Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏହି କାରଣରୁ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି ବିରୁଷ୍କା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଏହି କାରଣରୁ ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି ବିରୁଷ୍କା

utkala khabar
Last updated: April 28, 2025 5:46 pm
utkala khabar
Published April 28, 2025
Share
SHARE

ମୁମ୍ବାଇ ୨୮/୪ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କିଛି ସମୟ ପୂର୍ବରୁ ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ। ସେବେଠାରୁ ଅଭିନେତ୍ରୀ ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଲଣ୍ଡନରେ ରହୁଛନ୍ତି। କିଛି ମାସ ହେବ ପୂରା ପରିବାର ଲଣ୍ଡନରେ ରହୁଥିବାରୁ ବିରୁଷ୍କା ଲଣ୍ଡନକୁ ସ୍ଥାନାନ୍ତର ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହାର କାରଣ ସାମ୍ନାକୁ ଆସିନଥିଲା। ଏବେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ୍‌ଙ୍କ ସ୍ବାମୀ ଡାକ୍ତର ଶ୍ରୀରାମ ନେନେ ଏହାର ଉତ୍ତର ରଖିଛନ୍ତି।

ନେନେଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି, “ମୁଁ ଅନୁଷ୍କାଙ୍କ ସହ କିଛି ଦିନ ତଳେ କଥା ହୋଇଥିଲି। ସେ ନିଜ ପରିବାର ସହ ଲଣ୍ଡନକୁ ସ୍ଥାନାନ୍ତର ହେବାକୁ ଚିନ୍ତା କରୁଥିବା ବିଷୟରେ କହିଥିଲେ। ଏହାର କାରଣ ଜଣାଇ ସେ କହିଥିଲେ, ଆମେ ଏଠାରେ ଆମ ଷ୍ଟାରଡମ୍‌କୁ ଉପଭୋଗ କରିପାରୁନୁ। ଯାହା ବି କିଛି କଲେ ତାହା ସାମ୍ନାକୁ ଆସିଯାଉଛି। ବ୍ୟକ୍ତିଗତ ସମୟ ବିତାଇବା ହେଉ କି ବାହାରକୁ ଖାଇବାକୁ ଯିବା ହେଉ, ଏସବୁ କରିବା ଭାରତରେ ଅସମ୍ଭବ ଭଳି ଲାଗଛି। ଘରେ ବନ୍ଦୀ ହୋଇ ରହିବା ଭଳି ଲାଗୁଛି। ଆମ ପିଲାଙ୍କୁ ଏହି ଗ୍ଲାମର ଦୁନିଆରୁ ବାହାରକୁ ନେଇ ସାଧାରଣ ଜୀବନ ଦେବା ପାଇଁ ଆମେ ଲଣ୍ଡନରେ ରହିବୁ ବୋଲି ଭାବୁଛୁ।”

You Might Also Like

ବିସିସିଆଇର ବାର୍ଷିକ ଚୁକ୍ତି: କାହାର ହେବ ପ୍ରମୋସନ, କିଏ ହରାଇବ କଣ୍ଟ୍ରାକ୍ଟ?

ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ସହାୟକ କୋଚ୍ ସମେତ ୩ ଜଣ ଟିମରୁ ବିଦା

ଅମ୍ପାୟରଙ୍କ ଉପରେ ରାଗିଗଲେ ଶୁଭମନ, ଭିଡିଓ ହେଲା ଭାଇରଲ

୫୨ ବର୍ଷରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ଆଇପିଏଲ ଇତିହାସର ସର୍ବକନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ

TAGGED:Anushka SharmaVirat kohli
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?