Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ୫୨ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

୫୨ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

utkala khabar
Last updated: April 24, 2025 12:15 pm
utkala khabar
Published April 24, 2025
Share
SHARE

ମୁମ୍ୱାଇ ୨୪/୦୪: ଆଜି ଏପ୍ରିଲ୍‌ ୨୪ । ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କରି ପାଇଁ ଲକ୍ଷ ଲକ୍ଷ ଯୁବକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ତାଙ୍କ ଯୋଗୁଁ ହିଁ ଆଜି ଭାରତରେ କ୍ରିକେଟକୁ ଧର୍ମର ମାନ୍ୟତା ଦିଆଯାଇଛି।

କ୍ରିକେଟକୁ ଏତେ ପ୍ରସିଦ୍ଧ କରିଥିବା ଏବଂ ଭାରତରେ ଏହି ଖେଳର ଭଗବାନ କୁହାଯାଉଥିବା ସଚିନ ଆଜି ଅର୍ଥାତ୍ ୨୪ ଏପ୍ରିଲ ୨୦୨୫ ରେ ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନରେ, ଆମେ ଆପଣଙ୍କୁ ତାଙ୍କ ସହିତ ଜଡିତ ଅନେକ କଥା କହିବାକୁ ଯାଉଛୁ, ଯାହା ଆପଣ ହୁଏତ କେବେ ଶୁଣି ନଥିବେ। ମରାଠି ପରିବାରରେ ସଚିନଙ୍କ ଜନ୍ମ । ବେଶେ ଭଲ ପରିବାରରେ ତାଙ୍କ ଲାଳନପାଳନ । ବାପା ଜଣେ ଲେଖକ ଏବଂ କବି। ଭାଇ ମଧ୍ୟ ଜଣେ ଚିତ୍ରକର।

ଫେମସ ସଂଗୀତଜ୍ଞ ସଚିନ୍ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନଙ୍କ ନାମକରଣ । ଏହି ଆଶାରେ କି ସଚିନ ଜଣେ ସଂଗୀତଜ୍ଞ ହେବେ। ମାତ୍ର ପିଲାଟି ଦିନରୁ ହିଁ ସଂଗୀତ ପ୍ରତି ଦୁର୍ବଳତା ନଥିଲା ସଚିନଙ୍କର। ସ୍କୁଲ ସମୟରେ, ସେ ତାଙ୍କ କେଶକୁ ଲମ୍ବା କରୁଥିଲେ ଓ ତା’ ଚାରିପାଖରେ ଏକ ବ୍ୟାଣ୍ଡ ବାନ୍ଧିଥିଲେ ।

୧୪  ବର୍ଷ ବୟସରେ ୧୯୮୭ ମସିହାରେ ଭାରତ-ଜିମ୍ବାେଓ୍ଵରେ ମଧ୍ୟରେ ହେଉଥିବା ବିଶ୍ୱ କପ୍‌ରେ ସଚିନ ବଲ୍‌-ବଏ ଥିଲେ। ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮, ୨୦୧୦ ମସିହାରେ ୧୦୦୦ ଲେଖାଏଁ ଟେଷ୍ଟ୍‍ ରନ୍‌ କରିଥିବା ସଚିନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ‘ରନ୍‌ ମେସିନ୍‌’ ନାମରେ ଲୋକେ ଜାଣିଲେ। ସଚିନ ତେନ୍ଦୁଲକର ପ୍ରଥମ ଥର ପାଇଁ ‘ଷ୍ଟମ୍ପଡ୍’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ନଜର ଆସିଥିଲେ।

୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନିର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ବିଜ୍ଞାପନ କଲେ ନାହିଁ। ସଚିନ ପିଲାଦିନେ ତାଙ୍କ ବାପାଙ୍କୁ କଥା ଦେଇଥିଲେ ଯେ ସେ ମଦ ପିଇବେ ନାହିଁ କି ଏହାକୁ ପ୍ରୋତ୍ସାହନ ଦେବେ ନାହିଁ।

You Might Also Like

ପହଲଗାମ ପ୍ରତିଶୋଧ ପରେ ମୁଖ୍ୟମନ୍ତ୍ରୀ ମୋହନଙ୍କ ପ୍ରତିକ୍ରିୟା

‘ଛୋରୀ-୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି ନୁସ୍‌ରତ ଭରୁଚା

ଆଜି ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ସଫଳତା ମିଳିବ

ଆରସିବିର ବ୍ୟାଟିଂ ବିସ୍ଫୋରଣ; କୋହଲିଙ୍କ ପରେ ନିର୍ଦ୍ଧୁମ ପିଟିଲେ ପାଟିଦାର

ଆଲିଆ-ରଣବୀର ପାଳନ କଲେ ଥାର୍ଡ ମ୍ୟାରେଜ୍ ଆନିଭର୍ସରି

TAGGED:#UTKALA KHABARIndian cricketerSachin TendulkarSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?