ଚଉଦକୁଲାଟ ସ୍ଥିତ ବସୁପୁର ଠାରେ ଧନୁର୍ଜ୍ୱୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପବିତ୍ର ଶ୍ରୀ ଜଗତ ଜନନୀ ମା ବାସନ୍ତୀ ଦୁର୍ଗା ଙ୍କ ୪୬ ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ୧୮ ତମ ଜିଲ୍ଲାସ୍ତରୀୟ ସର୍ବୋଚ୍ଚ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଟ୍ରଷ୍ଟ ଅଦକ୍ଷ ଶ୍ରୀଯୁକ୍ତ ଭଗବାନ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଜିଲ୍ଲାର ବହୁ ପ୍ରତିଷ୍ଠିତ ଏବଂ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରଫେସର ବୈଷ୍ଣବ ଚରଣ ସାମଲ ଙ୍କୁ ସାହିତ୍ୟ ସରସ୍ଵତୀ ସମ୍ମାନରେ ସଂମ୍ମାନିତ କରାଯାଇଥିବା ବେଳେ ସର୍ବୋଚ୍ଚ ଯନ୍ତ୍ରୀ ଓ କେନ୍ଦ୍ରାପଡା ଜିଲ୍ଲାର ଭିତ୍ତିଭୂମି ଉର୍ଣ୍ଣୟନକାରୀ ଇଞ୍ଜିନିଅର ଶତ୍ରୁଘ୍ନ ଦାସ ଙ୍କୁ କେନ୍ଦ୍ରାପଡା ରତ୍ନ ସମ୍ମାନରେ ସଂମ୍ମାନିତ କରାଯାଇଥିଲା I ସେହିଭଳି ପ୍ରଫେସର ଅଜୟ ସାମଲ ଙ୍କୁ ବରପୁତ୍ର ସମ୍ମାନ ରେ ସଂମ୍ମାନିତ କରାଯଇଥିବା ବେଳେ ଚୌଧୁରୀ ଅମିତାଭ ଦାସ ଙ୍କୁ କେନ୍ଦ୍ରାପଡା ଗୌରବ ସଂମ୍ମାନ କରାଯାଇଥିଲା I ଓଡ଼ିଆ ସିନେମା ଜଗତର କଳାକାର ତଥା କେନ୍ଦ୍ରାପଡ଼ା ମାଟିର ପୁଅ ଶ୍ରୀଯୁକ୍ତ ବବି ମିଶ୍ର ଙ୍କୁ କେନ୍ଦ୍ରାପଡା ଗୌରବ ସମ୍ମାନିତ କରାଯାଇଥିଲା I ସୁନାମଧନ୍ୟ କ୍ରୀଡ଼ାବିତ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ବାରିକ ଙ୍କୁ ଗୌରବ ସମ୍ମାନ ରେ ସଂମ୍ମାନିତ କରାଯାଇଥିଲା ଓ ଶ୍ରୀଯୁକ୍ତ ରଶ୍ମୀରଂଜନ ବାରିକ ଙ୍କୁ କେନ୍ଦ୍ରାପଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମହମ୍ମଦ ସେକ ଲିୟାକତ ଅଲ୍ଲୀ ଙ୍କୁ କେନ୍ଦ୍ରାପଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା I ସେହିଭଳି ଶ୍ରୀଯୁକ୍ତ ଅଭିମନ୍ୟୁ ଧଳ କେନ୍ଦ୍ରାପଡା ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଡାକ୍ତର ରଶ୍ମୀରଂଜନ ମହାନ୍ତିଙ୍କୁ ଦେବ ବୈଦ୍ୟ ଅଶ୍ଵନୀ କୁମାର ସମ୍ମାନ ମିଳିଥିଲା I ଡାକ୍ତର ମନୋରଞ୍ଜନ ଦାଶ ଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ,ଶ୍ରୀଯୁକ୍ତ ପାରେଶ୍ୱର ସାମଲ ଙ୍କୁ ସ୍ୱତନ୍ତ୍ର ସେବା ଓ ସାରସ୍ୱତ ସମ୍ମାନ ମିଳିଥିଲା I ଶ୍ରୀଯୁକ୍ତ ପ୍ରମୋଦ ତ୍ରିପାଠୀ ଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ ଓ ଶ୍ରୀଯୁକ୍ତ କଳ୍ପତରୁ ପରିଡା ଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ I ଡାକ୍ତର ବିରେନ୍ଦ୍ର କୁମାର ଦାଶ ଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ ଏବଂ ଶ୍ରୀଯୁକ୍ତ ପ୍ରଜ୍ଵଳିତ ଜେନା ଙ୍କୁ ସ୍ୱତନ୍ତ୍ର ସେବା ଓ ସମ୍ମାନ ଧନୁର୍ଜୟ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା I