Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁରୀରେ ଜମୁଛି ସାହିଯାତ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପୁରୀରେ ଜମୁଛି ସାହିଯାତ

utkala khabar
Last updated: April 10, 2025 11:40 am
utkala khabar
Published April 10, 2025
Share
SHARE

ପୁରୀରେ ଜମୁଛି ସାହିଯାତ । ଶ୍ରୀରାମଙ୍କ ବନବାସ ଯାତ୍ରାର କଥାବସ୍ତୁ ସାହିଯାତରେ ଦେଖିବାକୁ ମିଳିଥିଲା । ମାର୍କଣ୍ଡେଶ୍ବର ସାହିର ଭଗବତୀକୋଟ ଆଖଡ଼ା ପକ୍ଷରୁ ସାହିଯାତ ବାହାରି ସାହି ପରିକ୍ରମା କରିଥିଲା । ସନ୍ଧ୍ୟା ଧୂପ ପରେ ଦକ୍ଷିଣିଘର ପୂଜା ହୋଇ ଆଜ୍ଞାମାଳ ବିଜେ ହୋଇଥିଲା । ପରେ ରାମ, ଲକ୍ଷ୍ମଣ, ସୀତା ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ । ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ବନବାସ ଲୀଳା ଅନୁଷ୍ଠିତ ହୋଇଥିଲା । ମାର୍କଣ୍ଡେଶ୍ବର ସାହିର ରାହସ ମହାନ୍ତି ଯାଗା, ଭଟ୍ଟଯାଗା, ଝାଟି ଯାଗା, ସାତବଖରା ଯାଗା, ଗଦାସାହାଣ ବଡ଼ପୋଖରୀ ଯାଗା, ପାଣ୍ଡଯାଗା, ଦୁଆରିଯାଗା, ବଡ଼ୁମହାପାତ୍ର ଯାଗାରୁ ଯାତ ବାହାରିବାର ପରମ୍ପରା ରହିଛି । ପରମ୍ପରା ମୁତାବକ ପଟୁଆର ଦଳ ଏହି ନିର୍ଦ୍ଧିଷ୍ଟ ଦିନ ମର‌୍ୟ୍ୟାଦାପୁରୁଷଙ୍କ ବନବାସ ଯୋଗୁଁ ଦୁଃଖରେ ନିରବ ଶୋଭାଯାତ୍ରା କରନ୍ତି । ତେବେ ଯାତକୁ ଆକର୍ଷଣୀୟ କରିବା ପାଇଁ ମାର୍କଣ୍ଡେଶ୍ବର ସାହି ଆଖଡ଼ା ପକ୍ଷରୁ ମେଢ଼ ବାହାରିଥିଲେ । ରାମ, ଲକ୍ଷ୍ମଣ ଓ ସୀତାଙ୍କ ସମେତ ବୀରକର୍ଣ୍ଣ, ଦୁର୍ଗାମେଢ଼, କାଳୀମେଢ଼ ଓ ନାଗା ବାହାରିଥିଲା । ନାଗା ନୃତ୍ୟ ବେଶ ଆକର୍ଷଣ ସାଜିଥିଲା । କିଛି କୁନି ପିଲାଙ୍କୁ ନାଗା ବେଶରେ ଦେଖିବାକୁ ମିଳିଥିଲା ।

You Might Also Like

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ବାଂଲାଦେଶୀଙ୍କ ଲାଗି ମେୟର ସୁଲୋଚନାଙ୍କୁ ତୀବ୍ର ବିରୋଧ

ହାଇ ଆଲର୍ଟରେ ସମ୍ବଲପୁର, ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

ଭୁବନେଶ୍ଵର ଓ କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

TAGGED:#ODISHA # FESTIVAL #UTKALAKHABAR#puri
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?