ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା, ଏପ୍ରିଲ ୧ ତାରିଖରେ ଓଡ଼ିଶାକୁ ମିଳିଥିଲା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ମାନ୍ୟତା । ୯୦ ବର୍ଷରେ ପାଦ ଥାପିଛି । ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ଉତ୍କଳ ଦିବସ ଭାବେ ପାଳନ କରାଯାଇଆସୁଛି ।ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରିବେ ଉତ୍କଳ ଦିବସ ।
ଏହାକୁ ନେଇ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ପଶ୍ଚିମବଙ୍ଗ ସୀମାନ୍ତ ସାହାବାଜିପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି, ଭୋଗରାଇ ଥାନା ଛକ ଠାରେ ଫକିର ମୋହନ ସେନାପତି,ପ୍ରସନ୍ନ କୁମାର ଏକାଡେମୀ ରେ ସ୍କୁଲ ପିଲା ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ପାଳନ କରାଯାଇଛି। ଓଡିଆ ଜାତିର ଗର୍ବ ଆଉ ଗୌରବ ମଧୁସୁଦନ ଦାସ ଯାହାଙ୍କ ପାଇଁ ଆଜି ପ୍ରତିଟି ଓଡ଼ିଆ ନିଜର ପରିଚୟ ପାଇଛନ୍ତି। ତେବେ ଦୀର୍ଘ ଦିନ ଧରି ଓଡିଶା ପଶ୍ଚିମବଙ୍ଗ ସିମାରେ ବିବାଦ ଦେଖିବାକୁ ମିଳେ। ଏହାକୁ କିଭଳି ସମାଧାନ କରାଯାଇ ଉଭୟ ରାଜ୍ୟ କିଭଳି ଭାଇଚାରା ଶୃଷ୍ଟି କରି ଶାନ୍ତି ଶୃଙ୍ଖଳା ସହ ବସବାସ କରିବେ ତାହା ତାହା ଉତ୍କଳ ଦିବସ ପାଳନ କରିବାର ମୂଳଲକ୍ଷ.
ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଓ ଗୌରବର ଦିନ
ଆଜି ଉତ୍କଳ ଦିବସ । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବର ଦିନ ।

Leave a Comment