Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୨୬ ରନ କରି ଇତିହାସ ରଚିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

୨୬ ରନ କରି ଇତିହାସ ରଚିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା

utkala khabar
Last updated: April 18, 2025 11:51 am
utkala khabar
Published April 18, 2025
Share
SHARE

ଆଇପିଏଲ ୧୮/୦୪ : ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ । ଗୁରୁବାର ୩୩ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ୍‌ । ସମସ୍ତଙ୍କ ନଜର ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ରହିଥିଲା ।

ହିଟମ୍ୟାନ୍ ଭାବରେ ପ୍ରସିଦ୍ଧ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ମଧ୍ୟ ଖେଳି ନଥିଲେ ବଡ଼ ଇନିଂସ । କିନ୍ତୁ ଯେପର୍ଯ୍ୟନ୍ତ ରୋହିତ କ୍ରିଜରେ ରହିଥିଲେ, ସେ ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥିଲେ । ରୋହିତ ଏହି ମ୍ୟାଚ୍‌ରେ ୧୬ ବଲ୍‌ରେ ୨୬ ରନ୍ କରିଥିଲେ । ଯେଉଁଥିରେ ରହିଥିଲା ୩ଟି ବଡ଼ ଛକା ।

ଏହି ଇନିଂସ ମଧ୍ୟରେ ରୋହିତ ଶର୍ମା ଏକ ବଡ଼ ରେକର୍ଡ କରିଛନ୍ତି । ହିଟ୍‌ମ୍ୟାନ୍‌ ଆଇପିଏଲରେ ବର୍ତ୍ତମାନ ୱାଙ୍ଖେଡେ ଷ୍ଟାଡିୟମରେ ୧୦୦ଟି ଛକା ମାରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି । ଆଇପିଏଲରେ ରୋହିତଙ୍କ ଏହି ଗ୍ରାଉଣ୍ଡରେ ଏବେ ୧୦୨ଟି ଛକା ହୋଇଛି । ଏହା ସହିତ ରୋହିତ ହେଉଛନ୍ତି ଚତୁର୍ଥ ବ୍ୟାଟର ଯିଏ ଆଇପିଏଲରେ ଗୋଟିଏ ଗ୍ରାଉଣ୍ଡରେ ୧୦୦ କିମ୍ବା ତା’ଠାରୁ ଅଧିକ ଛକା ମାରିଛନ୍ତି।

ରୋହିତ ଶର୍ମାଙ୍କ ପୂର୍ବରୁ କେବଳ ବିରାଟ କୋହଲି, କ୍ରିସ୍ ଗେଲ୍ ଏବଂ ଏବି ଡିଭିଲିୟର୍ସ ଆଇପିଏଲରେ ଏପରି କରିପାରିଛନ୍ତି । ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୋହଲି-ଏବି-ଗେଲ୍ ଏହି ସଫଳତା ହାସଲ କରିଛନ୍ତି। ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୋହଲି ଏପର୍ଯ୍ୟନ୍ତ ଆଇପିଏଲ ମ୍ୟାଚରେ ୧୩୦ଟି ଛକା ମାରି ସାରିଛନ୍ତି । ଯେତେବେଳେ କି ଗେଲ୍ ୧୨୭ ଏବଂ ଡିଭିଲିୟର୍ସ ୧୧୮ ଛକା ମାରି ଲିଷ୍ଟରେ ରହିଛନ୍ତି ।

ଚଳିତ ଆଇପିଏଲ ମୁମ୍ବାଇ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ରୋହିତ ଶର୍ମା ‘ଇଫେକ୍ଟ ସବ୍’ ଭାବରେ ଖେଳୁଛନ୍ତି । ସେ ୬ଟି ମ୍ୟାଚ୍‌ରେ ୦, ୮, ୧୩, ୧୭, ୧୮ ଏବଂ ୨୬ ସ୍କୋର କରିଛନ୍ତି । ଅର୍ଥାତ୍ ରୋହିତ ୬ଟି ଇନିଂସରେ ୧୩.୬୬ ରେଟ୍‌ରେ ୮୨ ରନ୍ କରିଛନ୍ତି । ରୋହିତ ଏପର୍ଯ୍ୟନ୍ତ ତାଙ୍କ ଇନିଂସକୁ ବଡ଼ କରିବାରେ ବିଫଳ ହୋଇଛନ୍ତି । ତାଙ୍କ ପ୍ରଦର୍ଶନ ଯୋଗୁଁ ମୁମ୍ବାଇ ଦୃଢ଼ ଆରମ୍ଭ ପାଇପାରୁନାହିଁ।

You Might Also Like

ବାହାଘରର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

ଅମ୍ପାୟରଙ୍କ ଉପରେ ରାଗିଗଲେ ଶୁଭମନ, ଭିଡିଓ ହେଲା ଭାଇରଲ

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ କୁଲଦୀପଙ୍କଠୁ ଚାପୁଡା ଖାଇଲେ ରିଙ୍କୁ ସିଂ

TAGGED:#mumbai indiansIndian Premier League 2025Rohit sharmaWankhede
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?