ରାଜ୍ୟ ୧୨/୫ : ଆଜି ଆସିପାରେ ସିବିଏସଇ ୧୦ମ ଏବଂ ୧୨ଶ ପରୀକ୍ଷା ଫଳ । ପରୀକ୍ଷା ଦେଇଥିବା ୪୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ ଗତବର୍ଷ ତୁଳନାରେ ଜଲଦି ରେଜଲ୍ଟ ପ୍ରକାଶିତ ହୋଇପାରେ ବୋଲି ଖବର ମିଳିଛି । ଗତବର୍ଷ ସିବିଏସଇ ରେଜଲ୍ଟ ୧୩ ମଇରେ ପ୍ରକାଶିତ ହୋଇଥିଲା ।ପରୀକ୍ଷା ଫଳ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ କୌଣସି ଘୋଷଣା କରାଯାଇନାହିଁ । ରେଜଲ୍ଟ ଜାରି ହେବା ପରେ ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ cbseresults.nic.in କୁ ଯାଇ ଡାଉନଲୋଡ୍ କରିପାରିବେ ।
ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିମ୍ନଲିଖିତ ଲିଙ୍କରେ ଚେକ୍ କରିପାରିବେ ।
cbse.gov.in
cbseresults.nic.in
results.cbse.gov.in
ଚଳିତବର୍ଷ ସିବିଏସଇ ପରୀକ୍ଷା ୪୨ ଲକ୍ଷରୁ ଅଧିକ ଛାତ୍ର ଦେଇଛନ୍ତି । ଏଥିରେ ୨୪.୧୨ ଲକ୍ଷ ୧୦ମ ପରୀକ୍ଷା ଏବଂ ୧୨ଶ ୧୭.୮୮ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ।ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ଛାତ୍ରଛାତ୍ରୀମାନେ ପ୍ରଥମେ ମାର୍କ ପାଇବା ପାଇଁ ଆବେଦନ କରୁଥିଲେ । ଏହାପରେ ଫଟୋକପି ମିଳିବା ପରେ ରିଚେକିଂ ପାଇଁ ଆବେଦନ କରୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ନିଜର ଉତ୍ତରପୁସ୍ତିକା ଜରିଆରେ କେତେ ମାର୍କ ପାଇଛନ୍ତି, ଆଉ କେତେ କଟିଛି, ଜାଣିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଚିତ ନିର୍ଣ୍ଣୟ ନେବାରେ ସହାୟତା ହେବ ।