କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ରୋଡ଼ ଠାରେ ଶିବମନ୍ଦିର ସମ୍ମୁଖେରେ ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ ହୋଇଥିଲା। ଗୁରୁ ମାଁ ରାୟପୁର ପରିବାର ଛତିଶଗଡ଼ ନାଗୀନା ହଜ଼ୀଙ୍କ ଶିଷ୍ୟ କଳାହାଣ୍ଡି ଜିଲ୍ଲାର ସେବାକାରୀ କିନ୍ନର ମହାସଂଘର ଜିଲ୍ଲା ସଭାନେତ୍ରୀ କାମିନୀ ଦେବୀ କିନ୍ନର ହେଉଛି । କଳାହାଣ୍ଡି ଜିଲ୍ଲାର ସେବାକାରୀ କିନ୍ନର ମହାସଂଘର ଜିଲ୍ଲା ସଭାନେତ୍ରୀ କାମିନୀ ଦେବୀ କିନ୍ନରଙ୍କ ନେତୃତ୍ୱରେ ନର୍ଲା ରୋଡ଼ ର ଶିବ ମନ୍ଦିର ପାଖରେ ହୋଇଥିଲା । ମୁଁ ସର୍ବ ପ୍ରଥମେ ଧନ୍ୟବାଦ ଦେବୀ ଟ୍ରକ ଡ୍ରାଇଭର ଭାଇ ଭଉଣୀ ମାନଙ୍କୁ ତତ୍ ସଙ୍ଗେ ସଙ୍ଗେ ଜନସାଧାରଣ ଲୋକମାନଙ୍କୁ ବହୁଚୁରା ମାଁତାଙ୍କ ଷୋହଳ ପୂଜା ଜନସାଧାରଣ ଲୋକମାନଙ୍କ ତଥା ଡ୍ରାଇଭର ଭାଇ ଭଉଣୀମାନଙ୍କ ସହଯୋଗରେ ମାତାଙ୍କ ପୂଜା ସଫଳ ହୋଇଥାଏ । ଏହି ପୂଜା ଆଜିକେ ପ୍ରାୟ ୧୨ ବର୍ଷ ହେବ ହୋଇଆସୁଛି । କୋଭିଡ଼ ସମୟରେ ବହୁଚୁରା ମାଁତାଙ୍କ ପୂଜା ମୁଁ କରି ପାରି ନ ଥିଲି ମତେ ବହୁତ ଦୁଃଖ ଲାଗୁଥିଲା । ମୁଁ ସଂସାର ଜଗତେ ପାଇଁ ବହୁଚୁରା ମାଁତାଙ୍କୁ ପ୍ରାର୍ଥନା କରେ ସଂସାରକୁ ଉଦ୍ଧାର କର ବହୁଚୁରା ମାଁତାଙ୍କ ଦର୍ଶନ କରିବା ପାଇଁ ପ୍ରତେକ ଗାଁ ଠାରୁ ସହର ରୁ ଜିଲ୍ଲା ବାହାରୁ ଓଡ଼ିଶା ରାଜ୍ୟ ଅନ୍ୟ ରାଜ୍ୟ ତଥା କେନ୍ଦ୍ରରୁ ବି ଭକ୍ତମାନେ ଆସନ୍ତି। ମାଁତାଙ୍କୁ ବହୁତ ଭକ୍ତମାନେ ବିଶ୍ୱାସ କରନ୍ତି ଯାହାଙ୍କୁ ଛୁଆ ପିଲା ହେଉ ନାହିଁ କିମ୍ବା ପୁଅ ଝିଅ ମାନଙ୍କୁ ବିବାହ କରିବା ପାଇଁ ବର କନ୍ୟା ମିଳୁ ନ ଥିବାରୁ ମାଁ ତାଙ୍କ ପାଖକୁ ଆସି ଦର୍ଶନ କରି ଆଶୀର୍ବାଦ ନିଅନ୍ତି । ମାଁ ଙ୍କ ଆଶୀର୍ବା ରେ ଅନେକ ଲୋକ ମାନଙ୍କ କୋଳରେ ଛୁଆ ପିଲା ହୋଇଛି ଝିଅ ପୁଅ ମାନଙ୍କୁ ବିବାହ ହେବା ପାଇଁ ବର କନ୍ୟା ମିଳିଛି। ମାଁ ଙ୍କ ଚଣ୍ଡୀ ପାଟ ପାଇଁ ଗୁଆ, ନଡ଼ିଆ ବାନ୍ଧନ୍ତି । ରାୟଗଡା଼, ରାୟପୁର, ସମ୍ବଲପୁର, ନାଗପୁର, ସୁରଟ, ଦିଲ୍ଲୀର ଲୋକ ମାନଙ୍କର ମନସ୍କାମନା ପୁରା ହୋଇଥିବାରୁ ସେ ମାନେ ମାତାଙ୍କୁ ଦର୍ଶନ କରିବା ପାଇଁ ଆସିଛନ୍ତି। ଏହି ପୂଜା ଦୁଇ ତାରିଖ ଠାରୁ ଆରମ୍ଭ ହୋଇଅଛି । ୦୨ ତାରିଖରେ ଅଧିବାସ ହୋଇ ପ୍ରାୟ ୫୦୦ ଶହ ରୁ ଊର୍ଦ୍ଧ୍ୱ କିନ୍ନର କଳସ ଯାତ୍ରାରେ ଯୋଗ ଦେଇଥିଲେ । ସ୍ଥାନୀୟ ବନ୍ଦ ପାଣିଆନି ମାଁତାଙ୍କ ହୋମ ମଣ୍ଡପ କଡ଼ରେ ସ୍ଥାପନ କରାଯାଇଥିଲା। ୦୩ ତାରିଖରେ ପୂଜା ଆରମ୍ଭ ହୋଇଥିବା ବେଳେ ୦୪ ତାରିଖରେ ଚଣ୍ଡୀ ପାଠ ଶେଷ ହେବା ପରେ କିନ୍ନର ମାନଙ୍କର ସଭାକାର୍ୟ୍ୟ ଆରମ୍ଭ ହୋଇଥିଲା । ବିଶେଷ ଆକର୍ସନ୍ କିନ୍ନର କଲଚର ଓ ଗୁରୁଚାର ପାମ୍ପପରା ବିକାଶ ହୋଇଥିଲା। ରାତ୍ରରେ ଦଣ୍ଡନୃତ୍ୟ ପରିବେଷଣ କରାଗଲା। ୦୫ ତାରିଖରେ ମାଁତାଙ୍କୁ ନଗର ପରିକ୍ରମା ଭସାଣି ଯାତ୍ରା ସମ୍ମାପନା କରାଯାଇ ଥିଲା । ବହୁଚୁରା ମାଁତାଙ୍କ ଷୋହଳ ପୂଜାରେ କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ତଥା ରାଜ୍ୟ ବହାରରୁ ଦିଲ୍ଲୀ, ସୁରଟ, ଜଗଦଳପୁର, ରାୟପୁର, ବମ୍ବେ, ସେବାକାରୀ କିନ୍ନର ମହାସଂଘ ନର୍ଲାର ସଦସ୍ୟାଙ୍କ ସମେତ ଉପସ୍ଥିତ ଥିଲେ । ତଥା ରାଜ୍ୟ ବାହାରୁ କିନ୍ନର ମାନେ ଯୋଗ ଦେଇ ମାଁତାଙ୍କ ଦର୍ଶନ ଲାଭ କରିଥିଲେ ।ପୂର୍ବରୁ ମାଁତାଙ୍କ ପାଖରେ ମାଂଶିକ ମନସ୍କାମନା ପୂର୍ଣ୍ଣ ହୋଇଥିବା ଲୋକ ଙ୍କୁ ଭିଡ ଜମିବାକୁ ମିଳିଥିଲା । ମାଁତାଙ୍କ ଆଶୀର୍ବାଦ ପାଇଁ । ଆଖ ପାଖ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।