Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଚମ୍ପୁଆ ବ୍ଲକରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ

utkala khabar
Last updated: April 1, 2025 2:14 pm
utkala khabar
Published April 1, 2025
Share
SHARE

ଆସିଲା ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ପକ୍କା ଘର ଯୋଜନା । ଝାଟିମାଟିର ଘର ଛାଡି ଏବେ ପକ୍କା ଘରେ ରହିବେ ଲୋକେ । ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରଚେଷ୍ଟାରେ ଗରିବଙ୍କୁ ମିଳିବ ଘର । ଚମ୍ପୁଆ ବ୍ଲକ ପରିସରରେ ୨୬୮ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଯୋଜନା ଭାରତ ସରକାରଙ୍କ ଗୃହ ଯୋଜନାର ଅଂଶ ଭାବରେ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡିରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଶାର ସମସ୍ତ ଜିଲ୍ଲା ଏବଂ ବ୍ଲକର ଗରିବ ଓ ବଞ୍ଚିତ ଲୋକମାନଙ୍କୁ ଗୃହ ପ୍ରଦାନ କରିବା ଯୋଜନା ନେଇ ବୃହତ୍ ଯୋଜନା ଘୋଷଣା କରାଯାଇଛି । ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ମୋଟ ୨୬୮ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇପାରିବେ ।
ଏହି କାର୍ଯ୍ୟାନୁଷ୍ଠାନରେ ଉପସ୍ଥିତ ଥିଲେ ଚମ୍ପୁଆ ପଞ୍ଚାୟତ ସମିତିର ସଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂ, ବିଧାୟକ ପ୍ରତିନିଧି ଗଣେଶ ଓର, ପାଟଣା ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାର, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ନାଏକ, ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚୂନୁ ହାଁସଦା, ୧୫ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ରମଣୀ ନାୟକ ଏବଂ ଅନ୍ୟମାନେ । ସ୍ଥାନୀୟ ଲୋକମାନେ ଏହି ଯୋଜନାକୁ ସ୍ୱାଗତ କରି ଏହାକୁ ଲୋକାଭିମୁଖୀ ଏବଂ ଉନ୍ନୟନମୂଖୀ ବୋଲି ବିବେଚନା କରିଛନ୍ତି । ଏହା ଗରିବ ଏବଂ ନିର୍ବଳ ଲୋକମାନଙ୍କ ପାଇଁ ଏକ ଉତ୍ତମ ପ୍ରୟାସ ବୋଲି ଅନେକ ଅଧିକାରୀ ମତ ପ୍ରକାଶ କରିଛନ୍ତି ।

You Might Also Like

ଆସିଲା ନୂଆ ପେଟ୍ରୋଲ ଦର; ଟାଙ୍କି ଭରିବା ପୂର୍ବରୁ ଜାଣନ୍ତୁ ରେଟ୍

ଗ୍ରୀଷ୍ମ ଋୁତିରେ ସେଓ ଖାଇବା ଉଚିତ୍, ଜାଣନ୍ତୁ

ବିଜ୍ଞାନର ଚମତ୍କାର, ୧୦,୦୦୦ ବର୍ଷ ପରେ ଗଧିଆ ପାଇଛି ପୁନର୍ଜନ୍ମ

ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

TAGGED:#april1#Mohancharanmajhi #odisha #utkal khabar#antyodayayojana #poorpeople #odisha#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?