ସମାଜବାଦୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ଜରିଆରେ (ପାଞ୍ଚ ଦଫା ) ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଥିବା ଦାବି ଗୁଡ଼ିକ ହେଉଛି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଏବଂ NAC/Municipality ନିର୍ବାଚନରେ (OBC) ମାନଙ୍କୁ ୨୭% ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯାଉ। ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଜିଲ୍ଲା ଭିତ୍ତିକ ନିଯୁକ୍ତି ସୁନିଶ୍ଚିତ କରାଯାଉ, ବାର୍ଦ୍ଧକ୍ୟ/ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ ୩୦୦୦/ ଟଙ୍କା ତୁରନ୍ତ ପ୍ରଦାନ କରାଯାଉ, ରାଜ୍ୟର ସମସ୍ତ ପରିବାରକୁ ୩୦୦ ୟୁନିଟ ବିଦ୍ୟୁତ ମାଗଣାରେ ତୁରନ୍ତ ଯୋଗାଇ ଦିଆଯାଉ , Municipality/NAC ନିର୍ବାଚନରେ EVM ମେସିନ କୁ ହରାଇ ବେଲେଟ୍ ପେପର୍ ଦ୍ଵାରା ନିର୍ବାଚନ କରାଯାଉ । ଏହି ପାଞ୍ଚ ଗୋଟି ଦାବି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବିପତ୍ର ଦେଇ। ସମାଜବାଦି ପାର୍ଟି ପକ୍ଷରୁ ଭବାନୀପାଟଣା ହୋଟେଲ ଭାଗିରଥି ଇନ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି । ସମାଜବାଦି ପାର୍ଟି ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ ସଭାପତି ଧନୁ ଗୋପାଳ ଓ ଆଦିବାସୀ ସେଲ ରାଜ୍ୟ ସଭାପତି ଧବଳେଶ୍ଵର ମାଝୀଙ୍କ ସମେତ ତୁଳମଣି ନାଗଙ୍କ ଉପସ୍ଥିତିରେ । କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ଜଗଦିଶ ଯାଦବଙ୍କ ନାମ ଘୋଷଣା କରିଛନ୍ତି ତାହା ସହ ଉପ ସଭାପତି ଭାବେ ଶୋଭା ବନ ଭାଟି , ଦୁର୍ଯ୍ୟଧନ ଠାକୁର, ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ଭୋଇଙ୍କୁ ନାମ ଘୋଷଣା କରିଛନ୍ତି ସମାଜବାଦି ପାର୍ଟି ରାଜ୍ୟ ସଭାପତି ଶିବ ହାତୀ।