Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତିନିବର୍ଷ ପାଇଁ ବାସନ୍ଦ ହେଲେ ଶ୍ରୀସନ୍ଥ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ତିନିବର୍ଷ ପାଇଁ ବାସନ୍ଦ ହେଲେ ଶ୍ରୀସନ୍ଥ

utkala khabar
Last updated: May 3, 2025 4:47 pm
utkala khabar
Published May 3, 2025
Share
SHARE

ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯି ବା ସହିତ ଜଡିତ ରହିଛି। ପୂର୍ବତନ ଭାରତୀୟ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କୁ ୩ ବର୍ଷ ପାଇଁ କ୍ରିକେଟ୍ ଆସୋସିଏସନ୍ ବାସନ୍ଦ କରିଛି। ଏହି ମାମଲା ସଞ୍ଜୁ ସାମସନଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳରେ ସାମିଲ ନ କରାଯିବା ସହିତ ଜଡିତ ରହିଛି। କେରଳ କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରକାଶ, ବିଜୟ ହଜାରେ ଟ୍ରଫି ୨୦୨୪-୨୫ ସିଜିନ୍ ଆରମ୍ଭ ହେବା ପୂର୍ବରୁ ସଞ୍ଜୁ ସାମସନ୍ ଦଳର ଅଭ୍ୟାସ ଶିବିରରେ ଯୋଗଦେବା ପାଇଁ ମନା କରିଥିଲେ । ଏହାପରେ କେରଳ କ୍ରିକେଟ୍ ଟିମରେ ତାଙ୍କୁ ସାମିଲ କରାଯାଇ ନଥିଲା । ଯେଉଁ କାରଣରୁ ତାଙ୍କର ଚାମ୍ପିୟନ୍ସ ଟ୍ରଫି ଟିମରେ ସାମିଲ ହେବାର ସମ୍ଭାବନା କମିଯାଇଥିଲା । ୨୦୨୫ ଚାମ୍ପିୟନ୍ସ ଟ୍ରଫି ଟିମରେ ସଞ୍ଜୁ ସାମସନ୍ ଭାରତୀୟ ଦଳରୁ ବାହାରେ ରହିବା ନେଇ ଏସ୍ ଶ୍ରୀସନ୍ଥ କେସିଏକୁ (କେରଳ କ୍ରିକେଟ୍ ଆସୋସିଏସନ୍) ଦାୟୀ କରିଥିଲେ । ଏହାପରେ କେସିଏ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ଏହାସହ କାହିଁକି ଏସ୍ ଶ୍ରୀସନ୍ଥ ଏଭଳି ଅପମାନଜନକ ମନ୍ତବ୍ୟ ଦେଲେ ତାର ଉତ୍ତର ଦାବି କରିଥିଲା କେସିଏ। ହେଲେ କାରଣ ଦର୍ଶାଅ ନୋଟିସ୍ ପରେ ମଧ୍ୟ ଶ୍ରୀସନ୍ଥ ପଛକୁ ହଟି ନଥିଲେ । ଶ୍ରୀସନ୍ଥଙ୍କ କହିବାନୁସାରେ, ‘କେସିଏ ଅଲଗା ରାଜ୍ୟରୁ ଖେଳାଳି ଆଣି ଖେଳାଉଛନ୍ତି । ଯାହାକି ମାଲାୟାଲୀ କ୍ରିକେଟରଙ୍କ ପାଇଁ ଅପମାନର କଥା ।’

 

You Might Also Like

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଆଇପିଏଲ୍ ମଝିରେ ଟେଷ୍ଟ କ୍ରିକେଟରୁ ଅବସର ନେଲେ ରୋହିତ ଶର୍ମା

କିଙ୍ଗ କୋହଲି ଏମିତି ରଖିଛନ୍ତି ଅଲୋଡା ରେକର୍ଡ

ମୁଖ୍ୟମନ୍ତ୍ରୀମାନଙ୍କୁ କାହିଁକି ଏମିତି ନିର୍ଦ୍ଦେଶ ଦେଲେ ଅମିତ ଶାହ?

ଭୁବନେଶ୍ୱରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା, ତୁରନ୍ତ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍

TAGGED:#UTKALA KHABAR3 years bannedS SreesanthSports NewsThe Kerala Cricket Association
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?