Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଧର୍ମଶାଳାରୁ ଦିଲ୍ଲୀ ପହଞ୍ଚିଲେ ଆଇପିଏଲ ପଞ୍ଜାବ କିଙ୍ଗସ ଖେଳାଳି
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଧର୍ମଶାଳାରୁ ଦିଲ୍ଲୀ ପହଞ୍ଚିଲେ ଆଇପିଏଲ ପଞ୍ଜାବ କିଙ୍ଗସ ଖେଳାଳି

utkala khabar
Last updated: May 10, 2025 11:10 am
utkala khabar
Published May 10, 2025
Share
SHARE

ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀରେ ପହଞ୍ଚିଲେ ଆଇପିଏଲ ଖେଳାଳି । ପଞ୍ଜାବ କିଙ୍ଗସ ମାଲିକାଣୀ ପ୍ରିତୀ ଜିଣ୍ଟା ମଧ୍ୟ ସମାନ ଟ୍ରେନରେ ଘରେ ପହଞ୍ଚିଛନ୍ତି ।ଗତକାଲି ଧର୍ମଶାଳାରେ ପଞ୍ଜାବ କିଙ୍ଗାସ ଓ ଦିଲ୍ଲୀ କ୍ୟାପିଟାଲ୍ସର ମଧ୍ୟରେ ୫୮ତମ ମ୍ୟାଚ୍ ଖେଳାଯାଉଥିଲା । ୧୦.୧ ଓଭରରେ ପଞ୍ଜାବ ଗୋଟିଏ ଓ୍ବିକେଟ୍ ହରାଇ ୧୨୨ ରନ୍ ସଂଗ୍ରହ କରିଥିଲା । ହେଲେ ବୈଷୟିକ ତ୍ରୁଟି ଯୋଗୁଁ  ମ୍ୟାଚକୁ ଅଧାରୁ ବାତିଲ୍ କରାଯାଇଥିଲା ।

ଖେଳାଳି ମାନଙ୍କୁ ଦିଲ୍ଲୀ ଆଣିବା ପାଇଁ ଜମ୍ମୁ ଓ ଚଣ୍ଡିଗଡ଼କୁ ବିମାନ ସେବା ବନ୍ଦ ଥିବାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ତେବେ ଆଜି ସଂଧ୍ୟାରେ ସମସ୍ତ ଖେଳାଳି ରାଜଧାନୀ ଦିଲ୍ଲୀରେ ପହଞ୍ଚିଛନ୍ତି ।

ଖେଳାଳି ଓ ଅନ୍ୟ ଷ୍ଟାପଙ୍କ ପାଇଁ ଦୁଇ ସ୍ୱତନ୍ତ୍ର କୋଚଙ୍କ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଖେଳାଳି ସେମାନଙ୍କ ପରିବାର ସହିତ ଏବଂ ଆଇପିଏଲ ସହିତ ଜଡ଼ିତ ଅଧିକାରୀ ଓ ପଞ୍ଜାବ କିଙ୍ଗସର ମାଲିକାଣୀ ପ୍ରୀତି ଜିଣ୍ଟା ମଧ୍ୟ ବିଶେଷ ଟ୍ରେନରେ ଦିଲ୍ଲୀର ସଫଦରଗଞ୍ଜ ରେଳ ଷ୍ଟେସନରେ ରାତି ୯ଟାରେ ପହଞ୍ଚିଛନ୍ତି ।

ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର, ୟୁଜବନ୍ଦ୍ର ଚହଲ, ମାର୍କୋ ୟାନସନ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ, କେଏଲ ରାହୁଲ, ଫାଫ୍ ଡୁ ପ୍ଲେସିସ୍ ଆଜି ବଡ଼ ବଡ଼ ଖେଳାଳି ମାନେ ଦିଲ୍ଲୀର ବିଭିନ୍ନ ହୋଟେଲରେ ପହଞ୍ଚିଛନ୍ତି ।

ଉତ୍ତର ରେଳ ବିଭାଗ ସିପିଆରଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି, ଜମ୍ମୁ ଓ ଚଣ୍ଡିଗଡ଼ ଏୟାରପୋର୍ଟ ବନ୍ଦ ଥିବାରୁ ଅନେକ ଯାତ୍ରୀ ଫସି ରହିଛନ୍ତି । ଏପରି ସ୍ଥିତିରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ କ୍ରମେ ଜମ୍ମୁ, ଉତ୍ତମପୁର ଓ କଟରାରୁ ଦିଲ୍ଲୀ ଓ ନୂଆଦିଲ୍ଲୀକୁ ପାଞ୍ଚ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି ।

You Might Also Like

ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ

ଯନ୍ତ୍ରଣାଦାୟକ ଚିତ୍କାର ଶୁଣି ଥରି ଉଠୁଛି ଛାତି, ଆସିଲା ‘କେସରୀ ୨’ ଟିଜର

ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

TAGGED:#ipl match#Punjab Kings#UTKALA KHABARIndian Premier League 2025Punjab teamSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?