Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁଣି ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ପୁଣି ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା

utkala khabar
Last updated: April 8, 2025 11:59 am
utkala khabar
Published April 8, 2025
Share
SHARE

ଆଇପିଏଲ ୦୮ /୦୪ : ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନୀ । ଏବେବି ଚଳିତ ଆଇପିଏଲ ସିଜିନରେ ବି ଜାରି ରହିଛି ଦବଦବା । ଅବସରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଯାହାକୁ ଧୋନୀ ନିଜେ ଏହି ଆଲୋଚନାର ଉତ୍ତର ନିଜ ଫ୍ୟାନଙ୍କୁ ଦେଇଛନ୍ତି । କ୍ରିକେଟର ଅନ୍ୟ ସମସ୍ତ ଫର୍ମାଟରୁ ଅବସର ନେଇ ସାରିଥିବା ଧୋନି ଏବେ କେବଳ ଆଇପିଏଲରେ ସକ୍ରିୟ । ଏହି ଆଇପିଏଲରୁ କେବେ ଅବସର ନେବେ ତାକୁ ନେଇ ଚଳିତ ସିଜିନ ଆରମ୍ଭରୁ ହିଁ ବିତର୍କ ଚାଲିଛି । ୨୦୨୫ରେ ଧୋନୀଙ୍କୁ ହେବ ୪୪ ବର୍ଷ ବୟସ । ଅବସରକୁ ନେଇ ନିଜେ ଧୋନି ଦେଇଛନ୍ତି ଇଣ୍ଟରଭିଉ । ଏକ ସାକ୍ଷାତକାରରେ ଅବସରକୁ ନେଇ ଧୋନୀ କହିଛନ୍ତି ଯେ “ଏବେ ନୁହେଁ, ମୁଁ ଗୋଟିଏ ସମୟରେ କେବଳ ଗୋଟିଏ କାମ କରେ, ବର୍ତ୍ତମାନ ଆଇପିଏଲ  ଚାଲିଛି । ମୁଁ ଅଧିକ ଚିନ୍ତା କରେ ନାହିଁ, ବର୍ତ୍ତମାନର କାମକୁ ଗୁରୁତ୍ବ ଦେବା ଜରୁରୀ ।

ଭବିଷ୍ୟତ ବିଷୟରେ ଚିନ୍ତା କରେ ନାହିଁ ବୋଲି କହିଛନ୍ତି ଧୋନୀ । ଧୋନୀ କହିଛନ୍ତି ଯେ ମୁଁ ଏବେ ୪୩ ବର୍ଷ ବୟସର,ଜୁଲାଇରେ ୪୪ ବର୍ଷ ହେବ । ଏହା ପରେ ମୋ ପାଖରେ ଆଇପିଏଲ  ରୁ ଅବସର ନେବା ପାଇଁ ଚିନ୍ତା କରିବାକୁ ମା ପାଖରେ ୧୦ ମାସ ସମୟ ରହିବ । ..ଏହି ସାକ୍ଷାତକାରରେ ଧୋନୀ ଗୋଟିଏ ଇସାରା ଦେଇଥିଲେ ଯେ ‘ଶରୀର ନିଷ୍ପତ୍ତି ନେବ’ । ନିକଟରେ ଏପରି ସମାନ ପ୍ରଶ୍ନ ମ୍ୟାଚ୍ ପରେ ଟ୍ରେନର ଷ୍ଟିଫେନ ଫ୍ଲେମିଂଙ୍କୁ ପ୍ରଶ୍ନ ପଚରାଯାଇଥିଲା।

ଫ୍ଲେମିଂ ବି କହିଥିଲେ ଯେ ଅବସର ବିଷୟରେ ତାଙ୍କର ଧୋନିଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ଧୋନିଙ୍କ ଅବସର ସମ୍ପର୍କରେ ଫ୍ଲେମିଂ କହିଲେ ତାଙ୍କ ଅବସର ସଂପର୍କରେ ଭାବିବା ମୋର କାମ ନୁହେଁ । ମୁଁ ଧୋନିଙ୍କ ସହ କାମ କରି ଉପଭୋଗ କରୁଛି। ପ୍ରଦର୍ଶନକୁ ନେଇ ସେ ଏବେ ବି ଆଗୁଆ । ଗତ ଶନିବାର ଆଇପିଏଲ  ୨୦୨୫ର ୧୭ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠାତ ମ୍ୟାଚରେ ଧୋନିଙ୍କ ପିତାମାତା, ପାନ ସିଂହ ଏବଂ ଦେବକୀ ଦେବୀଙ୍କ ଉପସ୍ଥିତି ତାଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା ।

You Might Also Like

ରାଜନୀତିରେ ଯୋଗ ଦେବେ ରୋହିତ ଶର୍ମା

୨୬ ରନ କରି ଇତିହାସ ରଚିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା

ମ୍ୟାଚ୍‌କୁ ଜିତି ମୁମ୍ବାଇର କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

କରୋନାରେ ଆକ୍ରାନ୍ତ ହେଲେ ଟ୍ରାଭିସ୍ ହେଡ୍

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

TAGGED:#ipl 2025#iplmatch#mahendra singh dhoni#retiremernt#sports
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?