Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

utkala khabar
Last updated: April 30, 2025 11:32 am
utkala khabar
Published April 30, 2025
Share
SHARE

ପୁରୀ ୩୦/୪ : ଆଜି ପବିତ୍ର ଅକ୍ଷୟ ତୃତୀୟା ।  ବିଧି ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା ।  ଭୋର ୪ଟାରେ ଦ୍ବାରଫିଟା ନୀତି ପରେ ଭିତର ଶୋଧ କରାଯାଇ ମହାପ୍ରଭୁଙ୍କର ମଙ୍ଗଳଆରତି କରାଯାଇଛି ।  ଦିନ ଗୋଟାଏରୁ ଅଢେଇଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି କରାଯିବ ବୋଲି ସ୍ଥିର ହୋଇଛି ।

ମଧ୍ୟାହ୍ନଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।  ଦେଉଳ ପୁରୋହିତ, ଶ୍ରୀନଅର ରାଜଗୁରୁ, ଶୋସ୍ତ୍ରୀୟ ବ୍ରାହ୍ମଣମାନେ ସ୍ବତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିବେ। ବନଜାଗର ଇଷ୍ଟଦେବ ପ୍ରଭୁ ନୃସିଂହଙ୍କୁ ନୃସିଂହଙ୍କ ମନ୍ତ୍ରରେ ପୂଜାପାଠ ସହ ଯଜ୍ଞ ଆହୁତି ଦିଆଯିବ ।

ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ମା’ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ସୁନାର ତିନିଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ତିନିରଥ କାଠକୁ ସ୍ପର୍ଶ କରିବା ପରେ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେବେ ।  ରଥ ନିର୍ମାଣର ମୁଖ୍ୟ ବିଶ୍ୱକର୍ମା, ମୁଖ୍ୟ ଭୋଇ ସେବକ, ଚିତ୍ରକର, ରୂପକାର, କମାର ସମୁଦାୟ ଦଶ ମହାରଣାଙ୍କ ମୁଣ୍ଡରେ ଶାଢ଼ି ବନ୍ଧା ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ ।

ସେପଟେ ଆଜିଠାରୁ ଶ୍ରୀମନ୍ଦିରରେ ୪୨ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୨୧ଦିନିଆ ବାହାର ଚନ୍ଦନ ଯାତ୍ରା ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ ।  ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୁଦେବି, ଶ୍ରୀଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ନନ୍ଦା ଭଦ୍ରା ଚାପରେ କରିବେ ଜଳକ୍ରୀଡା ।

You Might Also Like

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଅଧିକ ଚାଷୀ ହେଲେ ଲାଭବାନ

ଭୁବନେଶ୍ୱରରେ ରହୁଛନ୍ତି ଜଣେ ପାକିସ୍ତାନୀ ମହିଳା, ତୁରନ୍ତ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍

ରାଜ୍ୟରେ ୪ ଯାଏଁ କାଳବୈଶାଖୀ ବର୍ଷା ! ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଐତିହାସିକ ରେକର୍ଡ ; ଲକ୍ଷେ ଛୁଇଁଲା ସୁନା

ଆସନ୍ତା ମାସରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଓଡ଼ିଶାକୁ ମିଳିବ ଆଉ ୧ ଲକ୍ଷ ଘର

TAGGED:#odisha#puriAkshaya TritiyaChandan yatraRath yatra
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?