Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପୁରୀକୁ ଗଡିବ ହଜାରେ ବସ, ଯାତ୍ରୀଙ୍କୁ ୧୦ ଟଙ୍କାରେ ମିଳିବ ମିଲ୍
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପୁରୀକୁ ଗଡିବ ହଜାରେ ବସ, ଯାତ୍ରୀଙ୍କୁ ୧୦ ଟଙ୍କାରେ ମିଳିବ ମିଲ୍

utkala khabar
Last updated: May 31, 2025 11:53 am
utkala khabar
Published May 31, 2025
Share
SHARE

ପୁରୀ ୩୧/୫ : ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ। ରେଗୁଲାର ବସ ସହ ଅନ୍ୟ ବସ ଗୁଡିକୁ ସ୍ୱତନ୍ତ୍ର ପରମିଟ ଦିଆଯିବ । ଏହିପରି ପୁରୀକୁ ସାରା ରାଜ୍ୟରୁ ଗଡିବ ବସ। ପୁରୀ ତାଳବଣିଆ ଓ ମାଳତିପାଟପୁରରେ ହେବ ବସ ପାର୍କିଂ। ଯାତ୍ରୀଙ୍କୁ ବସ ରହଣି ସ୍ଥଳରୁ ବଡଦାଣ୍ଡ ନେବା ପାଇଁ ଚାଲିବ ଶହେଟି ବ୍ୟାଟେରୀ ଚଳିତ ଗାଡ଼ି। ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ। ଏସଟିଏ କମିଶନର ଅମିତାଭ ଠାକୁର ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ପୁରୀ ରଥଯାତ୍ରା ପାଇଁ ଏସ ଟି ଏ ତଥା ରାଜ୍ୟ ସଡକ ପରିବହନ ବିଭାଗ ପକ୍ଷରୁ ଆଜି ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସ ପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ଯୋଗ ଦେଇଥିଲେ। ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତ ପୁରୀ ଯାଇ ପାରିବେ ସେ ନେଇ ହୋଇଥିଲା ଆଲୋଚନା।

ତେବେ ତଲବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ୧୦ ଟଙ୍କାରେ ଖାଦ୍ୟ ଦିଆଯିବ। ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ଜଣ STA ଅଧିକରୀ ଦାୟିତ୍ବରେ ରହିବେ।ବେପରୁଆ ଗାଡି ଚାଳନା ଉପରେ ରହିବ ନଜର। ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର।ତେବେ ସମସ୍ତଙ୍କ ସହଯୋଗରେ ପୁରି କୁ ଯାତ୍ରୀ ପରିବହନ ସୁରୁଖୁରୁରେ ହେବ ବୋଲି ଆଶା ରଖିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ।

You Might Also Like

ମେ ୦୧ ତାରିଖ ଗୁରୁବାର, ଆଜିର ଦିନଟି କେମିତି କଟିବ ଜାଣନ୍ତୁ

କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ପ୍ରଶାନ୍ତ ଶତପଥୀ

ଯୁଦ୍ଧକୁ ନେଇ ଛାନିଆ, ଭୟରେ ସେନା ଚାକିରି ଛାଡ଼ୁଛନ୍ତି ପାକିସ୍ତାନୀ ସୈନ୍ୟ

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍

ସକାଳେ ଖରା ଅପରାହ୍ନରେ ବର୍ଷା

TAGGED:#odisha#puri#UTKALA KHABARBusesRatha Yatra 2025State news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?