ଆଇପିଏଲ ୦୩/୪ : ଗୁଜରାଟ ଟାଇଟନ୍ସ ୩୮ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ୩୮ ରନରେ ହରାଇ ଆଇପିଏଲ ପଏଣ୍ଟ ଟେବୁଲରେ ୨ୟ ସ୍ଥାନ ଅଧିକାର କରିଛି । ହେଲେ ଏହି ମ୍ୟାଚରେ ଅମ୍ପାୟର କିଛି ନିଷ୍ପତ୍ତି ସମୟରେ ବିବାଦ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଗିଯାଇଥିଲେ ଶୁବମନ ଗିଲ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଗୁଜରାଟ ଦେଇଥିବା ୨୨୫ ରନର ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ବ୍ୟାଟିଂ କରାଯାଉଥିଲା । ଗୁଜରାଟର ୧୪ ଓଭରରେ ପ୍ରସିଦ୍ଧ କ୍ରିଷ୍ଣା ଏକ ଫୁଲଟସ୍ ବଲରେ ଅଭିଷେକ ଶର୍ମା ବ୍ୟାଟିଂ ନ କରିପାରିବାରୁ ବଲ୍ ସିଧା ଯାଇ ଅଭିଷେକଙ୍କ ପ୍ୟାଡରେ ବାଜିଥିଲା ।
ଏହାକୁ ନେଇ ଗୁଜରାଟ ଟିମ୍ ଆଉଟ ଅପିଲ କରିଥିଲା । ଯାହାକୁ ପଡିଆରେ ଥିବା ଅମ୍ପାୟର ମନା କରିଦେଇଥିଲେ ।
ଏହାପରେ ଡିଆରଏସ ନେବା ପାଇଁ ଶୁବମନ ନିଷ୍ପତ୍ତି ନେଇଥିଲେ । ବଲ୍ ଟ୍ରାକିଂରେ ବଲ ସିଧା ୱିକେଟକୁ ହିଟ୍ କରେ, ତେବେ ଇମ୍ପାକ୍ଟ ଅମ୍ପାୟର୍ସ କଲ୍ ହୁଏ ।
ଏହାକୁ ନେଇ ଅଭିଷେକ ଶର୍ମା ନଟଆଉଟ୍ ଦେଇଥିଲେ ଅମ୍ପାୟର । ଏହାପରେ ଶୁବମନ ଗିଲ୍ ଅମ୍ପାୟର ଉପରେ ରାଗିଯାଇଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବା ପରେ ଅଭିଷେକ ଶର୍ମା ଆସି ଶୁବମନଙ୍କୁ ଶାନ୍ତ କରିଥିଲେ ।
ଗୁଜରାଟ ଟାଇଟନ୍ସ ଠାରୁ ୩୮ ରନ୍ରେ ପରାସ୍ତ ହୋଇଛି ପାଟ୍ କମିନ୍ସଙ୍କ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପଟେ ଦମଦାର ବିଜୟ ସହିତ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଗୁରଜାଟ ଟାଇଟନ୍ସ । ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ସନ୍ ରାଇଜର୍ସକୁ ୨୨୫ ରନ୍ର ଟାର୍ଗେଟ୍ ଦେଇଥିଲା ।
ଦଳ ପକ୍ଷରୁ ଶୁବମନ ଗିଲ୍ ଓ ଜୋଶ୍ ବଲଟର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଗୁଜରାଟ ଦେଇଥିବା ରନକୁ ପିଛା କରି ହାଇଦ୍ରାବାଦ କୋଡିଏ ଓଭରରେ ୬ ଓ୍ବିକେଟ୍ ହରାଇ ମାତ୍ର ୧୮୬ ରନ୍ କରିବାରେ ସକ୍ଷମ ହୋଇଥିଲା ।
ଫଳରେ ଏହି ମ୍ୟାଚକୁ ଗିଲଙ୍କ ଗୁଜରାଟ୍ ଟିମ୍ ୩୮ ରନ୍ରେ ଜିତି ନେଇଛି ।