଙ୍କା ଲାଞ୍ଚ ମାଗିଥିଲେ।ପୁଲିସ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ସୋମବାର ସୂଚନା ପ୍ରଯୁକ୍ତି (ସଂଶୋଧନ) ଆଇନ, ୨୦୦୮ର ଧାରା ୬୬ଡି ଓ ୬୬ଇ ଏବଂ ବିଏନ୍ଏସ୍ ୨୦୨୩ର ଧାରା ୩୦୮(୪) ଅନୁଯାୟୀ ଏତଲା ରୁଜୁ ହୋଇଛି।
୨୦୨୩ ବିଶ୍ବକପ୍ ଅଭିଯାନ ପରେ ଅସ୍ତ୍ରୋପଚାର କାରଣରୁ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ପରେ ସାମି ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଧଳା ବଲ୍ ଶୃଙ୍ଖଳା ଏବଂ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳକୁ ଫେରିଥିଲେ।ଆଇପିଏଲ୍ ୨୦୨୫ ପୂର୍ବରୁ ମେଗା ନିଲାମରେ ସନରାଇଜର୍ସ ହାଇଦ୍ରାବାଦକୁ କିଣିଥିବା ସାମି ଟି-୨୦ ଲିଗ୍ ରେ ଭଲ ଫର୍ମରେ ନାହାନ୍ତି। ୯ଟି ମ୍ୟାଚ୍ ଖେଳି ମାତ୍ର ୬ଟି ୱିକେଟ୍ ନେଇଥିବା ସାମି ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ରୁ ବାଦ୍ ପଡ଼ିଥିଲେ।