Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଜସ୍ମିନଙ୍କ ପ୍ରେମରେ ହାର୍ଦ୍ଦିକ ଉବୁଟୁବୁ ! ମୁମ୍ବାଇ ଇଣ୍ଡିଆନ୍ସ ବସରେ ନଜର ଆସିଲେ ଜସ୍ମିନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଜସ୍ମିନଙ୍କ ପ୍ରେମରେ ହାର୍ଦ୍ଦିକ ଉବୁଟୁବୁ ! ମୁମ୍ବାଇ ଇଣ୍ଡିଆନ୍ସ ବସରେ ନଜର ଆସିଲେ ଜସ୍ମିନ

utkala khabar
Last updated: April 1, 2025 1:44 pm
utkala khabar
Published April 1, 2025
Share
SHARE

ଆଇପିଏଲ ୦୧ /୦୪ : ମୁମ୍ବାଇ ଇଣ୍ଡିଆନ୍ସ କୋଲକତା ନାଇଟ ରାଇଡର୍ସକୁ ୮ ୱିକେଟରେ ହରାଇଛି । ଟିମ୍ ଏବେ ଆଇପିଏଲ ପଏଣ୍ଟ ତାଲିକାରେ ୧୦ମ ସ୍ଥାନରୁ ଉଠି ୬ ନଂ ସ୍ଥାନରେ ପହଞ୍ଚିଛି । ଆଇପିଏଲ ଡେବ୍ୟୁ କରିଥିବା ଅଶ୍ବିନ କୁମାର ୪ ୱିକେଟ ନେଇ ଇତିହାସ ରଚିଛନ୍ତି । ଆଇପିଏଲ ଡେବ୍ୟୁରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଭାରତୀୟ ବୋଲର ହୋଇଛନ୍ତି ଅଶ୍ବିନ । ମୁମ୍ବାଇ ଇଣ୍ଡିଆନ୍ସ ଏହି ମ୍ୟାଚ ଜିତିବା ପରେ ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ଜସ୍ମିନ ୱାଲିୟା ଟିମକୁ ଚିୟର କରିବା ପାଇଁ ଷ୍ଟାଣ୍ଡରେ ରହିଥିଲେ, କେବଳ ଏତିକି ନୁହେଁ, ମ୍ୟାଚ ପରେ ଟିମ ବସରେ ମଧ୍ୟ ନଜର ଆସିଥିଲେ ।

ଆଇପିଏଲ ମ୍ୟାଚ ସମୟରେ ଅନେକ ଖେଳାଳି ନିଜ ପରିବାର ସହିତ ଷ୍ଟାଡିୟମକୁ ଆସୁଛନ୍ତି । ସେମାନଙ୍କର ବସିବା ପାଇଁ ଅଲଗା ବ୍ୟବସ୍ଥା ହୋଇଛି । ଆଇପିଏଲ ଫ୍ରାଞ୍ଚାଇଜ ପକ୍ଷରୁ ହୋଟେଲରୁ ଷ୍ଟାଡିୟମ କିମ୍ବା ଏୟାରପୋର୍ଟ ପର୍ଯ୍ୟନ୍ତ ଛାଡିବା ପାଇଁ ଖେଳାଳିଙ୍କ ସହିତ ପରିବାର ପାଇଁ ବସ୍ ବ୍ୟବସ୍ଥା କରାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ କେକେଆର ବିପକ୍ଷରେ ଜିତିବା ପରେ ଜସ୍ମିନ ୱାଲିୟା ଟିମ୍ ବସରେ ନଜର ଆସିଥିଲେ । ଏହି ବସରେ ଖେଳାଳିଙ୍କ କୋଚିଂ ଷ୍ଟାଫ ଏବଂ ଖେଳାଳିଙ୍କ ପରିବାର ଲୋକ ରହିଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି କି, ଜସ୍ମିନ ୱାଲିୟା ବସରେ ଚଢୁଥିଲେ, ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ମଧ୍ୟ ଚଢିଥିଲେ । ଦୀପକ ଚହର ଏବଂ ପତ୍ନୀ ଜୟା ଭରଦ୍ବାଜ ବସରେ ଚଢୁଥିବାର ନଜର ଆସିଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟରେ ପରାସ୍ତ କରିଛି । ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର ଦଳ ପ୍ରଥମେ ଖେଳି ମାତ୍ର ୧୧୬ ରନ୍‌ରେ ଆଉଟ୍ ହୋଇଥିଲେ । ଏହାର ଜବାବରେ ମୁମ୍ବାଇ ୧୩ ଓଭରରେ ଏହି ଲକ୍ଷ୍ୟ ହାସଲ କରିଛି ଏବଂ ଆଇପିଏଲ ୨୦୨୫ ରେ ପ୍ରଥମ ବିଜୟ ପଞ୍ଜିକରଣ କରିଛି । ଲଗାତାର ଦୁଇଟି ପରାଜୟର ସମ୍ମୁଖୀନ ହେବା ପରେ ମୁମ୍ବାଇ ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି । ଲଗାତାର ଦୁଇ ଥର ପରାଜୟ ହେବା ପରେ ମୁମ୍ବାଇ ଆଇପିଏଲ୍ ୨୦୨୫ ରେ ପ୍ରଥମ ବିଜୟ ହାସଲ କରିଛି । କୋଲକାତା ନାଇଟ୍ ରାଇଡର୍ସ ଏମ୍ଆଇ ପାଇଁ ୧୧୭ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।

You Might Also Like

ଶ୍ରେୟସ ଆୟରଙ୍କୁ ବଡ଼ ଉପହାର ଦେଲା ଆଇସିସି, ପଛରେ ରହିଗଲେ ନ୍ୟୁଜିଲାଣ୍ଡ ଖେଳାଳି

୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ

ଅବନୀତ୍‌ଙ୍କ ଫଟୋକୁ ଲାଇକ୍‌ କରି ଫସିଲେ ବିରାଟ

ଲକ୍ଷ୍ନୌକୁ ହରାଇଲା ପଞ୍ଜାବ

କିଙ୍ଗ କୋହଲି ଏମିତି ରଖିଛନ୍ତି ଅଲୋଡା ରେକର୍ଡ

TAGGED:#ipl 2025#ipl match#jasmin walia#utkal khabarhardik pandyaMI VS KKR
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?