Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଖୁବଶୀଘ୍ର ଆରମ୍ଭ ହେବ ଇଣ୍ଡିଆନ ପ୍ରିମିଆର ଲିଗ ୨୦୨୫ ମ୍ୟାଚ

utkala khabar
Last updated: May 12, 2025 11:42 am
utkala khabar
Published May 12, 2025
Share
SHARE

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌-୨୦୨୫ ମ୍ୟାଚ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମେ’ ୧୬ କିମ୍ବା ୧୭ରେ ପୁଣି ଥରେ ଆଇପିଏଲ ଆରମ୍ଭ ହୋଇପାରେ । ଏଥିପାଇଁ ଖୁବ୍‌ଶୀଘ୍ର ନୂଆ କ୍ରୀଡାସୂଚୀ ଆସିବ ବୋଲି ସୂଚନା ମିଳିଛି । ତେବେ ପହଲଗାମ୍‌ ଆତଙ୍କ ହମଲା ପରେ ମେ’ ୭ରେ ପାକିସ୍ତାନରେ ପଶି ଆକ୍ରମଣ କରିଥିଲା ଭାରତ । ଭାରତ-ପାକିସ୍ତାନ ଉତ୍ତେଜନା ପାଇଁ ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରହିଥିଲା ।

ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଇପିଏଲ-୨୦୨୫ର ବାକି ଥିବା ମ୍ୟାଚ୍‌ଗୁଡ଼ିକ ଏବେ ୪ଟି ସ୍ଥାନରେ ଖେଳାଯାଇପାରେ । ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ସହିତ ଆରମ୍ଭ ହୋଇପାରେ । ତେବେ ଏହି ମ୍ୟାଚ୍‌ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ବୋଲି ସୂଚନା ମିଳିଛି । ତେବେ ଏନେଇ ବିସିସିଆଇ ସମସ୍ତ ଅଂଶୀଦାରଙ୍କୁ ଜଣାଇ ଦେଇଛନ୍ତି । ଅନ୍ୟପଟେ ଆଇପିଏଲର ସମସ୍ତ ଫ୍ରାଞ୍ଚାଇଜ୍‌ ମଧ୍ୟ ସେମାନଙ୍କ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ତୁରନ୍ତ ଆସିବା ପାଇଁ କହିଛନ୍ତି ।

ସେହିପରି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ କ୍ୱାଲିଫାୟର ୧ ଏବଂ ଏଲିମିନେଟର ମ୍ୟାଚ୍ ଅନୁଷ୍ଠିତ ହୋଇପାରେ। କ୍ୱାଲିଫାୟର-୨ ଓ ଫାଇନାଲ୍ ମ୍ୟାଚ୍‌ କୋଲକାତାର ଇଡେନ୍‌ ଗାର୍ଡେନ ଖେଳାଯାଇପାରେ । ତେବେ ଫାଇନାଲ୍ ମ୍ୟାଚ୍ ମେ’ ୩୦ କିମ୍ବା ଜୁନ୍ ୧ରେ ଅନୁଷ୍ଠିତ ହେବାର ସମ୍ଭାବନା ଅଛି । ଯଦି ପାଗ ଖରାପ ରହେ ତେବେ ମ୍ୟାଚ୍ ଗୁଡ଼ିକ କୋଲକାତା ପରିବର୍ତ୍ତେ ଅହମଦାବାଦରେ ଅନୁଷ୍ଠିତ ହୋଇପାରେ ।

ଆଇପିଏଲର ଏହି ସିଜିନରେ ଏପର୍ଯ୍ୟନ୍ତ ମୋଟ ୫୭ଟି ମ୍ୟାଚ୍ ଖେଳା ସାରିଛି  । ୫୮ତମ ମ୍ୟାଚ୍ ୮ ମେ’ରେ ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ (PBKS) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (DC) ମଧ୍ୟରେ ଖେଳାଯାଇଥିଲା । କିନ୍ତୁ ଏହାକୁ ମାତ୍ର ୧୦.୧ ଓଭର ପରେ ବନ୍ଦ କରିବାକୁ ପଡିଥିଲା। ଏହି ମ୍ୟାଚ୍ ପୁଣି ଖେଳାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ ।

You Might Also Like

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ପୁଣି ଧୋନିଙ୍କ ଅବସରକୁ ନେଇ ବଢ଼ିଲା ଚର୍ଚ୍ଚା

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

କେମିତି କଟିବ ଆଜିର ଦିନଟି

TAGGED:#ipl match#Punjab Kings#UTKALA KHABARDelhi capitalsIndian Premier League 2025Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?