Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

utkala khabar
Last updated: May 3, 2025 10:46 am
utkala khabar
Published May 3, 2025
Share
SHARE

ଭୁବନେଶ୍ୱର ୦୩ /୫ :  ଭୁବନେଶ୍ୱର ନୂଆ ଷ୍ଟେସନରେ ତିନୋଟି ଟ୍ରେନ ପାଇଁ ଟର୍ମିନାଲ ପଏଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଥିବା ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ୩ଟି ଟ୍ରେନ ଭୁବନେଶ୍ୱର ନୂଆ ଷ୍ଟେସନ ଠାରୁ ଯାତ୍ରା ଆରମ୍ଭ କରିବେ ।୧୧ ମଇ ଠାରୁ ମୁମ୍ବାଇରୁ ଛାଡୁଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ। ପୂର୍ବ ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ରାତ୍ରି ୧୧ଘ.୫୫ମି.ରେ ଭୁବନେଶ୍ୱର ନୂଆ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ରାତ୍ରି ୧୨ଘ.୦୨ମି.ରେ ମଞ୍ଚେଶ୍ୱରରେ ପହଞ୍ଚିବ ଏବଂ ସେଠାରୁ ୧୨ଘ.୦୪ମି.ରେ ଛାଡି ରାତ୍ରି ୧୨ଘ.୨୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ୧୨ ମଇ 2025 ଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ପରିବର୍ତ୍ତେ ଅପରାହ୍ନ ୦୨ଘ.୪୦ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରୁ ଛାଡିବ। ଏହି ଟ୍ରେନ ଅପରାହ୍ନ ୦୨ଘ.୪୮ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୦୨ଘ.୫୦ମି.ରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନ ଅଭିମୁଖେ ଛାଡିବ। ଅପରାହ୍ନ ୩ ଘଟିକାରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ପୂର୍ବ ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ।

ସେହିପରି ୧୧ମଇ ଠାରୁ ସିକନ୍ଦରାବାଦରୁ ଛାଡୁଥିବା ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂତନ ଷ୍ଟେସନରେ ଶେଷ କରିବ। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଅପରାହ୍ନ ୪ ଘଟିକାରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ଅପରାହ୍ନ ୪ଘ.୦୪ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ଅପରାହ୍ନ ୪ଘଣ୍ଟା ରେ ଛାଡିବ ଏବଂ ତା’ପରେ ଅପରାହ୍ନ ୪ଘ. ୨୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।

ଏହା ବ୍ୟତୀତ ବିଶାଖାପାଟଣାରୁ ଛାଡୁଥିବା 22820 ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ୧୨ ମଇ ଠାରୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଏହାର ଯାତ୍ରା ଶେଷ କରିବ। ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନଟି ରାତ୍ରି ୧୨ ଘ. ୧୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନ ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନଟି ରାତ୍ରି ୧୨ଘ.୨୦ମି.ରେ ମଞ୍ଚେଶ୍ୱରରେ ପହଞ୍ଚି ରାତ୍ରି ୧୨ଘ.୨୨ମି.ରେ ଛାଡିବ ଏବଂ ତା’ପରେ ରାତ୍ରି ୧୨ଘ.୩୫ମି.ରେ ଭୁବନେଶ୍ୱର ନୂତନ ଷ୍ଟେସନରେ ପହଞ୍ଚିବ।

ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି ପ୍ରଦାନ କରିବେ । ଭୁବନେଶ୍ୱର ମୁଖ୍ୟ ଷ୍ଟେସନରେ ଉପୋରକ୍ତ ଟ୍ରେନ ଗୁଡିକ ୨୦ ମିନିଟ୍ ରହଣି ସମୟ ପ୍ରଦାନ କରିବେ । ତେବେ ଉତ୍ତର ଭୁବନେଶ୍ୱର, ଆଠଗଡ଼ ଏବଂ କଟକ ଅଞ୍ଚଳର ଲୋକମାନେ ଅଧିକ ଲାଭ ପାଇବେ ।

You Might Also Like

୧୦ ବର୍ଷ ପରେ ପ୍ରଥମ ଥର ପାଇଁ ପରିବର୍ତ୍ତନ ହେଲା Googleର ନୂଆ ଲୋଗୋ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

ଗୋଳାବାରୁଦ କାରଖାନାରେ ବିସ୍ଫୋରଣ, ଜଣେ କର୍ମଚାରୀ ଗୁରୁତର

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

ମୋଦିଙ୍କୁ କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନ ଏମିତି କରିଥିଲା ନିମନ୍ତ୍ରଣ, ସାଉଦି ଏୟାର ଫୋର୍ସ F-15 ଫାଇଟର ଜେଟ କରିଥିଲା ଏସ୍କର୍ଟ

TAGGED:#odisha#state#UTKALA KHABARBhubaneswar new stationTerminate
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?