Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ

utkala khabar
Last updated: May 5, 2025 4:37 pm
utkala khabar
Published May 5, 2025
Share
SHARE

ପୁରୀ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ ।  ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ବଳକା ଦାରୁରେ ଅଢ଼େଇ ଫୁଟ ମୂର୍ତ୍ତି ନିର୍ମାଣ ଅସମ୍ଭବ ।  ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି ।  ଦାରୁ ବାହାରେ ରହିବନି, ସବୁ ଦାରୁ ଦାରୁଘରେ ରହିବ ।  ଭୁବନେଶ୍ବରରେ ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର ।  ସୁଦର୍ଶନ ମହାରଣା ତିଆରି କରିଥିବା ମୂର୍ତ୍ତି ଦୀଘା ନେଇଥିଲେ ।

ତେବେ ବିବାଦୀୟ ମନ୍ତବ୍ୟ ପାଇଁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରାଯାଇଛି ।  ଜ ବାବ ଆସିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।  ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି ।  କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ ।

ମନ୍ଦିରର ନୀତିକାନ୍ତି, ପୂଜାର୍ଚ୍ଚନା ପାଇଁ ମାର୍ଗଦର୍ଶିକା ହେବ ।  ଦୀଘା ଧାମ ଏବଂ ଦୀଘା ସମୁଦ୍ରକୁ ମହୋଦଧି କୁହାଯାଇ ପାରିବନାହିଁ ।  ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ ।  ନଚେତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି।  ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

You Might Also Like

ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ ମିର୍ଜା

ପୁରୀ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭାରତରେ ମିଳୁଛି ଏହି ଶସ୍ତା କାର୍ Maruti Suzuki Alto K10

ବିଦେଶୀଙ୍କ ରାସନ କାର୍ଡ କଟାଯିବ, ଖୁବଶୀଘ୍ର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବିଜେପି ବିଧାୟକ ପଢିବେ ପାଠ, ପୁରୀ କର୍ମଶାଳାରେ ନଡ୍ଡା ଦେବେ କର୍ମୀଙ୍କୁ ଗୁରୁମନ୍ତ୍ର

TAGGED:#odisha#Prithviraj Harichandan#UTKALA KHABAR
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?