Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ରକ୍ତର ବଦଲା ରକ୍ତରେ ନେଲା… ପହଲଗାମ ଆତଙ୍କୀ ଆକ୍ରମଣର ୧୪ ଦିନ ପରେ ପ୍ରତିଶୋଧ ନେଇଛି ଭାରତ

utkala khabar
Last updated: May 7, 2025 11:25 am
utkala khabar
Published May 7, 2025
Share
SHARE

ରାଜ୍ୟ ୦୭/୫ : ଆତଙ୍କବାଦୀଙ୍କ ଦ୍ଵାରା ନିହତ ବଳେଶ୍ଵର ଜିଲ୍ଲାର ମୃତ ପ୍ରଶାନ୍ତ କୁମାର ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତୀୟ ସେନା ଓ ଭାରତ ସରକାରଙ୍କ ପଦକ୍ଷେପକୁ ଯେତେ ପ୍ରଶଂସା କଲେ ବି କମ୍ । ଏହା ମଧ୍ୟ କହିଛନ୍ତି ଯେ ତୁମେ ମଙ୍ଗଳବାରରେ ଆମକୁ ହତ୍ୟା କରିଥିଲ ଆମେ ବି ମଙ୍ଗଳବାର ଯୁଦ୍ଧ ଆରମ୍ଭ କରିଛୁ । ତୁମ ଧର୍ମ ପଚାରି ଆମକୁ ମାରିଥିଲ ଆମେ ଧର୍ମ କହି କହି ତୁମ ଉପରେ ଆକ୍ରମଣ କରିଛୁ । ପାକିସ୍ତାନ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର ଓ ଭାରତୀୟ ସେନା । ମୋ ସ୍ୱାମୀ  ଆଉ ଫେରିବେନି କିନ୍ତୁ ଆଉ ପୁନର୍ବାର ଏଭଳି ଘଟଣା ନଘଟୁ । ସମଗ୍ର ବିଶ୍ଵରେ ଆତଙ୍କବାଦର ମୂଳୋତ୍ପାଟନ ହେଉ । କେବେ ଆତଙ୍କବାଦୀଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ହେବ ଚିନ୍ତାରେ ଥିଲି । କିନ୍ତୁ ବିଶ୍ଵାସ ଥିଲା ସରକାର କାର୍ଯ୍ୟାନୁଷ୍ଠାନ ନେବେ । ମୁଁ ବହୁତ ଖୁସି ଅଛି । ଏପରି କହି ପ୍ରତିକ୍ରିୟା ରଖିଲେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ।

ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ଅଞ୍ଚଳବାସୀ ଗାଁ ଶ୍ମଶାନରେ ଅନୁଷ୍ଠିତ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରର ଜଣଙ୍କୁ ସରକାରୀ ଚାକିରି ସହ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଏବଂ ପୁଅର ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।

You Might Also Like

ରାଜ୍ୟବ୍ୟାପୀ ସବୁ ସ୍କୁଲରେ ପାଳନ ହେବ ଖଡ଼ିଛୁଆଁ ଉତ୍ସବ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ ଝଟ୍‌କା

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେପି ସାଂସଦ କହିଲେ ‘ମୁଁ କଲ୍‌ମା ଶିଖୁଛି’, ସ୍ୱରା ଭାସ୍କର ତାଙ୍କର ଏକ ନୂଆ ଟ୍ୱିଟ୍‌ରେ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି

TAGGED:#odisha#UTKALA KHABARBalasoreJammu and KashmirPahalgam terror attackSindoor Operation
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?