Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସମୁଦ୍ର ମୁହାଁ ହେଲେ କୁନି କୁନି ଅଲିଭ ରିଡଲେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସମୁଦ୍ର ମୁହାଁ ହେଲେ କୁନି କୁନି ଅଲିଭ ରିଡଲେ

utkala khabar
Last updated: April 18, 2025 4:32 pm
utkala khabar
Published April 18, 2025
Share
SHARE

ଗଞ୍ଜାମ ୧୮/୦୪ : ପ୍ରକୃତିର ଅନନ୍ୟ ବରଦାନ ହେଉଛି ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛ । ଶୀତଦିନ ଆରମ୍ଭ ହେଲେ ହଜାର ହଜାର ମାଇଲ ଦୂରରୁ ଓଡିଶା ଉପକୂଳକୁ ଛୁଟି ଆସିଥାନ୍ତି । ପ୍ରତିବର୍ଷ ଏହି କଇଁଛମାନେ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶିରୁ ଓଡିଶା ଉପକୂଳକୁ ଆସି ଅଣ୍ଡା ଦେଇ ଚାଲି ଯାଆନ୍ତି । ତାପରେ ବାଲିରୁ ଆପେ ଆପେ ଛୁଆ ବାହାରି ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲି ଯାଆନ୍ତି । ହୁଏତ ପୁଣି ଏମାନେ ବଡ଼ ହୋଇ ଏଠାକୁ ଆସନ୍ତି ଅଣ୍ଡା ଦେବା ପାଇଁ । ସେହିଭଳି ଚଳିତ ବର୍ଷ ମଧ୍ୟ ବାଲିରୁ ଛୁଆ ବାହାରି ସମୁଦ୍ର ମୁହାଁ ।

ଅଲିଭ ରିଡଲେ କଇଁଛଙ୍କ ଏହି ପ୍ରାକୃତିକ କାର୍ଯ୍ୟ ଯୁଗ ଯୁଗର । ଯାହାର ରହସ୍ୟ ଭେଦିବାକୁ ଆଜି ପର୍ଯ୍ୟନ୍ତ ବି ସକ୍ଷମ ହୋଇ ନାହାନ୍ତି କୌଣସି ବିଶେଷଜ୍ଞ କିମ୍ବା ପ୍ରାଣୀ ବିଜ୍ଞାନୀ । ହେଲେ ଏ କଇଁଛ ଛୁଆଙ୍କର ବାହୁଡିବା ବେଳର ଦୃଶ୍ୟ ଏତେ ଆକର୍ଷଣୀୟ ଯେ ଦେଖିଲେ ଆଖି ଲାଖିଯିବ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରୁ ଅଲିଭ ରିଡେଲ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି ଏହି କୁନି ଶାବକ ।

ସେଥି ମଧ୍ୟରୁ ବାଟବଣା ହୋଇ ଉପର ମୁହାଁ ହେଉଥିବା କୁନି କୁନି ଶାବକ ମାନଙ୍କୁ ଉଦ୍ଧାର କରି ସମୁଦ୍ର ମଧ୍ୟରେ ଛାଡ଼ୁଛନ୍ତି ବହୁ ସ୍ବେଛାସେବୀ । ଏପରିକି କିଛି ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଗତ ନଭେମ୍ବରରୁ ଜାନୁଆରୀରେ ସମୁଦ୍ରରେ ମିଳନ ପରେ ଋଷିକୁଲ୍ୟା ମୁହାଣ ନିକଟରେ ଦୁଇଟି ପର୍ଯ୍ୟାୟରେ ଗଣ ମା ଅଲିଭ ରିଡିଲେ ମାନେ ଅଣ୍ଡାଦାନ କରିଥିଲେ । ଅଣ୍ଡା ଦାନର ୪୫ ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଛି ।

ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡିଶାଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା ଅଲିଭ ରିଡେଲ କାଇଁଚ ସମୁଦ୍ରରେ ଚାଲି ଯାଇଥିଲା । ଆଉ ଏବେ ଛୁଆ ବାହାରିବା ପରେ କୁନି ଶାବକ ମାନେ ମଧ୍ୟ ସମୁଦ୍ର ମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ରେର୍କଡ ସଂଖ୍ୟାକ ଦୁଇ ପର୍ଯ୍ୟାୟ ରେ ୯ ଲକ୍ଷ ୪ ହଜାର ୫୧୭ ଗଣ ଅଣ୍ଡାଦାନ ହୋଇଥିଲା । ଆଉ ଏହି ଦୃଶ୍ୟକୁ ଦେଖିବାକୁ ବହୁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ସମୁଦ୍ର ମଧ୍ୟକୁ ଏହି ଶାବକମାନେ ଯାଉଥିବା ସମୟରେ ଏକ ସୁନ୍ଦର ଅଭିନବ ଦୃଶ୍ୟ ଦେଖିବାକୁ ମିଳିଥାଏ । କୁନି କୁନି ଗୋଡରେ ଛୋଟ ଛୋଟ ପାଦ ପକାଇ ସମୁଦ୍ର ଭିତରକୁ ଅଗ୍ରସର ହେଉଥିବା ଏହି ଶାବକମାନେ ଏକ ନୂଆପିଢିର ସ୍ୱପ୍ନକୁ ସାକାର କରିବାକୁ ବାହାରି ଯାଆନ୍ତି । ଜନ୍ମଭୂମିକୁ ବିଦାୟ ଦେଇ ଚାଲିଯାନ୍ତି ହଜାର ହଜାର ମାଇଲ ଦୂରକୁ ।

You Might Also Like

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚଇତି ପର୍ବରେ ମା’ ତାରିଣୀଙ୍କୁ କରିବେ ଦର୍ଶନ

ଆଜି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ସୁଭଦ୍ରା ସର୍ଭେରେ କଲେଜ ଛାତ୍ରୀମାନେ ସାମିଲ ହେବେ

TAGGED:#odisha#odisha newsBaby OliveGanjamRushikulya BeachTurtlesUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?