ଜମିଜମା ସମସ୍ୟାର ସମଧାନ ଅଫିସ ହେଉଛି ତହସିଲ । ଅଦାଲତ ଗୁଡିକରେ ଜମିଜମା ମାମଲା ସବୁଠୁ ଅଧିକ ତହସିଲ ସ୍ତରରେ ହୁଏତ ସେମାନଙ୍କ ସମାଧାନ ହେଇ ପାରୁ ନାହିଁ। ତେଣୁ ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡିବ। କିଛିକାମ ସଠିକ ଢଙ୍ଗରେ ଠିକ ସମୟରେ ହେଇ ପାରୁ ନାହିଁ । ତଳ ସ୍ତରରେ ଯଦି ସମସ୍ୟାର ସମାଧାନ ହେଇଥାନ୍ତା ତେହେଲେ ଲୋକ ଭୁବନେଶ୍ୱର ଆସୁ ନଥାନ୍ତେ । ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ବହୁ ସମସ୍ୟା ଆସୁଛି । ତାର ସମାଧାନର ରାସ୍ତା ଅଛି । ଲୋକଙ୍କ ଅଭିଯୋଗ ଧର୍ଯ୍ୟର ସହ ଶୁଣନ୍ତୁ ସମୟ ଭିତରେ ଚେଷ୍ଟା କରନ୍ତୁ ସମାଧାନ ପାଇଁ ମାସ ମାସ ଧରି ଅଭିଯୋଗ ଶୁଣୁ ନଥିବା ଅଭିଯୋଗ ଆସୁଛି ଏମିତି କରନ୍ତୁ ନାହିଁ। ଜମି କିଣିବିକାରେ ଅସ୍ୱଚ୍ଛତା ଦେଖାଯାଏ । ବିନା ତହସିଲଦାରଙ୍କ ଅନୁମତିରେ ଏହା ହୋଇ ପାରିବନି । ଦୁର୍ନୀତି ପ୍ରତି ସରକାର ଙ୍କ ଶୁନ୍ୟ ସହନଶୀଳ ନୀତି କୁ ଗୁରୁତର ସହ ନିଅନ୍ତୁ । ଆରଇ ଆଉ ଭୁ ଲେଖକଙ୍କ ପାଇଁ ଆପଣ ମଧ୍ୟ ଉତ୍ତର ଦାୟୀ ରହିବେ । ଦୁର୍ନୀତି ଗ୍ରସ୍ଥ ଅଧିକାରୀଙ୍କୁ ସରକାର ବରଦାସ୍ତ କରାଯିବନି । ପ୍ରତିଷ୍ଠା ଅପେକ୍ଷା ସମର୍ପଣ ଭାବ ଅଧିକ ରଖନ୍ତୁ । ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ବ ପ୍ରଶାସନ କରିବା ସରକାରଙ୍କ ଲକ୍ଷ୍ୟ । ଭୂମିହୀନ ପଟ୍ଟା ଦେବାକୁ ବ୍ୟବସ୍ଥା କର । ମୂଲ୍ୟବାନ ଜମିକୁ ଜବରଦାଖଲ ମୁକ୍ତ କର । ଶେଷ ଧାଡ଼ିର ଲୋକ ପାଖରେ ସେବା ପହଞ୍ଚାଇବାକୁ ତତ୍ପର ହୁଅନ୍ତୁ । ସମୟ ସୀମା ମଧ୍ୟରେ ଫଇସଲା ମାମଲା, ଜମିଜମା ମାମଲାର ସମଧାନ କର । ତହସିଲ ସ୍ତରରେ ଅଭିଯୋଗ ସମାଧାନ କର ଯେମିତି କେହି ଭୁବନେଶ୍ୱର ନ ଆସନ୍ତୁ । ଜମିଜମା ସମସ୍ୟାର ସମାଧାନ ବେଳେ ସ୍ୱଚ୍ଛତା ଅବଲମ୍ବନ କର ।