Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଏମ୍ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଏମ୍ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

utkala khabar
Last updated: April 28, 2025 5:33 pm
utkala khabar
Published April 25, 2025
Share
SHARE

• ସରକାରୀ କ୍ଷେତ୍ରରେ ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ
• ସମାଜର ସବୁବର୍ଗଙ୍କ ନିମନ୍ତେ ଏମ୍‌ସରେ ଉପଲବ୍ଧ ରୋବୋ-ସହାୟତା ଅସ୍ତ୍ରୋପଚାର: କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ
• ଶୀଘ୍ର ଆରମ୍ଭ ହେବ ରୋବୋଟିକ୍‌ ହିପ୍‌ ପ୍ରତିରୋପଣ ବ୍ୟବସ୍ଥା

ଭୁବନେଶ୍ୱର, ୨୫/୦୪ : ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ସହିତ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ।
ଏମ୍‌ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଯୁକ୍ତ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସୁଗମ ଭାବରେ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ଭାବେ ଏହି ପ୍ରକ୍ରିୟା ସମ୍ପାଦନରେ ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ସମ୍ପୂର୍ଣ୍ଣ ଅର୍ଥୋପେଡିକ୍ସ୍‌ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ରୋବୋଟିକ୍‌ ସର୍ଜରୀର ଗୁରୁତ୍ବ ସମୟର ଏକ ବଡ଼ ଆହ୍ବାନ। କିନ୍ତୁ ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏମ୍‌ସରେ ଏହା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରି ରୋବୋ-ସହାୟିତ ଅସ୍ତ୍ରୋପଚାରଗୁଡ଼ିକୁ ସୁଗମ କରିଥିବା ଡ. ବିଶ୍ୱାସ କହିଛନ୍ତି।
ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ “ଶତାବ୍ଦୀର ଅସ୍ତ୍ରୋପଚାର” ଭାବରେ ଜଣାଶୁଣା, ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ସମୟରେ, ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଅନେକଙ୍କ ପାଇଁ ଆଶାର ନୂତନ ଆଲୋକ ପାଲଟିଛି।
ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ସଠିକତାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିଥାଏ। ଏହି ପ୍ରଯୁକ୍ତିବିଦ୍ୟା ମାନବ ତ୍ରୁଟିର ବିପଦକୁ କମ କରେ ଏବଂ ପ୍ରକୃତ-ସମୟ ମତାମତ ପ୍ରଦାନ କରି, ସର୍ଜନଙ୍କୁ ଜଟିଳ ପଦକ୍ଷେପଗୁଡ଼ିକୁ ଅଧିକ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯାହାକି ଏପରି ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରୁଥିବା ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି।

ଯୋଗ୍ୟ ରୋଗୀମାନଙ୍କୁ ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଜୀବନ ପରିବର୍ତ୍ତନକାରୀ ଚିକିତ୍ସାର ସୁବିଧାକୁ ଆହୁରି ବିସ୍ତାର କରିଛି। ଏମ୍‌ସରେ ପ୍ରଥମ ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା। ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଥମ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାରରେ ଅର୍ଥୋପେଡିକ୍‌ସ ବିଭାଗର ଚିକିତ୍ସକଙ୍କ ସମେତ ଅନ୍ୟମାନେ ସାମିଲ୍‌ ଥିଲେ।

ଆଜି ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସହିତ, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ପାତ୍ରଙ୍କ ସମେତ ଡ. ସୁଜିତ ତ୍ରିପାଠୀ, ଡ. ଗୁରୁଦୀପ ଦାସ, ଡ. ମେଗାନାଥ ଭି ପାୱାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ପାରମ୍ପରିକ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାରେ ଜିଗ୍ସ ଏବଂ କଟିଂ ବ୍ଲକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଗୁରୁତର ବିକୃତି, ପୂର୍ବ ଅସ୍ତ୍ରୋପଚାର କିମ୍ବା ଉନ୍ନତ ଆର୍ଥ୍ରାଇଟିସ୍ ଜଟିଳ କ୍ଷେତ୍ରରେ, ମାନବ ତ୍ରୁଟିର ସମ୍ଭାବନା ବହନ କରୁଥିଲା। ମାତ୍ର ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଏହି ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହା ସହିତ, ରୋବୋଟ୍ ନାଭିଗେସନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସ୍ୱାଧୀନ ଭାବରେ କିଛି ପଦକ୍ଷେପ ନେଇପାରିବ, ସମଗ୍ର ଅସ୍ତ୍ରୋପଚାର ସମୟରେ ଉଚ୍ଚ ସ୍ତରର ସଠିକତା ଏବଂ ସ୍ଥିରତା ପ୍ରଦାନ କରିବ।

You Might Also Like

ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

କିଟରେ ପୁଣି ଜଣେ ଛାତ୍ରୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଖେଳିଯାଇଛି ଚାଞ୍ଚଲ୍ୟ

କାଳବୈଶାଖୀ ପ୍ରଭାବ, ୧୭ ଯାଏଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଲର୍ଟ

ନବମ ଥର ପାଇଁ ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?