ରାଜନଗର ୨୧/୪ : ରାଜନଗର ବ୍ଲକ କୁରୁଣ୍ଟି ଗ୍ରାମର ଶତାଧିକ ମହିଳାମାନେ ରାଜନଗର ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ରାଲି କରି ତହସିଲ କାର୍ଯ୍ୟାଳୟକୁ ଯାଇ କଲେ ଗଣଧାରଣା ! ସେହି ଗାଁ ର ପ୍ରଦୀପ କୁମାର ନରେନ୍ଦ୍ରଙ୍କ ବିରୁଦ୍ଧରେ ଗତ ଏପ୍ରିଲ ୪ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ,ମାନ୍ୟବର ଅବକାରୀ ମନ୍ତ୍ରୀ,କେନ୍ଦ୍ରାପଡ଼ା ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଅବକାରୀ ଆରକ୍ଷୀ ଅଧିକାରୀ,କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ,ଏସପି କେନ୍ଦ୍ରାପଡ଼ା,ଏସ୍ଡ଼ିପିଓ ପଟ୍ଟାମୁଣ୍ଡାଇ, ରାଜନଗର ଆଇଆଇସି ଓ ମେଡିକାଲ ଅଫିସର ରାଜନଗର କୁ ତହସିଲଦାରଙ୍କ ଜରିଆରେ ଚୋରା ମଦ ବିକ୍ରି ବନ୍ଦ କରିବା ଦାବିରେ ଏହି ଅଭିଯୋଗ ପତ୍ର ଦେଇଥିଲେ ! ସୋମବାର ଅର୍ଥାତ ଆଜି କୁରୁଣ୍ଟି ଗ୍ରାମର ସମସ୍ତ ମହିଳାମାନେ ଚୋରା ମଦ ବିରୁଦ୍ଧରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ତତସହିତ ଗଣଧାରଣାରେ ବସି ରହିଛନ୍ତି ! ମହିଳାଙ୍କ ଅଭିଯୋଗ ଅନୁଯାୟୀ ଚୋରା ମଦ ବିକ୍ରି ହେଉଥିବା ସ୍ଥାନଠାରୁ ଅଳ୍ପ ଦୂରରେ କଞ୍ଚନେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମବାୟ ସମିତି କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ପ୍ରାଥମିକ ଗ୍ରାମ୍ୟ ଡାକଘର ରହିଛି !