Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଓଡ଼ିଶା ଛାଡ଼ିବାକୁ ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଓଡ଼ିଶା ଛାଡ଼ିବାକୁ ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ନୋଟିସ୍‌

utkala khabar
Last updated: April 25, 2025 5:38 pm
utkala khabar
Published April 25, 2025
Share
SHARE

ଭୁବନେଶ୍ୱର ୨୫/୪ : ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ ରାଜ୍ୟରେ ପାକିସ୍ତାନୀ ନାଗରିକମାନେ ରହୁଛନ୍ତି। ସେମାନେ ବିଭିନ୍ନ କାମରେ କାର୍ଯ୍ୟରତ ଅଛନ୍ତି। ଏହିକ୍ରମରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସା ବଳରେ  ପାକିସ୍ତାନୀ ନାଗରିକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି। ତେବେ ଜମ୍ମୁ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ରହିଛି। ଦେଶର ଆଭ୍ୟନ୍ତରୀଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ଦେଶ ଛାଡ଼ିବାକୁ ପରାମର୍ଶ ଦେଇଛନ୍ତି। ଭାରତ ସରକାର କହିଛନ୍ତି ଯେ, ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପାକିସ୍ତାନୀ ନାଗରିକମାନେ ଭାରତ ଛାଡ଼ନ୍ତୁ। ଏମାନଙ୍କୁ ଭାରତ ଛାଡ଼ି ଯିବାକୁ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜମ୍ମୁ କଶ୍ମୀରର ପହଲଗାମରେ ଗତ ମଙ୍ଗଳବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଓଡ଼ିଶାରୁ ୨ ଜଣଙ୍କ ସମେତ ମୋଟ୍‌ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରେ ଦୁଇ ଜଣ ବିଦେଶୀ ନାଗରିକ ଥିଲେ। ଭାରତ ସରକାର ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତରେ ବସବାସ କରୁଥିବା ପାକିସ୍ତାନୀମାନଙ୍କୁ ନିଜ ଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି। କେଉଁ ରାଜ୍ୟରେ କେତେ ସଂଖ୍ୟକ ପାକିସ୍ତାନୀ ବସବାସ କରୁଛନ୍ତି ସେନେଇ ସୂଚନା ଦେବାକୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରି ହୋଇଛି।

ପହଲଗାମ୍‌ ଆତଙ୍କବାଦୀ ଘଟଣା ପରେ ଓଡ଼ିଶାରେ ସମୁଦ୍ରତଟ ସୁରକ୍ଷା ନେଇ ତଟରକ୍ଷୀ ବାହିନୀ ସତର୍କ ହୋଇଯାଇଛନ୍ତି। ସମୁଦ୍ରତଟ ସୁରକ୍ଷା ପାଇଁ ମେରାଇନ୍ ପୁଲିସ ଓ ତଟରକ୍ଷୀ ବାହିନୀ ସଜାଗ ଅଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଆଳ ଦେଖାଇ ରାଜ୍ୟରେ ରହୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସରକାର ପ୍ରାଥମିକତା ଦେଉଛନ୍ତି।

 

 

You Might Also Like

୧୪ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ ହାସଲ,ରାଜସ୍ଥାନ ବିଜୟୀ

ସମୁଦ୍ର ମୁହାଁ ହେଲେ କୁନି କୁନି ଅଲିଭ ରିଡଲେ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

TAGGED:#odisha#UTKALA KHABAR12 PakisthaniCitizens leaving
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?